ଟେଷ୍ଟ କ୍ରିକେଟ ଅଧିନାୟକ ପଦବୀରୁ ଇସ୍ତଫା ଦେଲେ ବିରାଟ କୋହଲି
ବେଙ୍ଗାଲୁରୁ: ଏକ ଗୁରୁତ୍ବପୂର୍ଣ ନିଷ୍ପତ୍ତି କ୍ରମେ ବିରାଟ କୋହଲି ଆଜି ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। କ୍ରିକେଟ ପ୍ରେମୀ ତଥା ବିରାଟଙ୍କ ଫ୍ୟାନଙ୍କ ମଧ୍ୟରେ ଏହି ଖବର ଆଲୋଡନ ସୃଷ୍ଟି କରିଛି ।

ଆଜି ଏକ ଟୁଇଟ୍ ଜରିଆରେ ବିରାଟ ଅଗଣିତ କ୍ରିକେଟ ପ୍ରେମୀଙ୍କୁ ଅବଗତ କରାଇଛନ୍ତି ଅଧିନାଯକ ପଦବୀରୁ ଇସ୍ତଫା ଦେବା ସଂକ୍ରାନ୍ତରେ । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ପରାଜୟ ସତେ ଯେପରି ବିରାଟଙ୍କ ଜୀବନରେ ଅନିଦେଇଛି ବିରାଟ ମାନସିକ ପରିବର୍ତ୍ତନ । ଭାରତୀୟ କ୍ରିକେଟ୍ ଟେଷ୍ଟ ଦଳର ଅଧିନାୟକ ପଦକୁ ସେ ତ୍ୟାଗ କରିଛନ୍ତି ।
— Virat Kohli (@imVkohli) January 15, 2022
ଏହି ଟୁଇଟ୍ରେ ସେ ଦୀର୍ଘ ୭ ବର୍ଷର ଅଧିନାୟ ଯାତ୍ରାକୁ ବଖାଣିଛନ୍ତି । ଅଧିନାୟକ ପଦ ପାଇଁ ସେ ବିସିସିଆଇକୁ ଧନ୍ୟବାଦ ଦେବା ସହ ନିଜ ସାଥୀ ଖେଳାଳିଙ୍କ ସମର୍ଥନକୁ ଭରପୁର ତାରିଫ୍ କରିଛନ୍ତି । ଅଧିନାୟକ ଭାବରେ ବିରାଟ ନିଜର ଉତ୍କର୍ଷତା ପ୍ରତିପାଦନ କରି ୧୧ ଟି ମ୍ଯାଚରେ ଆଣି ଦେଇଥିଲେ ବିପୁଳ ବିଜୟ । ଭାରତୀୟ ଦଳ ବିରାଟଙ୍କ ଅଧୀନରେ ୪୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲା । ନିଜର ଲମ୍ବା କାରିୟରରେ ବିରାଟ ଅର୍ଜିଛନ୍ତି ବିପୁଳ ଫ୍ୟାନ ଫଲୋୟର । ଏଥିପାଇଁ ବିରାଟଙ୍କ ନିଷ୍ପତ୍ତି ତାଙ୍କ ଫ୍ୟାନ ମାନଙ୍କ ପାଇଁ ଆଣି ଦେଇଛି ବିଷାଦ ।

ବିରାଟ ପଦବୀ ଛାଡିବା ପରେ କେଏଲ ରାହୁଲ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ପଦବୀ ପାଇଁ ସବୁଠାରୁ ବଡ ଦାବିଦାର ଅଛନ୍ତି । ରୋହିତ ଶର୍ମା ଏବେ ଟିମ ଇଣ୍ଡିଆ ଓଡିଆଇ କ୍ୟାପତେନ ରହିଥିବା ବେଳେ ରାହୁଲଙ୍କ ନାମ ଅଧିନାୟକ ପଦବୀ ପାଇଁ ଚୟନ କରାଯାଇ ପରେ ବୋଲି ଆକଳନ ହେଉଛି ।












Click it and Unblock the Notifications