ଚମ୍ପିୟାନ୍ସ ଟ୍ରଫି ୨୦୨୫ ଖେଳିବେ ରୋହିତ-ବିରାଟ; ଜୟ ଶାହା କଲେ ଏମିତି, ପ୍ରସ୍ତୁତ ହେଉଛି ଟିମ୍ ଇଣ୍ଡିଆ

Champions Trophy 2025: ଚଳିତ ଥର ଟି-୨୦ ବିଶ୍ୱକପ ଜିତିସାରିଛି ଟିମ୍ ଇଣ୍ଡିଆ । ଆଉ ଦଳର ଆଗାମୀ ଲକ୍ଷ୍ୟ ରହିଛି ଚାମ୍ପିୟନ୍ସ ଟ୍ରଫି । ଜାତୀୟ ଗଣମାଧ୍ୟମକୁ ଜୟ ଶାହା କହିଛନ୍ତି ଯେ, ମୁଁ ଏ କଥା ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଆଗାମୀ ବର୍ଷ ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଦଳରେ ସିନିୟର ଖେଳାଳିମାନେ ସ୍ଥାନ ପାଇବେ ।

ତେବେ ତାଙ୍କର ଏହି ବୟାନକୁ ସୋସିଆଲ ମିଡିଆରେ ଲୋକେ ବିରାଟ ଏବଂ ରୋହିତଙ୍କ ସହ ଯୋଡିଛନ୍ତି । ଯେହେତୁ ଦୁହେଁ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇସାରିଛନ୍ତି । ତେଣୁ ଦୁଇ ଜଣ ଯାକ ପ୍ଲେୟାର ଏବେ ଚାମ୍ପିୟନ୍ସ ଟ୍ରଫି ଉପରେ ଫୋକସ୍ କରିଛନ୍ତି ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହିବା ଆରମ୍ଭ କଲେଣି ।

ତେବେ ଅନ୍ତର୍ଜାତୀୟ ଟି-୨୦ରୁ ଦଳର ଦୁଇ ଭେଟେରାନ୍ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ନେଇଯାଇଥିବାରୁ, ଆଗାମୀ ଚାମ୍ପିୟନ୍ସ ଟ୍ରଫିରେ ଦୁହେଁ ନଜର ଆସିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ବଢିଛି । ହେଲେ ଏହାରି ଭିତରେ ବିସିସିଆଇ ସମ୍ପାଦକ ଜୟ ଶାହା ଦେଇଛନ୍ତି ଏକ ବଡ ବୟାନ ।

Champions Trophy 2025

ଜୟ ଶାହାଙ୍କ କହିବା ଅନୁସାରେ, ଯେଉଁଭଳି ଭାବରେ ଏହି ଟିମ୍ ଆଗକୁ ବଢୁଛି, ସେହି ହିସାବରେ ଆମର ଆଗାମୀ ଲକ୍ଷ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଏବଂ ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଜିତିବା । ଏଥର ଟୁର୍ଣ୍ଣାମେଣ୍ଟରେ ଯେଉଁ ଟିମ୍ ଖେଳିଛି, ପାଖାପାଖି ସେହି ଟିମ୍ ଚାମ୍ପିୟନ୍ସ ଟ୍ରଫି ଖେଳିବ ବୋଲି ଜୟ ଶାହା କହିଛନ୍ତି । ତେଣୁ ଚାମ୍ପିୟନ୍ସ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଖେଳିବେ ବୋଲି ସେ କହିଛନ୍ତି ।

ଶ୍ରୀଲଙ୍କାରେ ସୀମିତ ଓଭର ସିରିଜରୁ ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିସିସିଆଇ ସଚିବ ଜୟ ଶାହା ସୋମବାର କହିଛନ୍ତି । ତେବେ ବିଦାୟୀ ରାହୁଲ ଦ୍ରାବିଡଙ୍କ ବଦଳରେ କିଏ ଏହି ପଦବୀ ହାତେଇବେ ତାହା ପ୍ରକାଶ କରି ନାହାନ୍ତି ।

ତେବେ ମିଳିଥିବା ଖବର ଅନୁଯାୟୀ "ଉଭୟ କୋଚ୍ ଏବଂ ଚୟନକର୍ତ୍ତା ନିଯୁକ୍ତି ଖୁବ ଶୀଘ୍ର କରାଯି ବ। ବିସିସିଆଇ ଦୁଇଟି ନାମ ସର୍ଟଲିଷ୍ଟ କରିଛି ଏବଂ ଖୁବଶୀଘ୍ର ବୋର୍ଡ ଆଲୋଚନା ପରେ ନୂତନ କୋଚଙ୍କ ନାମ ଘୋଷଣା ହେବ । ତେବେ ଭିଭିଏସ୍ ଜିମ୍ବାୱେ ଗସ୍ତ ପାଇଁ ଭି.ଏସ.ଏସ ଲକ୍ଷ୍ମଣ ଯାଉଛନ୍ତି କିନ୍ତୁ ଶ୍ରୀଲଙ୍କା ସିରିଜରୁ ନୂତନ କୋଚ୍ ଯୋଗଦେବେ ବୋଲି ଶାହା କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+