IPL 2021: କିଏ ହେବ ଆଇପିଏଲର ମୁଖ୍ୟ ପ୍ରାୟୋଜକ, ଫେରିବ କି VIVO ?
ଚୀନ ମୋବାଇଲ୍ କମ୍ପାନୀ ଭିଭୋ ଇଣ୍ଡିଆନ୍ ପ୍ରିମିୟର ଲିଗର 14 ତମ ସିଜିନରୁ ଏହାର ଟାଇଟଲ୍ ପ୍ରାୟୋଜକ ଅଧିକାର ଛାଡ କରିବାକୁ ନିଷ୍ପତ୍ତି ନେଇଛି।
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ପ୍ରସିଦ୍ଧ ତଥା ଧନୀ ଟି -20 ଲିଗ ଆଇପିଏଲ 2021ର 14 ତମ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯାହାର ନିଲାମ ପ୍ରକ୍ରିୟା (ଆଇପିଏଲ ଅକ୍ସନ) ଆସନ୍ତା 18 ଫେବୃଆରୀରେ ଚେନ୍ନାଇରେ ଅନୁଷ୍ଠିତ ହେଉଛି । ଏହି ସମୟରେ, ଖବର ଆସିଛି ଯେ ଚୀନ ମୋବାଇଲ୍ କମ୍ପାନୀ ଭିଭୋ ଇଣ୍ଡିଆନ୍ ପ୍ରିମିୟର ଲିଗର 14 ତମ ସିଜିନରୁ ଏହାର ଟାଇଟଲ୍ ପ୍ରାୟୋଜକ ଅଧିକାର ଛାଡ କରିବାକୁ ନିଷ୍ପତ୍ତି ନେଇଛି।

ଏଭଳି ପରିସ୍ଥିତିରେ, ଡ୍ରିମ୍ 11 ଏବଂ ଅନାକାଡେମି ଆଇପିଏଲ୍ 2021 ର ମୁଖ୍ୟ ପ୍ରାୟୋଜକ ଦୌଡରେ ଦେଖାଯାଉଛନ୍ତି । ସୂଚନାଯୋଗ୍ୟ ଯେ ଭିଭୋ 2016 ରେ ଆଇପିଏଲର ଟାଇଟଲ୍ ପ୍ରାୟୋଜକ ପାଇଁ 440 କୋଟି ଟଙ୍କା ପାଇଁ ବିସିସିଆଇ ସହିତ 5 ବର୍ଷିଆ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା । ଗତବର୍ଷ ଭାରତ ଏବଂ ଚୀନ୍ ମଧ୍ୟରେ ଆରମ୍ଭ ହୋଇଥିବା ସୀମା ବିବାଦ ପରେ ଏହି ଚାଇନିଜ ମୋବାଇଲ କମ୍ପାନୀକୁ ଲିଗର ମୁଖ୍ୟ ପ୍ରାୟୋଜକରୁ ବାଦ ଦିଆଯାଇଥିଲା ।
ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ବିସିସିଆଇର ଜଣେ ସଦସ୍ୟ ନିଶ୍ଚିତ କରିଛନ୍ତି ଯେ ଆଇପିଏଲ୍ 2021 ପାଇଁ ଭିଭୋ ଏବଂ ବୋର୍ଡ ମଧ୍ୟରେ ହୋଇଥିବା ଚୁକ୍ତିନାମା ମଧ୍ୟ ବନ୍ଦ ହୋଇଯାଉଛି। ସୂଚନାଯୋଗ୍ୟ ଯେ ଗତ ବର୍ଷ ଭିଭୋ ଚୁକ୍ତିନାମା ସମାପ୍ତ ହେବା ପରେ, ଡ୍ରିମ୍ 11 ଆଇପିଏଲ୍ 2020 ପାଇଁ ଟାଇଟଲ୍ ପ୍ରାୟୋଜକ ଜିତିଥିଲା । ସେହି ସମୟରେ, ଚୁକ୍ତିନାମା ଅନୁଯାୟୀ, ଭିଭୋ ପ୍ରାୟୋଜକଙ୍କ ଅବଶିଷ୍ଟ ସମୟକୁ ନୂତନ ପ୍ରଯୋଜକଙ୍କୁ ଦେଇପାରେ, ଯେଉଁଥି ପାଇଁ ବିସିସିଆଇର ନୀତିଗତ ଅନୁମୋଦନ ଆବଶ୍ୟକ ।












Click it and Unblock the Notifications