ଦଶମ ଶ୍ରେଣୀ ମାର୍କସିଟ୍‌ ସେୟାର୍‌ କଲେ କୋହଲି; କହିଲେ, ସ୍ପୋର୍ଟ୍ସ ବିଷୟ ଥିଲେ...

Virat Kohli

Virat Kohli 10th Mark Sheet: ଆସନ୍ତାକାଲିଠୁ ଆଇପିଏଲ ୨୦୨୩ ସଂସ୍କରଣ ଆରମ୍ଭ ହେବାକୁ ଥିବାବେଳେ ବିରାଟ କୋହଲିଙ୍କ ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୋହଲି ନିଜ ଦଶମ ଶ୍ରେଣୀ ମାର୍କସିଟ୍‌କୁ ସୋସିଆଲ୍‌ ମିଡିଆ ରେ ସେୟାର କରିଛନ୍ତି । ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି । ପୋଷ୍ଟରେ ସେ ଏଭଳି କିଛି କ୍ୟାପ୍ସନ ଲେଖିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ହେଉଛି ।

ଗୁରୁବାର ଦିନ କୋହଲି ତାଙ୍କ ସୋସିଆଲ ମିଡ଼ିଆରେ ଦଶମ ମାର୍କସିଟ ସେୟାର ଲେଖିଛନ୍ତି ଯେ, ଯେଉଁ ଜିନିଷର ସର୍ବାଧିକ ଭୂମିକା ଥିଲା ଏଠାରେ କମ୍ ଗୁରୁତ୍ୱ ରହିଛି । ଏହି ମାର୍କସିଟରେ ସେ ସମସ୍ତ ବିଷୟ ତଳେ ସ୍ପୋର୍ଟ୍ସ ଲେଖିଥିଲେ ଏବଂ ଏହା ଆଗରେ ଏକ ପ୍ରଶ୍ନ ଚିହ୍ନ ରଖିଥିଲେ ।

Virat Kohli

ଯତେବେ ଯାହା ମାର୍କସିଟରୁ ଜଣାପଡୁଛି ୨୦୦୪ ଦିଲ୍ଲୀର ପଶ୍ଚିମ ବିହାର ସେଭର୍ କନଭେଣ୍ଟ ମାଧ୍ୟମିକ ବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ୍‌ କରିଥିଲେ ବିରାଟ୍‌ । ୧୦ମ ଶ୍ରେଣୀରେ ତାଙ୍କର ୬୯ ପ୍ରତିଶତ ମାର୍କ ରହିଥିଲା । ଯେଉଁଥିରେ ମୋଟ ୬ଟି ବିଷୟ ରହିଛି । ସେଥିମଧ୍ୟରୁ ଇଂରାଜୀରେ ୮୩, ହିନ୍ଦୀରେ ୭୫, ଗଣିତରେ ୫୧, ବିଜ୍ଞାନରେ ୫୫, ସାମାଜିକରେ ୮୧ ଓ ଇଣ୍ଟ୍ରୋଡକ୍ଟାରୀ ବିଜ୍ଞାନରେ ୫୮ ମାର୍କ ରଖିତିଲେ କୋହଲି ।

କହିରଖୁ କି, କୋହଲିଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଇନ୍‌ଷ୍ଟାଗ୍ରାମ ହେଉ ବା ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ସବୁଥିରେ କୋହଲି ବେଶ୍‌ ସକ୍ରିୟ ରହିଥାନ୍ତି ।

ଉ୍ଲଲେଖଯୋଗ୍ୟ, କ୍ରମାଗତ ପାଞ୍ଚ ବର୍ଷ ଧରି ବିରାଟ କୋହଲି ଦେଶର ସବୁଠୁ ମୂଲ୍ୟବାନ୍ ସେଲିବ୍ରିଟି ଥିଲେ, କିନ୍ତୁ ବର୍ତ୍ତମାନ ସେ ଦ୍ୱିତୀୟ ନମ୍ବରକୁ ଖସି ଆସିଛନ୍ତି। ତାଙ୍କ ସ୍ଥାନରେ ରହିଛନ୍ତି ବଲିଉଡ ଅଭିନେତା ରଣବୀର ସିଂହ। କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟ ହେଉଛି ୧୭୬.୯ ମିଲିୟନ ଡ଼ଲାର। ଏହାପୂର୍ବରୁ ୨୦୨୦ ମସିହାରେ ବିରାଟ କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟ ୨୩୭ ମିଲିୟନ ଡ଼ଲାର ଥିଲା ଏବଂ ୨୦୨୧ ମସିହାରେ ୧୮୫.୭ ମିଲିୟନ ଡ଼ଲାରକୁ ଖସିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+