Get Updates
Get notified of breaking news, exclusive insights, and must-see stories!

ବିରାଟ କୋହଲି ମୋ ଅଧୀନରେ ଖେଳୁଥିଲେ; ତେଜସ୍ଵୀ ଯାଦବ

ଏକାଠି କ୍ରିକେଟ ଖେଳୁଥିଲେ ବିରାଟ କୋହଲି ଓ ବିହାରର ପୂର୍ବତନ ଡେପୁଟି ସିଏମ ତଥା ଆରଜେଡି ନେତା ତେଜସ୍ବୀ ଯାଦବ । ତେଜସ୍ବୀ ଅଧିନାୟକତ୍ବରେ ବିରାଟ କୋହଲି ଘରୋଇ ମ୍ୟାଚ ଖେଳିଥିବା ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ସେ । ଏଥିସହ ଅନେକ ଭାରତୀୟ ଦଳର ଖେଳାଳି ତାଙ୍କର ସାଥି ବୋଲି ଦାବି କରିଛନ୍ତି ତେଜସ୍ବୀ ।

ସେ ଦାବି କରିଛନ୍ତି, ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ଏକଦା ତାଙ୍କ କ୍ୟାପ୍ଟେନ୍ସିରେ ଘରୋଇ କ୍ରିକେଟ ଖେଳୁଥିଲେ। କିନ୍ତୁ ଘରୋଇ କ୍ରିକେଟରେ ଦମ ଦେଖାଇଥିବା ତେଜସ୍ୱୀଙ୍କ କ୍ରିକେଟିଂ କ୍ୟାରିୟର ସମ୍ପର୍କରେ କେହି ଆଲୋଚନା କରୁ ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଜସ୍ୱୀ ଆହୁରି ଦାବି କରିଛନ୍ତି ଯେ ଭାରତୀୟ ଟିମରେ ଏବେ ଖେଳୁଥିବା ଅଧିକାଂଶ ଖେଳାଳି ତାଙ୍କ ସହ ଖେଳୁଥିଲେ।

Virat Kohli

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ତେଜସ୍ୱୀ କହିଛନ୍ତି,. "ମୁଁ ଜଣେ କ୍ରିକେଟର ଥିଲି ଓ ଏ ବିଷୟରେ କେହି ବି ଆଲୋଚନା କରୁ ନାହାନ୍ତି। ବିରାଟ କୋହଲି ମୁଁ କ୍ୟାପ୍ଟେନ୍ସିରେ ଖେଳୁଥିଲେ। କେହି ଏହା ଉପରେ ଆଲୋଚନା କରୁଛନ୍ତି କି?

ଜଣେ ପ୍ରଫେସନାଲ ହିସାବରେ, ମୁଁ ଭଲ କ୍ରିକେଟ ଖେଳୁ ଥିଲି। ଅଧିକାଂଶ ଟିମ ଇଣ୍ଡିଆର ଖେଳାଳି ମୋ ବ୍ୟାଚମେଟ ରହିଥିଲେ। ମୋର ଦୁଇଟି ଯାକ ଲିଗାମେଣ୍ଟ ଭାଙ୍ଗି ଯିବାରୁ ମୋତେ କ୍ରିକେଟ ଛାଡ଼ିବାକୁ ପଡ଼ିଥିଲା। ଛାଡ଼ନ୍ତୁ ସେସବୁ କଥା।" ତେଜସ୍ୱୀଙ୍କ ଏହି ବୟାନ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ତାଙ୍କୁ କଟାକ୍ଷ କରିଛନ୍ତି।।
ତେଜସ୍ବୀଙ୍କ କ୍ରିକେଟ କ୍ୟାରିୟର: ଆମେ ଆପଣଙ୍କୁ କହି ରଖୁଛୁ ଯେ, ତେଜସ୍ୱୀ ତାଙ୍କ କ୍ୟାରିୟରରେ ମୋଟ ଗୋଟିଏ ପ୍ରଥମ ଶ୍ରେଣୀ, 2ଟି ଲିଷ୍ଟ ଏ ମ୍ୟାଚ, 4 ଟି -20 ମ୍ୟାଚ୍ ଖେଳିଛନ୍ତି । ଘରୋଇ କ୍ରିକେଟରେ ସେ ଝାଡଖଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ। ଖୁବ୍ କମ୍ ଲୋକ ଜାଣନ୍ତି ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2008 ସିଜନରେ ଦିଲ୍ଲୀ ଡେୟାରଡେଭିଲ୍ସ ( ଦିଲ୍ଲୀ କ୍ୟାପିଟାଲ୍ସ) ତେଜସ୍ୱୀଙ୍କୁ ଖେଳାଳି ଭାବେ ଚୟନ କରାଯାଇଥିଲା । ସେ 2008 ରୁ 2012 ପର୍ଯ୍ୟନ୍ତ ଫ୍ରାଞ୍ଚାଇଜ୍ ପାଇଁ ଚୟନ ହୋଇଥିଲେ । କିନ୍ତୁ ଗୋଟିଏ ବି ମ୍ୟାଚ୍ ଖେଳି ନଥିଲେ। ସେ ନଭେମ୍ବର 2009 ରେ ବିଦର୍ଭଙ୍କ ବିପକ୍ଷରେ ପ୍ରଥମ ଶ୍ରେଣୀ ମ୍ୟାଚରେ ଡେବ୍ୟୁ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+