ବାଜିରେ ବିରାଟ-ରୋହିତଙ୍କ କ୍ୟାରିୟର ! ଚମ୍ପିଆନ୍ସ ଟ୍ରଫି ପରେ BCCI ନେବ ବଡ଼ ନିଷ୍ପତ୍ତି

ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଏହାକୁ ନେଇ ଦଳ ତଥା ପ୍ରଶଂସକ ନିରାଶ ହୋଇଛନ୍ତି । ତେଣୁ ତାଙ୍କୁ ଦଳରୁ ବାଦ୍ ଦେବାକୁ ଦାବି କଲେଣି କ୍ରିକେଟପ୍ରେମୀ । ଏବେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ବାଦ୍ ପଡ଼ିବେ ବିରାଟ: ବର୍ଡର ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ଟାର୍ଗେଟ ମଧ୍ୟ କରାଯାଉଛି । ବିରାଟଙ୍କ ବିନା ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ ଖେଳିବା ଲାଗି ଇଂଲଣ୍ଡ ଗସ୍ତ କରିପାରେ । ହେଲେ ଏବେ ଯାଏ ସେ ନେଇ ନିଷ୍ପତ୍ତି ହୋଇନାହିଁ । ବିରାଟ କୋହଲିଙ୍କ ପାଇଁ ଆସନ୍ତା ୨ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଚମ୍ପିଆନ୍ସ ଟ୍ରଫିରୁ ହେବ ନିଷ୍ପତ୍ତି: କୁହାଯାଉଛି ଯେ, ଟିମ୍ ଇଣ୍ଡିଆରେ କୋହଲିଙ୍କ ଭବିଷ୍ୟତର ଚିତ୍ର ଚାମ୍ପିଅନ୍ସ ଟ୍ରଫି ଉପରେ ନିର୍ଭର କରିବ । ଏହାପରେ ହିଁ ବିସିସିଆଇ ବଡ଼ ନିଷ୍ପତ୍ତି ନେବ ।

Virat s career a

ରିପୋର୍ଟ ମୁତାବକ, ବିସିସିଆଇ ଶନିବାର ହୋଇଥିବା ବୈଠକରେ ରୋହିତ ଏବଂ କୋହଲିଙ୍କ ବିଷୟରେ ଚର୍ଚ୍ଚା କରିଥିଲା । ହେଲେ ସେମାନଙ୍କୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇନାହିଁ । ବୋର୍ଡ ଚାମ୍ପିଅନ୍ସ ଟ୍ରଫିରେ ଉଭୟଙ୍କ ପ୍ରଦର୍ଶନ ଦେଖିବାକୁ ଚାହୁଁଛି ।

ବୋର୍ଡ ନଜରରେ ବିରାଟ-ରୋହିତ : ଏହାପରେ ସେମାନଙ୍କ କ୍ୟାରିୟର ଉପରେ ନିଷ୍ପତ୍ତି ନିଆଯିବ । ଯଦି ଚାମ୍ପିଅନ୍ସ ଟ୍ରଫିରେ ଉଭୟଙ୍କ ପ୍ରଦର୍ଶନ ଖରାପ ରୁହେ, ତେବେ ଉଭୟଙ୍କ ଉପରେ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି । ଉଭୟଙ୍କୁ ଦଳରୁ ବାଦ୍ ଦେଇପାରେ ବିସିସିଆଇ ।

ଟିମ୍ ଇଣ୍ଡିଆ ଫେବୃଆରୀ ଏବଂ ମାର୍ଚ୍ଚରେ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଖେଳିବ । ଏହାପରେ ଭାରତୀୟ ଟିମ୍ ଇଲଂଣ୍ଡ ଗସ୍ତ କରିବ । ଇଂଲଣ୍ଡରେ ଉଭୟ ଟିମ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବ । ଏଥିରେ ବିରାଟ ଖେଳିବେ ବୋଲି ଆଶା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+