Virat Kohli: ଟେଷ୍ଟ କ୍ରିକେଟରୁ ବିରାଟ କୋହଲିଙ୍କ ଅବସର
ଟେଷ୍ଟ କ୍ରିକେଟରୁ ବିରାଟ କୋହଲିଙ୍କ ଅବସର । ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ଘୋଷଣା କଲେ ବିରାଟ ।

ସବୁ ଚର୍ଚ୍ଚା-ଆଲୋଚନାର ଅନ୍ତ ଘଟିଲା। ଟେଷ୍ଟ ମ୍ୟାଚରୁ ଅବସର ନେଲେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି। କିଛିଦିନ ତଳେ ଅବସର ନେଇଥିଲେ ରୋହିତ ଶର୍ମା, ବର୍ତ୍ତମାନ ବିରାଟଙ୍କ ଅବସର ନେବା କଥା ସାମ୍ନାକୁ ଆସିଛି। ବିରାଟ ଅବସର ନେୁଛନ୍ତି ବୋଲି ଇନଷ୍ଟାଗ୍ରାମରେ ଜଣାଇଛନ୍ତି।
ବିରାଟ କୋହଲି ଟେଷ୍ଟ ଜର୍ସି ପିନ୍ଧିଥିବା ନିଜର ଏକ ଫଟୋ ଶେୟାର କରି ଲେଖିଛନ୍ତି, 'ଟେଷ୍ଟ କ୍ରିକେଟରେ ମୁଁ ପ୍ରଥମ ଥର ପାଇଁ ବ୍ୟାଗି ବ୍ଲୁ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ ମୋତେ ଏତେ ଦୂରକୁ ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଏହା ମୋର ପରୀକ୍ଷା ନେଇଛି, ମୋତେ ଗଠନ କରିଛି ଏବଂ ମୋତେ ଏପରି ଶିକ୍ଷା ଦେଇଛି ଯାହାକୁ ମୁଁ ଜୀବନ ସାରା ମୋ ସହିତ ବହନ କରିବି।'
କୋହଲି ଆହୁରି ଲେଖିଛନ୍ତି, 'ହ୍ବାଇଟ ଜର୍ସି ପିନ୍ଧି ଖେଳିବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ଅଭିଜ୍ଞତା। ନୀରବ କଠିନ ପରିଶ୍ରମ, ଲମ୍ବା ଦିନ, ଛୋଟ ଛୋଟ ମୁହୂର୍ତ୍ତ କୁ କେହି ଦେଖନ୍ତି ନାହିଁ କିନ୍ତୁ ଏହା ସବୁଦିନ ପାଇଁ ଆପଣଙ୍କ ସହିତ ରହିଥାଏ। ଯେତେବେଳେ ମୁଁ ଏହି ଫର୍ମାଟରୁ ଦୂରେଇ ଯାଉଛି, ଏହା ସହଜ ନୁହେଁ, କିନ୍ତୁ ଏହା ଠିକ ଅନୁଭବ ହୁଏ। ମୁଁ ଏଥିରେ ମୋର ସର୍ବସ୍ବ ଦେଇଛି ଏବଂ ଏହା ମୋତେ ଆଶାଠାରୁ ଅଧିକ ଦେଇଛି।'
ବିରାଟ କୋହଲି ୨୦ ଜୁନ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ ଖେଳିଥିଲେ। ସେ ତାଙ୍କର ଡେବ୍ୟୁ ଟେଷ୍ଟର ପ୍ରଥମ ଇନିଂସରେ ୪ ରନ ଏବଂ ଦ୍ୱିତୀୟ ଇନିଂସରେ ୧୫ ରନ କରିଥିଲେ।
ବିରାଟ କୋହଲିଙ୍କ ଶେଷ ଟେଷ୍ଟ ମ୍ୟାଚ ଥିଲା। ଜାନୁଆରୀ ୩ରୁ ଜାନୁଆରୀ ୫ ମଧ୍ୟରେ ଖେଳାଯାଇଥିବା ଏହି ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୧୭ ରନ କରିଥିଲେ। ସେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ଇନିଂସରେ ୬ରନ କରିଥିଲେ।












Click it and Unblock the Notifications