For Quick Alerts
Turn On Notification  
For Daily Alerts
Oneindia App Download

Virushka@3: ପ୍ରପୋଜଠୁ ବ୍ରେକ-ଅପ, ଏବେ ହେବେ ପିତା-ମାତା, ପଢନ୍ତୁ ବିରୁଷ୍କାଙ୍କ ଲଭଷ୍ଟୋରୀ

ବିରୁଷ୍କା ଭାବେ ପରିଚିତ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବାକୁ ଆଜି 3 ବର୍ଷ ପୁରଛି । ତେଣୁ ନିଜର '3 ଇୟର ମ୍ୟାରେଜ ଆନିଭର୍ସିରୀ' ମନାଉଛନ୍ତି ବିରୁଷ୍କା ।

|

ଭୁବନେଶ୍ବର: କ୍ରିକେଟ-ବଲିଉଡର ସବୁଠାରୁ ଚର୍ଚ୍ଚିତ କପୁଲ ହେଉଛନ୍ତି ବିରାଟ କୋହଲି-ଅନୁଷ୍କା ଶର୍ମା । ବିରୁଷ୍କା ଭାବେ ପରିଚିତ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବାକୁ ଆଜି 3 ବର୍ଷ ପୁରଛି । ତେଣୁ ନିଜର '3 ଇୟର ମ୍ୟାରେଜ ଆନିଭର୍ସିରୀ' ମନାଉଛନ୍ତି ବିରୁଷ୍କା । ଉଭୟେ ଉଭୟଙ୍କ ଠାରୁ ଦୂରରେ ଥିଲେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରେମ ଓ ବିବାହ ବାର୍ଷିକ ପାଳନ କରୁଛନ୍ତି । ତେବେ ଆଜି ଉଭୟଙ୍କ ବିବାହ ବାର୍ଷିକ ଅବସରରେ ଆମେ ଆପଣଙ୍କୁ କହିବୁ, ବିରୁଷ୍କାଙ୍କ ଲଭଷ୍ଟୋରୀଠାରୁ ପିତା-ମାତା ବନିବା ଯାଏଁ ଯାତ୍ରା ।

Virushka@3

ବିରୁଷ୍କାଙ୍କ ସୋସିଆଲ ମିଡିଆ ପୋଷ୍ଟ-

ନିଜ ନିଜ ସୋସିଆଲ ହ୍ୟାଣ୍ଡଲେର ବିବାହ ବାର୍ଷିକ ପାଳନ କରୁଛନ୍ତି ବିରୁଷ୍କା । ବିରାଟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିବାହ ବେଳର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, "3 ବର୍ଷ ଏବଂ ଆଗାକୁ ଜୀବନ ସାରା ।" ଏଥିସହିତ କ୍ୟାପସନରେ ଏକ ଲଭ ଇମୋଜି ମଧ୍ୟ ଲଗାଇଛନ୍ତି ବିରାଟ । ସେହିପରି ଅନୁଷ୍କା ଶର୍ମା ଦୁଇଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, "3 ବର୍ଷରେ ଆମେ । ଖୁବଶୀଘ୍ର 3 ହେବାକୁ ଯାଉଛୁ । ମିସ ୟୁ ।"

  • ଜାଣନ୍ତୁ, କେମିତି ଆରମ୍ଭ ହୋଇଥିଲା ଲଭଷ୍ଟୋରୀ ଆଉ ଏବେ କେଉଁଠି ପହଞ୍ଚିଛି-

ଜବ ଉଇ ମେଟ-

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ସାକ୍ଷାତ ପ୍ରଥମେ ଏକ ଟିଭି କମରସିଆଲ୍ସ ସୁଟରେ ହୋଇଥିଲେ । ଯେଉଁଥିରେ ସେମାନେ ଏକାଠି ନଜର ଆସିଥିଲେ । ଯଦିଓ ପ୍ରଥମ ଦେଖାରେ ଉଭୟ ପ୍ରେମରେ ପଡିନଥିଲେ ମାତ୍ର ଉଭୟ ଯୋଗାଯୋଗରେ ରହିଥିଲେ । 2014 ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଏହି ଦମ୍ପତି ବେସ ଚର୍ଚ୍ଚାରେ ରହିଥିଲେ । ପରେ ବିରାଟ ବିଭିନ୍ନ ସମୟରେ ଅନୁଷ୍କାଙ୍କ ଘରେ ମଧ୍ୟ ନଜର ଆସିଥିଲେ ।

