ଆଇସିସି ୧୯ ବର୍ଷରୁ କମ କ୍ରିକେଟ୍ ବିଶ୍ଵକପ, ଟି-୨୦ ବିଶ୍ୱକପ, ଦିନିକିଆ ବିଶ୍ବକପ୍ ଓ ଚମ୍ପିୟାନ୍ସ ଟ୍ରଫି ବିଜେତା ହେଲେ କୋହଲି
ସରିଲା ଟି-୨୦ ବିଶ୍ଵକପ । ଆଉ ଭାରତ ହେଲା ବିଶ୍ଵ ବିଜେତା । ଆଉ ବିରାଟ ରେକର୍ଡ କଲେ କୋହଲି । ଏକ ମାତ୍ର କ୍ରିକେଟର ଭାବରେ ଆଇସିସି ୧୯ ବର୍ଷରୁ କମ କ୍ରିକେଟ୍ ବିଶ୍ଵକପ, ଟି-୨୦ କ୍ରିକେଟ ବିଶ୍ୱକପ, ଦିନିକିଆ ବିଶ୍ବକପ୍ ଓ ଚମ୍ପିୟାନ୍ସ ଟ୍ରଫି ବିଜେତା ହୋଇପାରିଛନ୍ତି ।
ଉନ୍ନତ ପ୍ରଦର୍ଶନଦ୍ୱାରା ଦିଲ୍ଲୀକୁ ପ୍ରତିନିଧିତ୍ୱ କରିସାରିବା ପରେ ତାଙ୍କୁ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ଓ ସେ ଭାରତକୁ ୧୯-ବର୍ଷରୁ କମ ବିଶ୍ୱକପ ବିଜେତା କରାଇଥିଲେ । କିଛି ମାସ ପରେ ତାଙ୍କୁ ଶ୍ରୀଲଙ୍କା ସହ ପ୍ରଥମ ଦିନିକିଆ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ତାଙ୍କ ଉନ୍ନତ ପ୍ରଦର୍ଶନଦ୍ୱାରା ସେ ୨୦୧୧ ବିଶ୍ୱକପ ଦଳରେ ନିଜର ସ୍ଥାନ ବଜାୟ ରଖିପାରିଥିଲେ । କିଙ୍ଗଷ୍ଟନଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ୨୦୧୨ ଏବଂ ୨୦୧୭ରେ ସେ ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଆଇସିସିରୁ ଏବଂ ନିଜ ଉନ୍ନତ ପ୍ରଦର୍ଶନ ଯୋଗୁଁ ବିସିସିଆଇରୁ ଅର୍ଜୁନ ପୁରସ୍କାର ମଧ୍ୟ ପାଇସାରିଛନ୍ତି । ୨୦୧୩ ରେ ସେ ଚମ୍ପିୟାନସ୍ ଟ୍ରଫି ବିଜେତା ଦଳରେ ଥିଲେ ।

ଆଇସିସି ୧୯ ବର୍ଷରୁ କମ କ୍ରିକେଟ୍ ବିଶ୍ଵକପ
ଫେବୃଆରୀ-ମାର୍ଚ୍ଚ ୨୦୦୮ ରେ, କୋହଲି ମାଲେସିଆରେ ଆୟୋଜିତ ୨୦୦୮ ଆଇସିସି ଅଣ୍ଡର -୧୯ କ୍ରିକେଟ୍ ବିଶ୍ୱକପରେ ବିଜେତା ଭାରତୀୟ ଦଳର ଅଧିନାୟକ ହୋଇଥିଲେ । ୩ ନମ୍ବରରେ ବ୍ୟାଟିଂ କରି ସେ ହାରାହାରି ୪୭ ଟି ମ୍ୟାଚରେ ୨୩୫ ରନ୍ ସଂଗ୍ରହ କରିଥିଲେ ଏବଂ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ତଥା ତିନିଜଣ ବ୍ୟାଟରଙ୍କୁ ମଧ୍ୟରୁ ଜଣେ ଟୁର୍ଣ୍ଣାମେଣ୍ଟରେ ଶତକ ହାସଲ କରିଥିଲେ।
୨୦୧୧ ଦିନିକିଆ ବିଶ୍ବକପ୍
ଦିନିକିଆ ବିଶ୍ଵକପରେ କୋହଲି ଭଲ ପ୍ରଦର୍ଶନ କରିଥିଲେ । ଫାଇନାଲରେ ବିରାଟ କୋହଲି ୩୫ ରନର ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିଲେ । ସେ ଲିଗ୍ ମ୍ୟାଚରେ ଶତକ ମଧ୍ୟ ହାସଲ କରିଥିଲେ । ସେ ୯ ଟି ମ୍ୟାଚ୍ ଖେଳି ୩୫.୨୫ ହାରରେ ୨୮୨ ରନ କରିଥିଲେ ।
୨୦୧୩ ଚମ୍ପିୟାନସ୍ ଟ୍ରଫି
ସେ ଚମ୍ପିୟାନସ୍ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ । ସେ ପାଞ୍ଚଟି ମ୍ୟାଚରୁ ୫୮.୬୬ ହାରରେ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କ ବ୍ୟାଟରୁ ଏକ ଅର୍ଦ୍ଧଶତକ ଆସିଥିଲା ।
୨୦୨୪ ଟି -୨୦ କ୍ରିକେଟ ବିଶ୍ୱକପ
ଭାରତ ବିଜୟର ବିନ୍ଧାଣି ସାଜିଥିଲେ ବିରାଟ । ସେ ଫାଇନାଲରେ ୭୫ ରନର ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିଲେ । ସେ ମ୍ୟାନ ଅଫ୍ ଦି ଫାଇନାଲ ହୋଇଥିଲେ । ସେ ମୋଟ ୧୫୧ ରନ ସ୍କୋର କରିଥିଲେ।












Click it and Unblock the Notifications