Virat Kohli: ମାତ୍ର ୧୫ ବଲ୍ରେ ଆଉଟ୍ ହୋଇଗଲେ ବିରାଟ କୋହଲି; ଦର୍ଶକ ନିରାଶ
ରେଲୱେ ବିପକ୍ଷରେ ଦିଲ୍ଲୀର ମୁକାବିଲାର ଦ୍ୱିତୀୟ ଦିନରେ ଭାରତର ଷ୍ଟାର ବିରାଟ କୋହଲି ଖେଳପ୍ରେମୀଙ୍କୁ ନିରାଶ କରିଛନ୍ତି । ରଣଜୀ ଟ୍ରଫିକୁ ଲୋକ ବହୁତ ଦିନ ହେବ ଅପେକ୍ଷା କରି ରହିଥିବା ବେଳେ ୧୨ ବର୍ଷ ପରେ ବିରାଟଙ୍କ ଲେଉଟାଣି ସଭିଙ୍କ ମନରେ ଉତ୍ସାହ ଭରି ଦେଇଥିଲା। ହେଲେ ବିରାଟ ଦ୍ବିତୀୟ ଦିନରେ ମାତ୍ର ୬ ରନ୍ କରି ଆଉ ହୋଇଯିବା ପରେ ନିରାଶ ହୋଇ ଅଧା ଖେଳରୁ ଉଠି ପଳାଇଛନ୍ତି ଦର୍ଶକ । ଫଳଳେ ଖାଲି ହୋଇଯାଇଛି ଅରୁଣ ଜେଟଲି ଷ୍ଟାଡିୟମ।
୧୨ ବର୍ଷ ପରେ ଘରୋଇ କ୍ରିକେଟକୁ ଫେରିଥିବା କୋହଲି ଦିଲ୍ଲୀର ଇନିଂସକୁ ଆଗକୁ ବଢ଼ାଇବେ ବୋଲି ଆଶା କରାଯାଉଥିଲା। ୩୬ ବର୍ଷୀୟ ବିରାଟ ଖେଳିବାକୁ ଗଲା ବେଳେ ଷ୍ଟାଡିୟମ୍ "କୋହଲି, କୋହଲି" ଧ୍ୱନି ଶୁଣିବାକୁ ମିଳିଥିଲା। ହେଲେ ୧୫ ବଲ୍ରେ ମାତ୍ର ଗୋଟାଏ ଚମତ୍କାର ବାଉଣ୍ଡରି ମାରି ଦର୍ଶକଙ୍କୁ ଖୁସି କରିବା ପରେ ପରବର୍ତ୍ତୀ ବଲ୍ରେ ଆଉଟ୍ ହୋଇଥିଲେ।

ବାର ବର୍ଷର ବନବାସ ପରେ ଘରୋଇ କ୍ରିକେଟ୍କୁ ଫେରିଥିବା କିଂବଦନ୍ତି କ୍ରିକେଟର୍ ବିରାଟ କୋହଲିଙ୍କୁ ଦେଖିବା ଲାଗି ଦର୍ଶକ ଗୁରୁବାର ଏକପ୍ରକାର ପାଗଳ ହୋଇଯାଇଥିଲେ। ରେଳବାଇ ବିପକ୍ଷ ରଣଜୀ ମ୍ୟାଚ୍ ଖେଳିବାକୁ କୋହଲି ପଡ଼ିଆକୁ ଓହ୍ଲାଇବା ଜାଣି ଗୁରୁବାର ସକାଳୁ ସ୍ଥାନୀୟ ଅରୁଣ ଜେଟ୍ଲି ଷ୍ଟାଡିୟମ୍ ବାହାରେ ସମର୍ଥକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏଣୁ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ସେମାନଙ୍କ ପାଇଁ ଗୌତମ ଗମ୍ଭୀର ଷ୍ଟାଣ୍ଡକୁ ଖୋଲି ଦେଇଥିଲା।
ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର କିଛି ସମୟ ଭିତରେ ଉକ୍ତ ଷ୍ଟାଣ୍ଡ୍ରେ ପାଖାପାଖି ୧୫,୦୦୦ରୁ ଅଧିକ ଦର୍ଶକ ଏକାଠି ହୋଇଯାଇଥିଲେ। କୋହଲିଙ୍କ ଟିକିଏ ଝଲକ ପାଇଁ ଯିଏ ଯେଉଁଠି ସ୍ଥାନ ପାଇଲା ସେଠି ଛିଡ଼ା ହୋଇଯାଇଥିଲେ।












Click it and Unblock the Notifications