ଅଫିସିଆଲ ରିଲେସନସିପ ଷ୍ଟାଟସ୍-

ଅନ୍ୟମାନଙ୍କ ପରି ଅନୁଷ୍କା ଏବଂ ବିରାଟ ମଧ୍ୟ ସେମାନଙ୍କ ସମ୍ପର୍କକୁ ଗୁପ୍ତ ରଖିନଥିଲେ। 2014ରେ ଅନୁଷ୍କା କହିଥିଲେ ଯେ, ସେମାନେ କୌଣସି ଜିନିଷ ଲୁଚାଉ ନାହାଁନ୍ତି ଏବଂ ସେମାନେ ପ୍ରେମ ସମ୍ପର୍କରେ ଥିବା ଦୁଇଜଣ ସାଧାରଣ ମଣିଷ । ନଭେମ୍ବର 2014ରେ ଏହି ଦମ୍ପତି ପୁନେରେ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲରେ ନଜର ଆସିଥିଲେ।

କଣ୍ଟିନିୟୁ ଦ ଲଭଷ୍ଟୋରୀ-

ବିରାଟ ଏବଂ ଅନୁଷ୍କା ନିଜ ନିଜ ଟୁରରେ ପରସ୍ପରକୁ ଭେଟୁଥିଲେ । ଏଥି ସହିତ ଉଭୟେ ସେହିଠାରେ ଅଧିକାଂଶ ସମୟ ଅତିବାହିତ କରୁଥିଲେ । ଭାରତୀୟ ଦଳର ବିଦେଶ ଗସ୍ତରେ ଅନୁଷ୍କାଙ୍କୁ ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ବଲିଉଡ ଫିଲ୍ମ ପ୍ରିମିୟରରେ ମଧ୍ୟ ବିରାଟ ନଜର ଆସୁଥିଲେ ।

ଲଭ୍ କା ସାଇଡ ଇଫେକ୍ଟ-

ଅଧିକାଂଶ ସମୟରେ ଅନୁଷ୍କା ଶର୍ମା ମ୍ୟାଚରେ ବିରାଟଙ୍କୁ ଚିୟର୍ସ କରିବା ପାଇଁ ପଡିଆରେ ନଜର ଆସୁଥିଲେ । ମାତ୍ର କେତେକ ବିରାଟଙ୍କ ଖରାପ ପ୍ରଦର୍ଶନ ପାଇଁ ଅଭିନେତ୍ରୀଙ୍କୁ ଦାୟୀ କରିବା ଏବଂ ଟ୍ରୋଲ କରିବା ଆରମ୍ଭ କରିଥିଲେ। ଏହି ପ୍ରସଙ୍ଗରେ ଅଭିନେତ୍ରୀ ଏକ ନିରବତା ବଜାୟ ରଖିଥିବା ବେଳେ ବିରାଟ ସୋସିଆଲ ମିଡିଆରେ ଟ୍ରୋଲ୍ସଙ୍କୁ ମୁହଁତୋଡ୍ ଜାବାବ ଦେଇଥିଲେ ।

ବ୍ରେକ ଅପ ରିୟୁମର-

ଏସବୁ ମଧ୍ୟରେ 2016ରେ ବିରାଟ ଏବଂ ଅନୁଷ୍କାଙ୍କ ବ୍ରେକ୍ ଅପ୍ ଖବର ପ୍ରଚାରିତ ହେବାକୁ ଲାଗିଲା । ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ ବାରମ୍ବାର ଫଲୋ-ଅନଫଲୋ କରିଥିଲେ । ଏପରି ମଧ୍ୟ ସେମାନଙ୍କୁ ଆଉ ଏକାଠୀ ଦେଖିବାକୁ ମିଳିଲା ନାହିଁ । ମାତ୍ର ପରବର୍ତ୍ତି ମୁହୁର୍ତ୍ତରେ
ଦୂରତା ହିଁ ସେମାନଙ୍କୁ ଅନୁଭବ କରାଇଲା ଯେ, ସେମାନେ ପରସ୍ପର ବିନା ବଞ୍ଚିପାରିବେ ନାହିଁ ଏବଂ ସେମାନେ ପୁଣି ଏକାଠି ହେଲେ ।

