ସବୁ ସମୟର ଖେଳ: ମାର୍ଶଙ୍କ ମୃତ୍ୟୁ ଥିଲା ୱାର୍ଣ୍ଣଙ୍କ ଶେଷ ଟ୍ୱିଟ୍, ୱାର୍ଣ୍ଣଙ୍କ ମୃତ୍ୟୁରେ ସାଇମଣ୍ଡ କରିଥିଲେ ଶେଷ ପୋଷ୍ଟ
ରୋଡ ମାର୍ଶଙ୍କ ମୃତ୍ୟୁ ଥିଲା ଶେନ ୱାର୍ଣ୍ଣଙ୍କ ଶେଷ ଟ୍ୱିଟ୍ । ସେହିପରି ଶେନ ୱାର୍ଣ୍ଣଙ୍କ ମୃତ୍ୟୁରେ ଆଣ୍ଡ୍ର୍ୟୁ ସାଇମଣ୍ଡ କରିଥିଲେ ଶେଷ ପୋଷ୍ଟ ।
ନୂଆଦିଲ୍ଲୀ: ଦେଖନ୍ତୁ କେମିତି ଏ ସମୟର ଖେଳ । ମୃତ ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରି କରିଥିଲେ ଶେଷ ପୋଷ୍ଟ । ଆଜି ତାଙ୍କ ପାଇଁ ଅନ୍ୟମାନେ କରୁଛନ୍ତି ସମବେଦନା ପୋଷ୍ଟ । ଯାହାର ଉଦାହରଣ ହେଉଛି ଏହି ଘଟଣା । ରୋଡ ମାର୍ଶଙ୍କ ମୃତ୍ୟୁ ଥିଲା ଶେନ ୱାର୍ଣ୍ଣଙ୍କ ଶେଷ ଟ୍ୱିଟ୍ । ସେହିପରି ଶେନ ୱାର୍ଣ୍ଣଙ୍କ ମୃତ୍ୟୁରେ ଆଣ୍ଡ୍ର୍ୟୁ ସାଇମଣ୍ଡ କରିଥିଲେ ଶେଷ ପୋଷ୍ଟ ।

ଶେନ ୱାର୍ଣ୍ଣଙ୍କ ଥାଇଲ୍ୟାଣ୍ଡରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିଲା । ମାତ୍ର କୌଣସି ଅସୁସ୍ଥତା ନ ଥାଇ, ସାଇମଣ୍ଡସ୍ 46 ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କଲେ । ୱାର୍ଣ୍ଣଙ୍କ ମୃତ୍ୟୁର ଦୁଇ ମାସ 10 ଦିନ ପରେ ସାଇମଣ୍ଡସଙ୍କ ମୃତ୍ୟୁ ହେଲା । ଶେନ ୱାର୍ଣ୍ଣଙ୍କ ମୃତ୍ୟୁ ପରେ ମେଲବୋର୍ଣ୍ଣରେ ଆୟୋଜିତ ସ୍ମୃତି କାର୍ଯ୍ୟକ୍ରମରେ ସାଇମଣ୍ଡସ୍ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ତେବେ ସାଇମଣ୍ଡସଙ୍କର ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ଶେନ ୱାର୍ଣ୍ଣଙ୍କ ବିଷୟରେ ଥିଲା । ଯେଉଁଠାରେ ସେ ତାଙ୍କ ଫଟୋକୁ ଚିତ୍ତାକର୍ଷକ ଲେଗ-ସ୍ପିନରଙ୍କ ସହ ସେୟାର କରି ଲେଖିଥିଲେ ଯେ, " ମୋତେ ଶକ୍ତ ଧକ୍କା ଲାଗିଛି । ଆଶା କରେ ଏହା ଏକ ଦୁଃସ୍ୱପ୍ନ ହୋଇଥାଉ । ମୁଁ ମାନି ପାରୁ ନାହିଁ କି, ମୁଁ ଆଉ ତୁମକୁ ଦେଖିପାରିବି ନାହିଁ । ଏହା ସମ୍ଭବ ନୁହେଁ । "

ୱାର୍ଣ୍ଣ ଏବଂ ସାଇମଣ୍ଡସ୍ ଅଷ୍ଟ୍ରେଲିଆ ପାଇଁ ଅନେକ ସ୍ମରଣୀୟ ବିଜୟର ଅଂଶ ଥିଲେ । ଦୁଇ କ୍ରିକେଟର 1999 ରୁ 2007 ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ସମସ୍ତ ଫର୍ମାଟରେ 55 ଟି ମ୍ୟାଚ୍ ଖେଳିଥିଲେ ।












Click it and Unblock the Notifications