Virat Kohli: କାଲି ବାରବାଟୀରେ ଖେଳିବେ ବିରାଟ କୋହଲି

ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ନେଇ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକଙ୍କ ପ୍ରେସମିଟ୍ । ବିରାଟ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି କହିଲେ ବ୍ୟାଟିଂ କୋଚ୍। ଆସନ୍ତାକାଲି ବାରବାଟୀରେ ଖେଳିବେ କୋହଲି ।

Virat Kohli

ସେପଟେ ଆଜି ସକାଳ ସମୟରେ କଡା ସୁରକ୍ଷା ମଧ୍ୟରେ ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ପୁରୀ ଶ୍ରୀମନ୍ଦିରେ ପହଞ୍ଚିଥିଲେ । ଏହି ତିନି ଖେଳାଳି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ପ୍ରଥମେ ସିଂହଦ୍ୱାର ଗୁମୁଟରେ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିଥିଲେ। ପରେ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନି ଖେଳାଳିଙ୍କୁ ମହାପ୍ରଭୁଙ୍କ ବାନା ଦିଆଯାଇ ସ୍ବାଗତ କରାଯାଇଥିଲା । ଟିମ୍ ଇଣ୍ଡିଆ ବାରବାଟୀରେ ବିଜୟ ହାସଲ କରିବା ପାଈଁ ଶ୍ରୀମନ୍ଦିରରେ ବାନା ଲଗାଯିବା ନେଇ ବ୍ୟବସ୍ଥା ହୋଇଛି । ଟିମ୍ ଇଣ୍ଡିଆର କେଳାଳିଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ କ୍ରିକେଟ ପ୍ରେମୀଙ୍କ ନାହିଁ ନଥିବା ଭିଡ ହୋଇଥିଲା । ଖେଳାଳିଙ୍କ ପାଇଁ ପୁରୀ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ଆସନ୍ତାକାଲି ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଏତି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ମ୍ୟାଚ ଅପେକ୍ଷାରେ ରହିଛି ଷ୍ଟାଡିୟମ । ଗତକାଲି ଭୁବନେଶ୍ବରରେ ଉଭୟ ଦେଶର ଖେଳାଳି ପହଞ୍ଚିଥିଲେ । ବିମାନ ବନ୍ଦରରୁ ସ୍ୱତନ୍ତ୍ର କରିଡରରେ ତାରକା ହୋଟେଲକୁ ଆସିଥିଲେ । ସେଠାରେ ଖେଳାଳିଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ଆଜି ଉଭୟ ଟିମ ନେଟ ପ୍ରାକ୍ଟିସ ପାଇଁ ବାରବାଟୀ ଷ୍ଟାଡିୟମ ଯିବେ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତି, ୧-୦ ରେ ଇଂଲଣ୍ଡଠାରୁ ସିରିଜ ଆଗୁଆ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+