ଲଭ ଇନ ଏୟାର-

ସେମାନେ ଏକାଠି ହେବାର କିଛି ସମୟ ପରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପରସ୍ପର ସହିତ ଗୁଣାତ୍ମକ ସମୟ ବିତାଉଥିବାର ଦେଖାଯାଉଥିଲା । ଏଥିପାଇଁ ଉଭୟ ଗଣମାଧ୍ୟମର ହେଡ ଲାଇନ ମଧ୍ୟ ପାଲଟୁଥିଲେ । କ୍ରିକେଟ୍ ପଡ଼ିଆରୁ ଅନୁଷ୍କାଙ୍କ ପାଇଁ ବିରାଟଙ୍କ 'ଫ୍ଲାଇଙ୍ଗ୍ କିସ୍' ଇତିମଧ୍ୟରେ ବେସ ଲୋକପ୍ରିୟ ହୋଇଥିଲା।

ୱେଡିଂ ଇନ ଇଟାଲୀ-

ଗଣମାଧ୍ୟମ ଭିଡ ଓ ଟ୍ରୋଲର୍ସଙ୍କଠାରୁ ଦୂରରେ 2017ରେ ଇଟାଲୀର ଟକ୍ସିନି ସହରରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯେଉଥିରେ ସାମିଲ ହୋଇଥିଲେ ଉଭୟଙ୍କ କେବଳ ପରିବାର ଓ ବନ୍ଧୁବାନ୍ଧବ । ସେମାନଙ୍କର ସୁନ୍ଦର ବିବାହର ଫଟୋ ଆଜି ବି ସୋସିଆଲ ମିଡିଆରେ ଘୂରି ବୁଲୁଛି । ଅନୁଷ୍କା ଗୋଲାପୀ ରଙ୍ଗର ସୁସଜ୍ଜିତ ଲେହେଙ୍ଗାରେ ରାଜକୁମାରୀଙ୍କଠାରୁ କମ୍ ଦେଖାଯାଉ ନଥିବାବେଳେ ବିରାଟ ମଧ୍ୟ ରାଜକୁମାରଙ୍କ ପରି ଦେଖାଯାଉଥିଲେ । ପରେ ଏହି ଦମ୍ପତି ମୁମ୍ବାଇ ଏବଂ ଦିଲ୍ଲୀରେ ଗ୍ରାଣ୍ଡ ବିବାହ ରିସେପ୍ସନ୍ ଆୟୋଜନ କରିଥିଲେ।

ଇନ ଥ୍ରୀ, ୱେଟିଂ ଫର ଥ୍ରୀ-

ବିବାହକୁ 3 ବର୍ଷ ପୁରିଥିବା ବେଳେ ବର୍ତ୍ତମାନ ଏହି ଦମ୍ପତି ନିଜ ସମ୍ପର୍କକୁ ଅନ୍ୟ ସ୍ତରକୁ ନେବାକୁ ଯାଉଛନ୍ତି । ସେମାନେ ପ୍ରଥମ ଶିଶୁ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଆଗାମୀ ଜାନୁଆରୀରେ ଉଭୟେ ପିତା-ମାତା ବନିବେ । ଏଥିପାଇଁ ଚଳିତ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଟେଷ୍ଟ ଖେଳି ଭାରତ ଫେରି ଆସିବେ ବିରାଟ କୋହିଲ । ସେହିପରି ଅନୁଷ୍କା ମଧ୍ୟ ଫିଲ୍ମ ସୁଟିଂରୁ ବିରତି ନେଇ ନିଜର ଗର୍ବଧାରଣର ଧ୍ୟାନ ରଖୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Virushka@3: From Falling In Love Awaiting Parenthood: Complete Love Story Of Anushka Sharma And Virat Kohli
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X