Get Updates
Get notified of breaking news, exclusive insights, and must-see stories!

ବିରାଟ ନା ବିସିସିଆଇ ବସ୍ କିଏ କହୁଛନ୍ତି ସତ ? ଦେଖନ୍ତୁ ଭିଡିଓ...

ବିରାଟ ନା ବିସିସିଆଇ ବସ୍ କିଏ କହୁଛନ୍ତି ସତ ? ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ସାମ୍ବାଦିକ ସମ୍ମିଳନୀରେ ଯେଉଁ କଥା କହିଛନ୍ତି, ଏହା ପରେ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ।

ନୂଆଦିଲ୍ଲୀ: ବିରାଟ ନା ବିସିସିଆଇ ବସ୍ କିଏ କହୁଛନ୍ତି ସତ ? ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ସାମ୍ବାଦିକ ସମ୍ମିଳନୀରେ ଯେଉଁ କଥା କହିଛନ୍ତି, ଏହା ପରେ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ।
କୋହଲି କହିଛନ୍ତି ଯେ, ଟି-20 ଅଧିନାୟକ ପଦ ଛାଡିବା ନେଇ ମତେ କେହି ମନା କରିନଥିଲେ ବରଂ ମୋର ଏହି ନିଷ୍ପତ୍ତିକୁ ବିସିସିଆଇସ ସିଧାସଳଖ ସ୍ବୀକାର କରିଥିଲା ।

 Virat Kohli vs Sourav Ganguly

ଦେଖନ୍ତୁ ଭିଡିଓ-

ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଅନେକ ପ୍ରଶ୍ନ ଉପରୁ ପରଦା ହଟାଇ ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଦିନିକିଆ ସିରିଜ୍ ପାଇଁ ଉପଲବ୍ଧ ରହିବେ । ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ବିବାଦର ଖବରକୁ ମଧ୍ୟ ବିରାଟ ମଧ୍ୟ ଅସ୍ୱୀକାର କରିଛନ୍ତି। ବିରାଟଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ଏବଂ ତାଙ୍କ ବିଷୟରେ ଚାଲିଥିବା କଥାବାର୍ତ୍ତା ଥଣ୍ଡା ହୋଇପାରେ, କିନ୍ତୁ ଦାଦାଙ୍କ ସହ ତାଙ୍କର ମତଭେଦ ବଢାଇ ଦେଇଛି ।

ବିରାଟ କୋହଲି ଚଳିତ ବର୍ଷ ସେପ୍ଟେମ୍ବରରେ ଟି-20 ଦଳର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଏହି ନିଷ୍ପତ୍ତିକୁ ବ୍ୟାଖ୍ୟା କରି ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଥିଲେ। କୋହଲି କହିଛନ୍ତି, 'ଯେତେବେଳେ ମୁଁ ଟି-20 ଦଳର ଅଧିନାୟକତ୍ୱ ଛାଡିଥିଲି, ସେତେବେଳେ ମୋତେ ଅଧିନାୟକତ୍ୱ ନ ଛାଡିବା ପାଇଁ ମୋତେ କେହି ରୋକି ନଥିଲେ । ମାତ୍ର ଏହାକୁ ବହୁତ ଭଲ ଭାବରେ ଗ୍ରହଣ କରାଯାଇଥିଲା। କୁହାଯାଇଥିଲା ଯେ ଏହା ଅତ୍ୟନ୍ତ ପ୍ରଗତିଶୀଳ ପଦକ୍ଷେପ ଏବଂ ସଠିକ୍ ଦିଗରେ ଅଛି ।

ଏହାପୂର୍ବରୁ ସୌରଭ ଗାଙ୍ଗୁଲି କହିଥିଲେ ଯେ, ସେ ବ୍ୟକ୍ତିଗତ ଭାବେ ବିରାଟ କୋହଲିଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ଟି-20 ଦଳର ଅଧିନାୟକତ୍ୱ ଛାଡିବା ଉଚିତ ନୁହେଁ ବୋଲି କହିଥିଲେ। କିନ୍ତୁ ଏହା ସତ୍ୟ ଯେ, ତାଙ୍କ କାର୍ଯ୍ୟଭାରକୁ ଅନୁଭବ କରି ଏହା ଠିକ ଅଛି ବୋଲି ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+