ବିଶ୍ୱକପ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ, କୃତଜ୍ଞତା ଜଣାଇଲେ କୋହଲି, କହିଲେ ପ୍ରିୟ ନରେନ୍ଦ୍ର ମୋଦି ସାର ...

ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ବିରାଟ କୋହଲଙ୍କର ବଡ ଅବଦାନ ରହିଛି । ସମଗ୍ର ଟୁର୍ଣ୍ଣାମେଣ୍ଟରେ ରନ ସ୍କୋର କରିବାକୁ ସଂଘର୍ଷ କରୁଥିବା କୋହଲି ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ଇନିଂସ ଖେଳିଥିଲେ । ଆଉ ବିଶ୍ଵକପ ବିଜୟର ପ୍ରମୁଖ ବିନ୍ଧାଣୀ ସାଜିଥିଲେ ।

ଏହା ପରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋହଲିଙ୍କୁ 'ଏକ୍ସ' ମାଧ୍ୟମରେ ଅଭିନନ୍ଦନ ଜଣାଇବା ସହ କୋହଲି ନୂତନ ପିଢିର ଖେଳାଳିଙ୍କୁ ପ୍ରେରଣା ଯୋଗାଇବେ ବୋଲି ମଧ୍ୟ କହିଥିଲେ । ଏବେ ଭାରତୀୟ ପୂର୍ବତନ ଅଧିନାୟକ କୋହଲି ମଧ୍ୟ ଏହାର ଜବାବରେ ଟୁଇଟ କରି ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

Virat Kohli

ଧନ୍ୟବାଦ ଜଣାଇ ସେ ଲେଖିଛନ୍ତି, 'ପ୍ରିୟ ନରେନ୍ଦ୍ର ମୋଦି ସାର୍‌, ମୋତେ ସର୍ବଦା ସମର୍ଥନ କରି ଉତ୍ସାହିତ କରିଥିବାରୁ ଧନ୍ୟବାଦ । ଟି-୨୦ ବିଶ୍ୱକପ ଘରକୁ ଆଣିଥିବା ଏହି ଭାରତୀୟ ଦଳର ଅଂଶ ହେବା ଗୌରବର ବିଷୟ । ଏହି ବିଜୟ ସହିତ ସମସ୍ତ ଦେଶବାସୀ ପାଇଥିବା ଖୁସିରେ ଆମେ ପ୍ରଭାବିତ ଏବଂ ଅଭିଭୁତ ।

ଚଳିତ ଥର ଟି-୨୦ ବିଶ୍ୱକପ ଜିତିସାରିଛି ଟିମ୍ ଇଣ୍ଡିଆ । ଆଉ ଦଳର ଆଗାମୀ ଲକ୍ଷ୍ୟ ରହିଛି ଚାମ୍ପିୟନ୍ସ ଟ୍ରଫି । ଜାତୀୟ ଗଣମାଧ୍ୟମକୁ ଜୟ ଶାହା କହିଛନ୍ତି ଯେ, ମୁଁ ଏ କଥା ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଆଗାମୀ ବର୍ଷ ପାକିସ୍ତାନରେ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଦଳରେ ସିନିୟର ଖେଳାଳିମାନେ ସ୍ଥାନ ପାଇବେ ।

ତେବେ ତାଙ୍କର ଏହି ବୟାନକୁ ସୋସିଆଲ ମିଡିଆରେ ଲୋକେ ବିରାଟ ଏବଂ ରୋହିତଙ୍କ ସହ ଯୋଡିଛନ୍ତି । ଯେହେତୁ ଦୁହେଁ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇସାରିଛନ୍ତି । ତେଣୁ ଦୁଇ ଜଣ ଯାକ ପ୍ଲେୟାର ଏବେ ଚାମ୍ପିୟନ୍ସ ଟ୍ରଫି ଉପରେ ଫୋକସ୍ କରିଛନ୍ତି ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହିବା ଆରମ୍ଭ କଲେଣି ।

ତେବେ ଅନ୍ତର୍ଜାତୀୟ ଟି-୨୦ରୁ ଦଳର ଦୁଇ ଭେଟେରାନ୍ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ନେଇଯାଇଥିବାରୁ, ଆଗାମୀ ଚାମ୍ପିୟନ୍ସ ଟ୍ରଫିରେ ଦୁହେଁ ନଜର ଆସିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ବଢିଛି । ହେଲେ ଏହାରି ଭିତରେ ବିସିସିଆଇ ସମ୍ପାଦକ ଜୟ ଶାହା ଦେଇଛନ୍ତି ଏକ ବଡ ବୟାନ ।

ଜୟ ଶାହାଙ୍କ କହିବା ଅନୁସାରେ, ଯେଉଁଭଳି ଭାବରେ ଏହି ଟିମ୍ ଆଗକୁ ବଢୁଛି, ସେହି ହିସାବରେ ଆମର ଆଗାମୀ ଲକ୍ଷ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଏବଂ ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଜିତିବା । ଏଥର ଟୁର୍ଣ୍ଣାମେଣ୍ଟରେ ଯେଉଁ ଟିମ୍ ଖେଳିଛି, ପାଖାପାଖି ସେହି ଟିମ୍ ଚାମ୍ପିୟନ୍ସ ଟ୍ରଫି ଖେଳିବ ବୋଲି ଜୟ ଶାହା କହିଛନ୍ତି । ତେଣୁ ଚାମ୍ପିୟନ୍ସ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଖେଳିବେ ବୋଲି ସେ କହିଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+