୫୦୦ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କଲେ ବିରାଟ କୋହଲି; ଭାଙ୍ଗିଲେ ଅନେକ ରେକର୍ଡ

୫ ବର୍ଷ ପରେ ବିଦେଶରେ ଶତକ। କମାଲ କଲେ ବିରାଟ। ୫୦୦ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କଲେ ବିରାଟ କୋହଲି। ଭାଙ୍ଗିଲେ ସଚିନଙ୍କ ରେକର୍ଡ। ଟେଷ୍ଟ କ୍ରିକେଟ୍‌ରେ ଏହା ତାଙ୍କର ୨୯ତମ ଏବଂ କ୍ୟାରିୟର ୭୬ତମ ଶତକ।

ଏହା ପୂର୍ବରୁ ସେ ବିଦେଶ ମାଟିରେ ଶେଷ ଟେଷ୍ଟ ଶତକ ୨୦୧୮ ଡିସେମ୍ବର ୧୬ ତାରିଖରେ ଅଷ୍ଟ୍ରେଲିଆର ପର୍ଥରେ ହାସଲ କରିଥିଲେ। ୧୬୭୭ ଦିନ ଏବଂ ୩୧ ଇନିଂସ ପରେ ସେ ବିଦେଶ ମାଟିରେ ଶତକ ଅର୍ଜନ କରିଛନ୍ତି।

VIRAT_KOHLI

ସଚିନ ନିଜର ପ୍ରଥମ ୪୯୯ ଅନ୍ତର୍ଜାତୀୟ ମ୍ୟାଚ୍‌ର ୫୬୯ ଇନିଂସରେ ୪୮.୫୧ ହାରରେ ୨୪, ୮୩୯ ରନ କରିଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୬୮.୭୧ ରହିଥିଲା। ସଚିନ ୭୫ ଶତକ ଏବଂ ୧୧୪ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଦିନିକିଆ ଫର୍ମାଟ୍‌ରେ ଖେଳିଥିଲେ । ଆଉ ୩୫ ରନରେ ଆଉଟ୍ ହୋଇଥିଲେ।

୨ୟ ଟେଷ୍ଟର ପ୍ରଥମ ପାରିରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶତକ ମାରି ଅନେକ ରେକର୍ଡ କରିଛନ୍ତି । ୨ୟ ଟେଷ୍ଟର ପ୍ରଥମ ପାରିରେ ୨୦୬ ବଲ୍‌ ଖେଳି ୧୨୧ ରନ୍‌ କରିଛନ୍ତି ।

୨ୟ ଟେଷ୍ଟର ଭାରତ ମଜବୁତ୍ ସ୍ଥିତିରେ ଅଛି। ଦଳ ପ୍ରଥମ ପାରିରେ ୪୩୮ ରନରେ ଅଲଆଉଟ୍ ହୋଇଥିବା ବେଳେ ଇଣ୍ଡିଜ ଦଳ ୮୬ ରନରେ ଏକ ୱିକେଟ ହରାଇଛି।

ଶତକ ମାରିସାରିବା ପରେ ସେ ନିଜର ଫେଭରିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ ବିଷୟରେ କହିଛନ୍ତି । ଆଉ ଏଥିରେ ସବୁଠୁ ଆଶ୍ଚର୍ଯ୍ୟକର କଥା ଯେ, ବିରାଟ୍‌ କୋହଲିଙ୍କ ଫେଭରିଟ୍‌ ଷ୍ଟାଡିୟମ୍‌ ମଧ୍ୟରେ ଲର୍ଡସର ନାଁ ନାହିଁ ।

ତେବେ ଉଭୟ ଟିମ୍ ମଧ୍ୟରେ ୨ୟ ଟେଷ୍ଟ ଐତିହାସିକ ଚାଲିଛି । କାରଣ ପରସ୍ପର ବିପକ୍ଷରେ ୧୦୦ ତମ ଟେଷ୍ଟ ଖେଳୁଛନ୍ତି ଉଭୟ ଟିମ୍ । ମ୍ୟାଚ ପୂର୍ବରୁ ଦୁଇ ଦଳର ଅଧିନାୟକଙ୍କୁ ସ୍ମରଣୀକା ପ୍ରଦାନ କରାଯାଇଥିଲା । ଶତକୀୟ ଟେଷ୍ଟରେ ରୋହିତ ଶର୍ମାଙ୍କୁ ଲାରା ସ୍ମାରକୀ ପ୍ରଦାନ କରିଥିଲେ । ମୈଦାନକୁ ଓହ୍ଲାଇବା ପୂର୍ବରୁ ଦୁଇ ଦଳର ଖେଳାଳି ଓ କୋଚ ଏକାଠି ହୋଇ ଫଟୋ ଉଠାଇଥିଲେ ।

ଭାରତ ଏବଂ ୱେଷ୍ଟଇଣ୍ଡିଜ ଏପର୍ଯ୍ୟନ୍ତ ୯୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ୱେଷ୍ଟଇଣ୍ଡିଜ ୩୦ ଏବଂ ଭାରତ ୨୩ଟି ଜିତିଛି । ୪୬ଟି ମ୍ୟାଚ ଡ୍ର ହୋଇଛ । ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ବିଗତ ୨୧ ବର୍ଷ ଭିତରେ ଗୋଟିଏ ବି ମ୍ୟାଚ ଜିତି ନାହିଁ । ୨୦୦୨ରେ ଭାରତକୁ ୱେଷ୍ଟଇଣ୍ଡିଜ୍ ଶେଷ ଥର ପାଇଁ ହରାଇଥିଲା । ଏହା ପରଠାରୁ ଉଭୟ ଦଳ ୨୪ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୫ଟି ଜିତି ଅବଶିଷ୍ଟ ୯ଟିକୁ ଅମୀମାଂସିତ ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+