Virat Kohli: ଅଚାନକ ଲଣ୍ଡନ ପଳାଇଲେ ବିରାଟ କୋହଲି, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ସାରା ଦେଶରେ ଖୁସିର କାହାର । ଟିମ ଇଣ୍ଡିଆଙ୍କୁ ସାରା ଦେଶରେ ଜୋରଦାର ସ୍ବାଗତ କରାଯାଇଛି । ପୁରା ଦଳ ମୁମ୍ବାଇରେ ବିଜୟ ପରେଡରେ ଯୋଗ ଦେଇଥିଲେ । ଆଉ ବିଜୟ ପ୍ୟାରେଡ ସରିବା ପରେ ବିରାଟ କୋହଲିଙ୍କୁ ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ସେ ସେଠାରୁ ଲଣ୍ଡନ ଯାଉଥିଲେ ।
ବିରାଟ କୋହଲି ଧଳା ଟି-ଶର୍ଟ, କ୍ରିମ ରଙ୍ଗର ପ୍ୟାଣ୍ଟ ଏବଂ ସବୁଜ ଜ୍ୟାକେଟରେ ଏକ କଳା କାରରେ ଯାଉଥିଲେ । ବିମାନବନ୍ଦର ଭିତରକୁ ଯିବା ପୂର୍ବରୁ ସେ କର୍ମଚାରୀମାନଙ୍କୁ ଅଭିବାଦନ ଜଣାଇଥିଲେ। ଲଣ୍ଡନରେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା, ଝିଅ ଭାମିକା, ପୁଅ ଅକାୟଙ୍କୁ ଭେଟିବେ। ବିରାଟ ଏବଂ ଅନୁଷ୍କା ଚଳିତ ବର୍ଷ ଫେବୃଆରୀରେ ଦ୍ୱିତୀୟ ସନ୍ତାନର ମାତାପିତା ହୋଇଛନ୍ତି।
ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ବ୍ୟାଟରୁ କୌଣସି ବଡ଼ ଇନିଂସ ଦେଖିବାକୁ ମିଳି ନ ଥିଲା । ତେବେ ଫାଇନାଲ ମ୍ୟାଚରେ ବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ । ବିରାଟ କୋହଲି ୧୨୮.୮୧ ଷ୍ଟ୍ରାଇକ ରେଟ୍ରେ ୫୯ ବଲରେ ୭୬ ରନ ସଂଗ୍ରହ କରିଥିଲେ ।
ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦଳ ସ୍ଵଦେଶ ପହଞ୍ଚିବା ପରେ ମୁମ୍ବାଇରେ ବିଜୟ ପରେଡ୍ ହୋଇଥିଲା। ପରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ଚେକ୍ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଭାରତୀୟ ଖେଳାଳିମାନେ ଏକ ଖୋଲା ଛାତ ବସ୍ରେ ନରିମାନ ପଏଣ୍ଟରୁ ଷ୍ଟାଡିୟମ ଯାଏ ଯାତ୍ରା କରିଥିଲେ । ଅପରାହ୍ନ ୫ଟାରେ ଏହି ବିଜୟ ପରେଡ୍ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଖେଳାଳିମାନେ ବିଳମ୍ବରେ ପହଞ୍ଚିବା କାରଣରୁ ସନ୍ଧ୍ୟା ୭.୩୦ ପରେ ଏହା ଆରମ୍ଭ ହୋଇଥିଲା
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଭାରତୀୟ ଦଳ ଅପରାହ୍ନ ୩.୪୨ ମିନିଟରେ ଦିଲ୍ଲୀ ଛାଡିଥିଲା। ଭାରତୀୟ ଖେଳାଳିଙ୍କ ଝଲକ ପାଇବା ପାଇଁ ମେରାଇନ୍ ଡ୍ରାଇଭ୍ର ସଡକ ଜନସମୁଦ୍ର ପାଲଟିଥିଲା। ଓ୍ବାଙ୍ଖଡେ ଷ୍ଟାଡିୟମ ସାଧାରଣ ଜନତାଙ୍କ ପାଇଁ ମୁକ୍ତ ବୋଲି ଘୋଷଣା କରାଯିବାର କିଛି ମିନିଟ ମଧ୍ୟରେ ଏହା ଭରି ଯାଇଥିଲା।

ଭାରତୀୟ ଖେଳାଳି ଭିସ୍ତାରା ବିମାନରେ ଛତ୍ରପତି ଶିବାଜୀ ମହାରାଜ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ଓ୍ବାଟର ସାଲ୍ୟୁଟ ମିଳିଥିଲା। ଟର୍ମିନାଲ-୨ ଦେଇ ଭାରତୀୟ ଖେଳାଳି ବାହାରକୁ ଆସିବା ସହ ନରିମାନ ପଏଣ୍ଟରୁ ଖୋଲା ବସ୍ରେ ଚଢିଥିଲେ। ତୁହାକୁ ତୁହା ବର୍ଷା ଓ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ କ୍ରିକେଟ ଫ୍ୟାନ୍ଙ୍କ ମଧ୍ୟରେ ଅଫୁରନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ଷ୍ଟାଡିୟମରେ ମଧ୍ୟ ଜଣେ ବି ଦର୍ଶକ ନିଜ ସ୍ଥାନ ଛାଡି ନ ଥିବା ଦେଖିବାକୁ ମିଳିଥିଲା। ଘଣ୍ଟା ଘଣ୍ଟା ଧରି ବିନା ଖାଦ୍ୟ ଓ ପାଣିରେ ବସିବାକୁ ପଡିଥିଲେ ମଧ୍ୟ କେହି ବି ନିଜ ସ୍ଥାନ ଛାଡି ନ ଥିଲେ।
ଷ୍ଟାଡିୟମରେ ଡିଜେ ତାଳରେ ଭାରତୀୟ ଦଳର ଖେଳାଳିମାନେ ରେନ୍ ଡ୍ୟାନ୍ସ କରିଥିଲେ । ଏହା ପରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରା ପ୍ରଶଂସକଙ୍କୁ ସମ୍ବୋଧିତ କରିଥିଲେ












Click it and Unblock the Notifications