Virat Kohli: ଆଉ ଭାରତରେ ରହିବେନି ବିରାଟ କୋହଲି ! ଅନୁଷ୍କାଙ୍କ ଓ ତାଙ୍କ ସନ୍ତାନଙ୍କୁ ଧରି ଲଣ୍ଡନ ପଳାଇବେ !

ରତକୁ ବାଏ ବାଏ କରିବେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି । କ୍ରିକେଟରୁ ସନ୍ନ୍ୟାସ ନେବା ପରେ ସେ ପରିବାର ସହ ଲଣ୍ଡନରେ ରହିବେ ।

Virat Kohli

ପତ୍ନୀ ଅନୁଷ୍କା ଓ ଦୁଇ ପିଲାଙ୍କ ସହ ସବୁ ଦିନ ପାଇଁ ଲଣ୍ଡନ ସିଫ୍ଟ ହୋଇଯିବେ ବିରାଟ କୋହଲି । ଏନେଇ ପୂର୍ବରୁ ଖୁବ୍‌ ଆଲୋଚନା ଚାଲିଥିବା ବେଳେ ଏବେ ଏଥିରେ ମୋହର ମାରିଛନ୍ତି ତାଙ୍କ ପିଲା ଦିନର କୋଚ ରାଜକୁମାର ଶର୍ମା।

ଦ୍ୱିତୀୟ ସନ୍ତାନ ଅକାୟ ଜନ୍ମ ପୂର୍ବରୁ ବିରାଟ ପତ୍ନୀ ଓ ଝିଅଙ୍କ ସହ ଅଧିକାଂଶ ସମୟ ଲଣ୍ଡନରେ ଅତିବାହିତ କରୁଥିଲେ । ସେଠାରେ ତାଙ୍କର ଘର ଥିବା ଜଣାଯାଇଛି ।

ବିରାଟ ଏବେ ପରିବାର ସହ କ୍ୱାଲିଟି ସମୟ ଅତିବାହିତ କରୁଛନ୍ତି। ପିଲାଙ୍କ ଭବିଷ୍ୟତ ନିମନ୍ତେ ଲଣ୍ଡନ ସିଫ୍ଟ ହେବାକୁ ବିରାଟ ଓ ଅନୁଷ୍କା ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ଗତ କିଛି ମାସ ଧରି ବିରାଟ ପରିବାର ସହ ଲଣ୍ଡନରେ ଅଧିକ ସମୟ ରହୁଛନ୍ତି । ଆଉ ଏଥର ସେ ଭାରତକୁ ବାଏ ବାଏ କହି ସବୁଦିନ ପାଇଁ ଲଣ୍ଡନ ଚାଲିଯିବେ ବୋଲି କହିଛନ୍ତି ତାଙ୍କ ପିଲା ଦିନର କୋଚ । ଏହି ଘଟଣା ବିରାଟଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା ଦେଇଛି ।

ବିରାଟ କୋହଲି ବର୍ତ୍ତମାନ୍ ଭାରତୀୟ ଟିମ୍‌ ସହିତ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ପୂର୍ବରୁ ସେ ଟି୨୦ରୁ ଅବସର ଘୋଷଣା କରିସାରିଛନ୍ତି । ଏବେ ଟେଷ୍ଟରେ ତାଙ୍କର ଫର୍ମ ଭଲ ନ ଥିବା ନେଇ ଜୋର ଚର୍ଚ୍ଚା ହେଉଛି । ସେ ଟେଷ୍ଟରୁ ଅବସର ଘୋଷଣା କରିବା ପରେ ଭାରତ ଛାଡ଼ି ସବୁ ଦିନ ପାଇଁ ଲଣ୍ଡନ ପଳାଇବେ ବୋଲି ଶୁଣାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+