ନମ୍ବର ୯'ରେ ଆସିବେ ଧୋନି: ମଜାକ ଉଡାଇଲେ ସେୱାଗ୍ କହିଲେ, ଜଲଦି ଆସିଗଲେ
IPL 2025: ଆପିଏଲକୁ ନେଇ ସାରା ଦେଶରେ କ୍ରେଜ୍ ଦେଖିବା ପାଇଁ ମିଳିଛି । ଦର୍ଶକ ନିଜ ନିଜ ପ୍ରିୟ ଖେଳାଳି ଏବଂ ଟିମକୁ ଲଗାତାର ସପୋର୍ଟ କରୁଥିବାର ଦେଖିବା ପାଇଁ ମିଳୁଛି । ତେବେ ଚେନ୍ନାଇ ସୁପର କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଚେନ୍ନାଇ ସୁପର କିଙ୍ଗ୍ସ (CSK)କୁ 50 ରନରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ମହେନ୍ଦ୍ର ସିଂହ ଧୋନି ନଅ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉଛି ।
ଯାହାକୁ ନେଇ ଇରଫାନ ପଠାନ, ରବିନ ଉଥପ୍ପା ଏବଂ ଆକାଶ ଚୋପ୍ରା ଭଳି ପୂର୍ବତନ କ୍ରିକେଟର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଏବେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ମଧ୍ୟ ଏମଏସ ଧୋନିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
Sehwag cooked Dhoni 😭😭pic.twitter.com/OCPEc4w0Lt
— supremo (@hyperkohli) March 28, 2025
ସେହିପରି ବୀରେନ୍ଦ୍ର ସେହୱାଗ କ୍ରିକବଜ ଉପରେ ନିଜ ମତାମତ ଦେଇ କହିଥିଲେ ଖୁବ୍ ଶୀଘ୍ର ଆସିଲେ ନାଁ...ଯାହା ପରେ ସେଠାରେ ଉପସ୍ଥିତ ସମସ୍ତ ସଦସ୍ୟ ହସିବା ଆରମ୍ଭ କରିଥିଲେ । ଯେତେବେଳେ ସେ ଆସିଥିଲେ, 16 ଓଭର ଖେଳାଯାଇଥିଲା।' ସାଧାରଣତଃ ସେ ଅର୍ଥାତ୍ ଧୋନି 19 ତମ କିମ୍ବା 20ତମ ଓଭରରେ ଆସନ୍ତି। ଯାହାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର କହିଛନ୍ତି ଯେ ' ଧୋନି ଖୁବ୍ ଶୀଘ୍ର ପଳାଇ ଆସିଛନ୍ତି, ଲାଗୁଛି ୟାଙ୍କର ପ୍ଲେୟାରଙ୍କର ୱିକେଟ୍ ଖୁବ୍ ଶୀଘ୍ର ପଳାଇଛି ନଚେତ୍ ସେ ଜଲଦୀ ଆସିଯାଇଛନ୍ତି । ସେହୱାଗଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ନମ୍ବର 9'ରେ ଧୋନି ଆସିବା ନେଇ ସମସ୍ତ ପ୍ରଶ୍ନ ଉଠାଇଛନ୍ତି ।
ଏହା ପୂର୍ବରୁ ଶୁକ୍ରବାର, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗସକୁ 50 ରନରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 20 ଓଭରରେ 7 ୱିକେଟ୍ ହରାଇ 197 ରନ୍ କରିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଅଧିନାୟକ ରଜତ ପତିଦାର 32 ବଲ୍ ରେ ସର୍ବାଧିକ 51 ରନ୍ କରିଥିଲେ।












Click it and Unblock the Notifications