ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଲକ୍ଷ୍ମଣ ପ୍ରଶିକ୍ଷକ, ରାହୁଲ ଅଧିନାୟକ
ଏହି ସିରିଜର ଅଧିନାୟକ ଦାୟିତ୍ବ କେଏଲ୍ ରାହୁଲଙ୍କୁ ମିଳିଛି । ସେହିପରି ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ବ୍ରେକ୍ ଦେଇ ନ୍ୟାଶନାଲ କ୍ରିକେଟ୍ ଏକାଡେମୀ (ଏମସିଏ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ଦଳ ସହ ପଠାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।
ନୂଆଦିଲ୍ଲୀ: ଚଳିତ ମାସରେ ଦିନିକିଆ ସିରିଜ୍ ଖେଳିବାକୁ ଜିମ୍ବାୱେ ଗସ୍ତ କରିବ ଟିମ ଇଣ୍ଡିଆ । ଏହି ସିରିଜର ଅଧିନାୟକ ଦାୟିତ୍ବ କେଏଲ୍ ରାହୁଲଙ୍କୁ ମିଳିଛି । ସେହିପରି ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ବ୍ରେକ୍ ଦେଇ ନ୍ୟାଶନାଲ କ୍ରିକେଟ୍ ଏକାଡେମୀ (ଏମସିଏ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ଦଳ ସହ ପଠାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

ତେବେ ଏହି ସିରିଜର ଅଧିନାୟକ ଦାୟିତ୍ବ ପୂର୍ବରୁ ଶିଖର ଧୱନଙ୍କୁ ଦିଆଯାଇଥିଲା । ମାତ୍ର ପରେ କେଏଲ୍ ରାହୁଲ ଫିଟ୍ ହେବାରୁ ଧୱନଙ୍କ ସ୍ଥାନରେ ତାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଆଗକୁ ଏସିଆ କପ୍ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ବିଶ୍ରାମ ଦେଇଛି ବିସିସିଆଇ। ସେ କୋଚ୍ ଦାୟିତ୍ୱ ନେବା ପରଠୁ ଟିମ୍ ଇଣ୍ଡିଆ ସହିତ ପ୍ରତି ସିରିଜ୍ରେ ରହିଥିଲେ ଓ ଛୁଟି ନେଇ ନଥିଲେ। ସେହିଭଳି ବ୍ୟାଟିଂ କୋଚ୍ ବିକ୍ରମ ରାଠୋଡ଼ ଓ ବୋଲିଂ କୋଚ୍ ପାରସ ମହାମ୍ବ୍ରେଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ସେମାନଙ୍କ ବଦଳରେ ଭିଭିଏସ୍ ଲକ୍ଷ୍ମଣଙ୍କ ସହିତ ତାଙ୍କ ଡେପୁଟି ହୋଇ ଜିମ୍ବାୱେ ଯିବେ ସାଇରାଜ ବାହୁତୁଲେ ଓ ହୃଷିକେଶ କାନିତକର।
ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଅଗଷ୍ଟ ୧୮ ତାରିଖରୁ ଭାରତ ଓ ଜିମ୍ବାୱେ ମଧ୍ୟରେ ୩ ଟିକିଆ ଦିନିକିଆ ସିରିଜ୍ ଖେଳାଯିବ। ଅଗଷ୍ଟ ୨୨ ତାରିଖ ଯାଏଁ ଏହି ସିରିଜ୍ ଖେଳାଯିବ । ଭାରତୀୟ ସମୟ ମୁତାବକ ଅପରାହ୍ଣ ୧୨.୪୫ ମିନିଟରେ ମ୍ୟାଚ୍ ଆରମ୍ଭ ହେବ ।
ଏସିଆ କପ୍ ଖେଳିବା ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ୟୁଏଇ ଗସ୍ତ କରିବା ବେଳେ ରାହୁଲ ଦ୍ରାବିଡ ସେମାନଙ୍କ ସହିତ ଯୋଗ ଦେବେ। ଅଗଷ୍ଟ ୨୦ ତାରିଖରେ ଟିମ୍ ଇଣ୍ଡିଆ ୟୁଏଇ ଗସ୍ତ କରିବ। ଅଗଷ୍ଟ ୨୮ ତାରିଖରେ ଭାରତର ପ୍ରଥମ ମ୍ୟାଚ୍ ଅଛି। ଦଳ ତା'ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ।












Click it and Unblock the Notifications