ଟି୨୦ରେ ବିରାଟଙ୍କ ରେକର୍ଡ; ମାରିଲେ ୧୦୦ ଅର୍ଦ୍ଧଶତକ

ଭାରତୀୟ ଦଳର ଷ୍ଟାର୍‌ ବିରାଟ କୋହଲି ରବିବାର କ୍ରିକେଟ୍‌ ଇତିହାସରେ ନିଜ ନାମକୁ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରାଇଛନ୍ତି। ସେ ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି୨୦ରେ ୧୦୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଷ୍ଟାର୍‌ କୋହଲି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୪୫ ବଲରେ ୬୨ ରନ୍‌ର ଇନିଂସ ଖେଳିବା ଅବସରରେ ଏହି ଏଲିଟ୍‌ କ୍ଲବରେ ସାମିଲ ହୋଇଛନ୍ତି।

Virat s record in T20Is 100 half-centuries all t20

ଚଳିତ ଆଇପିଏଲ୍‌ରେ ଏହା ତାଙ୍କର ତୃତୀୟ ଅର୍ଦ୍ଧଶତକ ଥିଲା। ଏଥିଯୋଗୁ ଏପର୍ଯ୍ୟନ୍ତ ୪୦୫ ଟି୨୦ ମ୍ୟାଚ୍‌ ଖେଳିଥିବା କୋହଲିଙ୍କ କ୍ୟାରିୟରର ଅର୍ଦ୍ଧଶତକ ସଂଖ୍ୟା ୧୦୦ରେ ପହଞ୍ଚତ୍ଛି। ତାଙ୍କ କ୍ୟାରିୟରରେ ୯ ଶତକ ମଧ୍ୟ ରହିଛି। ଟି୨୦ କ୍ରିକେଟ୍‌ ଇତିହାସରେ ସର୍ବାଧିକ ସଂଖ୍ୟକ ଅର୍ଦ୍ଧଶତକ କରିଥିବା ବ୍ୟାଟରଙ୍କ ତାଲିକାରେ କୋହଲି ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଏବେ କେବଳ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ବାର୍ନରଙ୍କ ପଛରେ ରହିଛନ୍ତି।

୪୦୦ ଟି୨୦ ମ୍ୟାଚ ଖେଳିଥିବା ଓ୍ବାର୍ନରଙ୍କ ନାମରେ ୮ ଶତକ ସହ ୧୦୮ ଅର୍ଦ୍ଧଶତକ ରହିଛି। ଏହି ତାଲିକାରେ କୋହଲିଙ୍କ ପଛରେ ପାକିସ୍ତାନର ବାବର ଆଜାମ (୯୦ ଅର୍ଦ୍ଧଶତକ), ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ(୮୮), ଇଂଲଣ୍ଡର ଜୋଶ୍‌ ବଟଲର(୮୬) ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+