ପ୍ରଥମ ପ୍ଲେୟାର ଭାବରେ ତିନୋଟି ଆଇସିସି ଇଭେଣ୍ଟରେ ପ୍ଲେୟାର ଅଫ୍ ଦି ସିରିଜ ହେଲେ ବିରାଟ କୋହଲି
ବିରାଟ ମ୍ୟାନ ଅଫ୍ ଦି ସିରିଜ । ବିଶ୍ଵକପ ୨୦୨୩ରେ ବିରାଟ କୋହଲି ମ୍ୟାନ ଅଫ୍ ଦି ସିରିଜ ଭାବରେ ବିବେଚିତ ହୋଇଛନ୍ତି । ଏହା ସହ ବିରାଟ କୋହଲି ତୃତୀୟ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ପ୍ଲେୟାର ଅଫ୍ ଦି ସିରିଜ ହୋଇଛନ୍ତି ।
ବିରାଟ କୋହଲି ୨୦୧୪ ଓ ୨୦୧୬ ଟି ବିଶ୍ଵକପରେ ପ୍ଲେୟାର ଅଫ୍ ଦି ସିରିଜ ହୋଇଥିଲେ । ଏହା ସହ ଚଳିତ ବିଶ୍ଵକପରେ ପ୍ଲେୟାର ଅଫ୍ ଦି ସିରିଜ ହୋଇଛନ୍ତି ।
ଆଇସିସି ବିଶ୍ୱକପ ଫାଇନାଲରେ ଅଧିକାଂଶ ରନ୍ ସଂଗ୍ରହ କରିଛନ୍ତି କୋହଲି । ବିରାଟ କୋହଲି ମୋଟ୍ ୩୨୨ ରନ କରିଛନ୍ତି । କୁମାର ସାଙ୍ଗାକାରା ୩୨୦ ରନ କରିଥିଲେ । ବିରାଟ କୋହଲି ମୋଟ ୧୧ ଟି ମ୍ୟାଚ୍ ମଧ୍ୟରୁ ୯ ଟିରେ ୫୦ ରୁ ଅଧିକ ସ୍କ୍କୋର କରିଛନ୍ତି ।

ଦିନିକିଆ ବିଶ୍ୱକପ ୨୦୨୩ରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ପ୍ରଥମ ନାମ ହେଉଛି ଭାରତର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଯିଏ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ରବିବାର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୫୪ ରନ୍ ସଂଗ୍ରହ କରିବା ପରେ ପୂର୍ବତନ ଅଧିନାୟକ ବିଶ୍ଵକପରେ ଗୋଟିଏ ଇଭେଣ୍ଟରେ ୭୦୦ ରନ୍ ମାର୍କ ଅତିକ୍ରମ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ବିରାଟ ୧୦୧.୫୭ ହାରାହାରିରେ ୭୬୫ ରନ୍ ଏବଂ ଷ୍ଟ୍ରାଇକ୍ ରେଟ୍ ୯୦.୬୮ ରହିଛି । ଯେଉଁଥିରେ ତିନି ଶତକ ଏବଂ ଛଅ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଏହି ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ସେ ତାଙ୍କର ୫୦ ତମ ଦିନିକିଆ ଶତକ ମଧ୍ୟ ପୂରଣ କରିଛନ୍ତି ।












Click it and Unblock the Notifications