Virat Kohli: ପତ୍ନୀ ଅନୁଷ୍କାଙ୍କ ସହ ଭାରତ ଛାଡି ଚାଲିଯିବେ କି ବିରାଟ କୋହଲି ?

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ଫାଇନାଲରେ ଭାରତକୁ ବିଜୟୀ କରାଇ ଅବସର ଘୋଷଣା କରିଥିଲେ ଭେଟେରାନ୍ ବିରାଟ କୋହଲି । ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ବକପ୍‌ରେ ଦମଦାର ବ୍ୟାଟିଂ କରିଥିଲେ କୋହଲି । ତେବେ ବିଶ୍ବ ଚାମ୍ପିୟନ ହେବା ପରେ ମୁମ୍ବାଇରେ ବିଶାଳ ରୋଡ୍‌ ସୋ କରି କ୍ରିକେଟପ୍ରେମୀଙ୍କ ଧ୍ୟାନ ଆକର୍ଷ କରିଥିଲେ ଭାରତୀୟ ଦଳର ସଦସ୍ୟ ।

ଟ୍ରଫି ଧରି ସ୍ବଦେଶ ଫେରିବା ପରେ ଟିମ୍ ଇଣ୍ଡିଆ ଖେଳାଳି ଓ ସହଯୋଗୀ ସଦସ୍ୟଙ୍କୁ ମୁମ୍ବାଇରେ ଭବ୍ୟ ସ୍ବାଗତ କରାଯାଇଥିଲା । ତେବେ ରୋଡ୍‌ ସୋ ପରେ ପରେ ରାତିରେ ହଠାତ୍ ଲଣ୍ଡନ ଚାଲିଯାଇଥିଲେ ବିରାଟ କୋହଲି । କେହି କିଛି ବୁଝିବା ଆଗରୁ ହିଁ ରାତାରାତି ଲଣ୍ଡନ ଚାଲିଯାଇଥିଲେ ।

କେବଳ ସେତିକିନ ନୁହେଁ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ପୂର୍ବରୁ ଲଣ୍ଡନରେ ପ୍ରପର୍ଟି କିଣିଥିଲେ । ଆଉ ଅକାୟର ଜନ୍ମ ହେବା ପରେ ଖବର ସାମ୍ନାକୁ ଆସିଥିଲା କି, କୋହଲିଙ୍କ ପୁଅକୁ ବ୍ରିଟେନ ନାଗରିକତା ମିଳିପାରେ । କିନ୍ତୁ ଲଣ୍ଡନରେ ଜନ୍ମ ହୋଇଥିଲେ ବି ଏବଂ ପ୍ରପର୍ଟି ଥିଲେ ବି ସେଠାରେ ନାଗରିକତା ପାଇବା ସହଜ ନୁହେଁ । କୋହଲି ଓ ଅନୁଷ୍କା ଉଭୟ ଏବେ ଭାରତୀୟ ନାଗରିକ ରହିଛନ୍ତି ଏବଂ ଏଠାରେ ରହୁଛନ୍ତି । କିନ୍ତୁ ସଂଯୁକ୍ତ ରାଷ୍ଟ୍ରର ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ବ୍ରିଟେନ ନାଗରିକତା ପାଇବାକୁ ହେଲେ ନିଜ ଦେଶର ନାଗରିକତା ଛାଡିବା ବାଧ୍ୟତାମୂଳକ ନୁହେଁ ।

Virat Kohli

ନିକଟରେ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଲଣ୍ଡନରେ ଦେଖିବାକୁ ମିଳିଥିଲା ।ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି କି, ବିରାଟ କୋହଲି ପତ୍ନୀ ଅନୁଷ୍କା ଓ ପିଲାମାନଙ୍କୁ ଧରି ସ୍ଥାୟୀ ଭାବେ ଲଣ୍ଡନ ଚାଲିଯିବାକୁ ଯୋଜନା କରୁଛନ୍ତି । ପୁଅ ଅକାୟର ଜନ୍ମ ଲଣ୍ଡନରେ ହୋଇଥିବାରୁ ଏଭଳି ଆକଳନ କରାଯାଉଛି ।

ଏହି କ୍ରମରେ ବିରାଟ କୋହଲି ପରିବାର ସହ ଲଣ୍ଡନରେ ରହୁଥିବାରୁ ସେଠାରେ ପ୍ରଥମେ ନାଗରିକତା ଗ୍ରହଣ କରିବାକୁ ପଡିବ । ଏ ନେଇ ଚର୍ଚ୍ଚା ହେଉଥିଲେ ବି ବିରାଟ କୋହଲି କିମ୍ବା ପତ୍ନୀ ଅନୁଷ୍କା ଶର୍ମା କୌଣସି ସୂଚନା ଦେଇନାହାନ୍ତି ।ଲମ୍ବା ସମୟ ଧରି କ୍ରିକେଟ ଖେଳିଥିବାରୁ ଏବେ ବ୍ରେକ୍ ନେଇଛନ୍ତି କୋହଲି । ପରିବାର ସହ ସମୟ ବିତାଇବା ପାଇଁ ସେ ଲଣ୍ଡନରେ ରହୁଛନ୍ତି । ପୂର୍ବରୁ ଅନୁଷ୍କା ଶର୍ମା ଲଣ୍ଡନରେ ରହିଆସୁଥିଲେ ।

ଆଗକୁ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ ଭାରତ । ଏହି ସିରିଜରେ ମଧ୍ୟ ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+