ଆରସିବି କ୍ୟାପଟେନ ହିସାବରେ ଏହା ମୋର ଶେଷ ଖେଳ ହେବ: କୋହଲୀ
ରୋୟାଲ ଚଲେଞ୍ଜର ବାଙ୍ଗାଲୋରର କ୍ୟାପ୍ଟେନ ପଦବୀରୁ ଇସ୍ତଫା ଦେବେ ବିରାଟ କୋହଲୀ। ଚଳିତ ସିଜନର ଆଇପିଏଲ ଖେଳ ସରିବା ପରେ କୋହଲୀ ଇସ୍ତଫା ପ୍ରଦାନ କରିବେ। ଆରସିବିର ଅଫିସିଆଲ ଟୁଇତର ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ପ୍ରେରଣ କରି ବିରାଟ ଏହା ଜଣାଇଛନ୍ତି।

ବିରାଟ ତାଙ୍କ ଫ୍ୟାନମାନଙ୍କୁ ଜଣାଇଛନ୍ତି ଯେ, " ମୁ ଆପଣମାନଙ୍କୁ ଏକ ନୂତନ ନିଷ୍ପତ୍ତି ବିଷୟରେ ଜଣାଇବାକୁ ଚାହେଁ। ଆରସିବିର କ୍ୟାପଟେନ ଭାବରେ ଏହା ମୋର ଶେଷ ମ୍ୟାଚ ଅଟେ। ତେବେ ଜଣେ ଖେଳାଳି ଭାବରେ ମୁ ଆଇପିଏଲରେ ମୋର ଶେଷ କ୍ଯାରିଏର ପର୍ଯ୍ୟନ୍ତ ଖେଳିବି।" ବିରାଟ କହିଛନ୍ତି ଯେ, ମୁ ଜୀବନରେ ଟିକେ ଫ୍ରେଶ ଏବଂ ଆଗାମୀ ଭବିଷ୍ୟତ କିପରି ହେବ ସେନେଇ ଟିକେ ଟାଇମ ବାହାର କରିବାକୁ ଚାହେଁ। ଦୀର୍ଘ ୯ ବର୍ଷର ଏହି ଟିମ ସହ ରହିବା ଅତ୍ୟନ୍ତ ମହତ୍ବପୂର୍ଣ ଥିଲା।
ଆଇପିଏଲର ଆରମ୍ଭ ୨୦୦୮ ମସିହାରୁ କୋହଲୀ ଆରସିବି ସହ ରହିଛନ୍ତି। ୨୦୧୧ ମସିହାରୁ କୋହଲୀ ଏହି ଟିମର କ୍ୟାପଟେନ ରହି ଆସିଛନ୍ତି।












Click it and Unblock the Notifications