ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ବିରାଟ କୋହଲି

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କୁ ବୃନ୍ଦାବନରେ ସାକ୍ଷାତ କରିଥିଲେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହୁଛନ୍ତି ଯେ, ମୁଁ ଆପଣଙ୍କୁ ମୋ ପ୍ରଭୁଙ୍କ ବିଧାନ କହୁଛି।

Virat Kohli

ପ୍ରେମାନନ୍ଦ ମହାରାଜ ବିରୁଷ୍କାଙ୍କୁ କହିଛନ୍ତି ଯେ, ବୈଭବ ମିଳିବା ବା ଧନପ୍ରାପ୍ତି ହେବା ଈଶ୍ଵରଙ୍କ କୃପା ନୁହେଁ, ବରଂ ଏହା ପୁଣ୍ୟ ଅଟେ। ଆପଣ ଦେଖିଥିବେ ଭୁଲ କାମ କରୁଥିବା ଲୋକଙ୍କୁ ବି ବୈଭବ ମିଳିଥାଏ। ଏହା ତାଙ୍କର ପୂର୍ବ ଜନ୍ମର କୌଣସି ପୁଣ୍ୟ କାର୍ଯ୍ୟରୁ ହୋଇଥାଏ। ତେଣୁ ଧନପ୍ରାପ୍ତ ବା ଯଶକୁ କୃପା ବୋଲି ଭାବନ୍ତୁ ନାହିଁ। କୃପା ସେତେବେଳେ ମିଳିଥାଏ​‌ ଯେତେବେଳେ ମନୁଷ୍ୟର ଅନ୍ତରର ଚିନ୍ତନ ବଦଳିଥାଏ।

ପ୍ରେମାନନ୍ଦ ମହାରାଜ ଆହୁରି କହିଥିଲେ, ଯେତେବେଳେ ଭଗବାନ କୃପା କରନ୍ତି, ସେତେବଳେ ସନ୍ଥଙ୍କ ସମାଗମ ହୋଇଥାଏ। ଏହା ବ୍ୟତୀତ କିଛି ବିପରୀତ ଦେଇଥାଆନ୍ତି। ଜୀବନରେ ପ୍ରତିକୂଳ ପରିସ୍ଥିତି ଦେଇଥାଆନ୍ତି। ଯଦି ଆପଣଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତି ଦେଖିବାକୁ ମିଳେ, ତେବେ ବୁଝି ଯାଆନ୍ତୁ ଯେ ଈଶ୍ଵରଙ୍କ କୃପା ମିଳୁଛି। ତେଣୁ ଯେତେବେଳେ କୌଣସି କାମ ଆପଣଙ୍କ ମନ ମୁତାବକ ହେଉନାହିଁ ଏବଂ ଆପଣଙ୍କୁ କଷ୍ଟ ମିଳୁଛି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଉପରେ ଈଶ୍ଵରଙ୍କ କୃପା ହେଉଛି। ଆପଣଙ୍କୁ କେବଳ ଈଶ୍ଵରଙ୍କ ନାମ ଜପ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+