ଓ୍ୱିକିପିଡିଆରେ ସବୁଠୁ ଅଧିକ ଥର ସର୍ଚ୍ଚ ହେଉଥିବା କ୍ରିକେଟର ହେଉଛନନ୍ତି ବିରାଟ

ଭୁବନେଶ୍ୱର : ସବୁଠି ବିରାଟ ଏକ ନମ୍ବର। ପଡିଆ ହେଉ ବା ପଡିଆ ବାହାରେ ସବୁଠି ନମ୍ବର ୱାନ। ଓ୍ୱିକିପିଡିଆରେ ସବୁଠୁ ଅଧିକ ଥର ସର୍ଚ୍ଚ ହେଉଥିବା କ୍ରିକେଟର ହେଲେ ବିରାଟ କୋହଲି। ସବୁଠୁ ଆଗରେ ରହିଛନ୍ତି ରନ୍‌ ମେସିନ୍‌। ବିଶ୍ଵ କ୍ରିକେଟରେ ଯେତେ କ୍ରିକେଟର ଅଛନ୍ତି ସେମାନଙ୍କ ତୁଳନାରେ ବିରାଟ୍‌ ବହୁ ଆଗରେ ।

କ୍ରିକେଟର ଭାବରେ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଥିବା ବେଳେ ତାଙ୍କ ପଛକୁ ଅଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନିଙ୍କ ପରେ ଶୁଭମନ୍‌ ଗିଲ୍‌ ଏବଂ ଷ୍ଟିଭ୍‌ ସ୍ମିଥ୍‌ ରହିଛନ୍ତି । ତାଙ୍କ ପଛକୁ ଉସ୍‌ମାନ ଖ୍ୱାଜା ଏବଂ ସଚ୍ଚିନ ତେନ୍ଦୁଲକର ରହିଛନ୍ତି ।

VIRAT_KOHLI

୨୦୧୧ରେ ଟିମ ଇଣ୍ଡିଆ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ ବିରାଟ ୧୦୯ଟି ଟେଷ୍ଟ ମ୍ୟାଚ୍‌ ଖେଳିସାରିଛନ୍ତି । ଏଥିରେ ୨୮ଟି ଶତକ ହାସଲ କରିଥିବା ବେଳେ ୨୮ଟି ଅର୍ଦ୍ଧଶତକ ରହିଛି । ୮୪୭୯ ରନ୍‌ ସଂଗ୍ରହ କରିସାରିଛନ୍ତି । ୨୫୪ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।

ସେହିପରି ସେ ୨୦୦୮ରେ ଦିନିକିଆ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ଏବେ ଯାଏଁ ମୋଟ ୨୭୪ଟି ଦିନିକିଆ ମ୍ୟାଚ୍‌ ଖେଳି ୧୨,୮୯୮ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ କ୍ରିକେଟରେ ମୋଟ ୪୬ଟି ଶତକ ତାଙ୍କ ନାଁରେ ରହିଥିବା ବେଳେ ୬୫ଟି ଅର୍ଦ୍ଧଶତକ ରହିଛି । ୧୮୩ ତାଙ୍କର ସର୍ବାଧିକ ସ୍କୋର ରହିଛି । ଏହି ବିଶ୍ଵକପ ଭାରତର ଭଲ ପ୍ରଦର୍ଶନ ବିରାରଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+