ପତ୍ନୀ ଅନୁଷ୍କାଙ୍କ ସହ ହନୁମାନ ଗଢ଼ୀରେ କଲେ ପୂଜାର୍ଚ୍ଚନା ବିରାଟ

ଇଶ୍ବରଙ୍କ ଶରଣରେ ବିରାଟ କୋହଲୀ । ସପରିବାର ସହ ଆଜି ସକାଳୁ ଅଯୋଧ୍ୟା ହନୁମାନ ଗଢ଼ୀରେ ପହଞ୍ଚିଛନ୍ତି ବିରାଟ । କଡ଼ା ସୁରକ୍ଷା ଭିତରେ ରବିବାର ବିରାଟ ଓ ଅନୁଷ୍କା ପହଞ୍ଚି ବଜରଙ୍ଗବାଲୀଙ୍କ ଆଶୀର୍ବାଦ ନେଇଛନ୍ତି । ନିକଟରେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିଥିଲେ ।କିଛି ସମୟ କାଟିବା ପରେ ମୁମ୍ବାଇ ଫେରିଆସିଥିଲେ । ତେବେ ୧୦ଦିନ ନପୁରୁଣୁ ପୁଣି ଏକ ଆଧ୍ୟାତ୍ମିକ ସ୍ଥାନରେ ପହଞ୍ଚିଛନ୍ତି ।

Virat

ରୋହିତ ଶର୍ମାଙ୍କ ପରେ ପରେ ବିରାଟ ମଧ୍ୟ ଟେଷ୍ଟ ମ୍ୟାଚରୁ ଅବସର ଘୋଷଣା କଲେ, ଯାହାକୁ ନେଇ କ୍ରିକେଟ ଜଗତରେ ହଲଚଲ ଦେଖାଦେଇଥିଲା । ୧୪ ବର୍ଷ ଧରି ଟେଷ୍ଟ ମ୍ୟାଚ୍ ଖେଳିବା ପରେ ତାଙ୍କର ଏଭଳି ହଠାତ୍ ଘୋଷଣା କରିବା ସମସ୍ତଙ୍କୁ ଚକିତ କରିଥିଲା । ପୂର୍ବରୁ ବି ସେ ଏ ନିଷ୍ପତ୍ତି ନେଇଥିଲେ ବି ବିସିସିଆଇ ତାଙ୍କର ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିନଥିଲା । ହେଲେ ଶେଷରେ ତାଙ୍କର ଇଚ୍ଛାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ବିସିସିଆଇ । ଏହା ପୂର୍ବରୁ ବିରାଟ ଟି-୨୦ରୁ ବି ସନ୍ନ୍ୟାସ ନେଇସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+