ପାକିସ୍ତାନରେ ବରାଟ କୋହଲିଙ୍କ ପାଇଁ ସେଲିବ୍ରେସନ୍, ଏପରି ଭିଡିଓ ହେଲା ଭାଇରାଲ

Virat Kohli: ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ଶେଷ ଚୌକା ଷ୍ଟାଡିୟମ ଏବଂ ମ୍ୟାଚ ଦେଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭାବୁକ କରି ଦେଇଥିଲା । ଏକ ଚୌକ ସହିତ, କୋହଲି ତାଙ୍କର 82ତମ ଆନ୍ତର୍ଜାତୀୟ ଶତକ ପୂରଣ କରିଥିଲେ। ଭାରତର ବିଜୟ ଏବଂ କୋହଲିଙ୍କ ଶତକକୁ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଥିଲା ଏପରିକି ଅନେକ ସ୍ଥାନରେ ବାଣ ଫୁଟାଇ ସେଲିବ୍ରେସନ୍ ମଧ୍ୟ କରାଯାଇଥିଲା ।

ହେଲେ ଆଶ୍ଚର୍ଯ୍ୟ କଲା ପରି କଥା ହେଉଛି ଯେ, ପାକିସ୍ତାନରେ ମଧ୍ୟ ବିରାଟଙ୍କ କୋହଲିଙ୍କ ଶତକ ପାଳନ କରାଯାଇଥିଲା । ପାକିସ୍ତାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, ଶହ ଶହ ପ୍ରଶଂସକ ଏକ ବଡ଼ ସ୍କ୍ରିନରେ ମ୍ୟାଚ୍ ଦେଖୁଥିବାର ନଜର ଆସୁଛି । ସମସ୍ତେ ପାକିସ୍ତାନର ବିଜୟକୁ ସେଲିବ୍ରେସନ କରିବା ପାଇଁ ବସିଥିଲେ ହେଲେ ପରାଜୟ ସତ୍ତ୍ୱେ, ଲୋକମାନେ ଖୁବ୍ ଖୁସି ନଜର ଆସିଥିଲେ । ପ୍ରକୃତରେ ସମସ୍ତେ ବିରାଟ କୋହଲିଙ୍କ ଶତକକୁ ନେଇ ଉତ୍ସାହିତ ଥିଲେ । ଏହି ଭିଡିଓରେ ଝିଅମାନେ କୋହଲି-କୋହଲି ଚିତ୍କାର କରି ତାଙ୍କୁ ସମର୍ଥନ କରୁଥିବାର ଦେଖିବା ପାଇଁ ମିଳିଥିଲା ।

Virat Kohli

ଏହି ଇନିଂସରେ ବିରାଟ କୋହଲି ତାଙ୍କର 14 ହଜାର ଦିନିକିଆ ରନ୍ ମଧ୍ୟ ପୂରଣ କରିଥିଲେ। ସେ 14 ହଜାର ରନ୍ କରିବାରେ ଦ୍ରୁତତମ ବ୍ୟାଟସମ୍ୟାନ୍ ମଧ୍ୟ ହୋଇଛନ୍ତି। 299 ତମ ମ୍ୟାଚ୍‌ର 287ତମ ଇନିଂସରେ କୋହଲି ଏହି ସଂଖ୍ୟା ଛୁଇଁଥିଲେ। ସେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏ 350 ଇନିଂସରେ ଏପରି କରିଥିଲେ। ବିରାଟ କୋହଲିଙ୍କ ODI କ୍ୟାରିୟରରେ, ସେ 299 ମ୍ୟାଚ୍ ରେ 14085 ରନ୍ କରିଛନ୍ତି। ଏହି ଫର୍ମାଟରେ ସେ 73ଟି ଅର୍ଦ୍ଧଶତକ ଏବଂ 51ଟି ଶତକ ହାସଲ କରିଛନ୍ତି।

ଭାରତ ଏବଂ ପାକିସ୍ତାନ ଗ୍ରୁପ୍ A ରେ ଅନ୍ତର୍ଭୁକ୍ତ। ଏହି ଗ୍ରୁପ୍‌ରେ ସେମାନଙ୍କ ସହିତ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟ ସାମିଲ ଅଛନ୍ତି । ପାକିସ୍ତାନ ବିପକ୍ଷରେ ବିଜୟ ସହିତ, ଭାରତୀୟ ଦଳ 4 ପଏଣ୍ଟ ସହିତ ଏହି ଗ୍ରୁପର ଶୀର୍ଷରେ ପହଞ୍ଚିଛି ଏବଂ ପାକିସ୍ତାନ 2ଟି ମ୍ୟାଚ୍ ହାରି ସବୁଠାରୁ ତଳେ ଅଛି । ଏବେ ଯଦି ନ୍ୟୁଜିଲ୍ୟାଣ୍ଡ ବାଂଲାଦେଶକୁ ପରାସ୍ତ କରେ ତେବେ ପାକିସ୍ତାନ ଆନୁଷ୍ଠାନିକ ଭାବରେ 2025 ଚାମ୍ପିଅନ୍ସ ଟ୍ରଫିରୁ ବାହାର ହୋଇଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+