Virat Kohli: ୩୦୦ ଦିନିକିଆ ଖେଳିବେ ବିରାଟ କୋହଲି
ବିରାଟ କୋହଲି ବିଶ୍ଵ କ୍ରିକେଟରେ ସ୍ଵତନ୍ତ୍ର ନାମ । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ କୋହଲି ତାଙ୍କର '୩୦୦'' ତମ ଦିନିକିଆ ପୂରଣ କରିବେ। ପାକିସ୍ତାନ ବିପକ୍ଷରେ ଶତକ ହାସଲ କରି କୋହଲି ଫର୍ମକୁ ଫେରିଛନ୍ତି।
ମହାନ କ୍ରିକେଟର ସଚିନ ତେନ୍ଦୁଲକର, ଏମଏସ ଧୋନି, ରାହୁଲ ଦ୍ରାବିଡ, ମହମ୍ମଦ ଆଝାରୁଦ୍ଦିନ, ସୌରଭ ଗାଙ୍ଗୁଲି ଏବଂ ଯୁବରାଜ ସିଂହଙ୍କ ପରେ ବିରାଟ କୋହଲି ଏହି ସଫଳତା ହାସଲ କରିବାରେ ସପ୍ତମ ଭାରତୀୟ ଖେଳାଳି ହେବେ।
300 ଦିନିକିଆ ଖେଳିବା ଏକ ବଡ଼ ସଫଳତା। ଶେଷକରି ଆଜିର ଯୁଗରେ ଯେଉଁଠାରେ ODI କ୍ରିକେଟ ପୂର୍ବ ପରି ଖେଳାଯାଉନାହିଁ। ତେଣୁ ଏହା ତାଙ୍କ ପାଇଁ ପ୍ରକୃତରେ ବହୁତ ଭଲ।

ବିରାଟ କୋହଲିଙ୍କ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ସର୍ବାଧିକ ରନ କରିବାର ରେକର୍ଡ କରିବାର ସୁଯୋଗ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲି ଏହି ସଫଳତା ହାସଲ କରିପାରିବେ। ବିରାଟ କୋହଲି ୧୫ଟି ମ୍ୟାଚ୍ ଖେଳି ୬୫୧ ରନ୍ କରିଛନ୍ତି। ସେ 51 ରନ କରିବା ମାତ୍ରେ ପୂର୍ବତନ ଓପନର ଶିଖର ଧାୱନଙ୍କ 701 ରନକୁ ଅତିକ୍ରମ କରିବେ। ଏହି ସମୟ ମଧ୍ୟରେ କୋହଲି କ୍ରିସ୍ ଗେଲଙ୍କ ମହାନ ରେକର୍ଡ ମଧ୍ୟ ଭାଙ୍ଗି ପାରିବେ। ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର କ୍ରିସ୍ ଗେଲ୍ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ 791 ରନ କରିଛନ୍ତି। ଗେଲଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ୧୪୨ ରନ ଆବଶ୍ୟକ ।
ବିରାଟ କୋହଲି ରବିବାର ତାଙ୍କ ୩୦୦ତମ ଦିନିକିଆ ଅନ୍ତର୍ଜାତୀୟ ଖେଳିବେ। ୨୦୧୭ ମସିହାରେ ସମାନ ପ୍ରତିଦ୍ବନ୍ଦ୍ବୀ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ନିଜ ୨୦୦ତମ ଦିନିକିଆରେ ସେ ଶତକ ହାସଲ କରିଥିଲେ।
ଉଭୟ ଦଳ ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଅପରାଜିତ ରହିଛନ୍ତି। ନିଜ ନିଜର ଶେଷ ୫ ମୁକାବିଲା ଜିତିଛନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ୍ ୨୦୨୩ ଦିନିକିଆ ବିଶ୍ବକପ୍ରେ ଦୁଇ ଥର ଭାରତଠାରୁ ହାରିଥିବାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଥିବ। ଗ୍ରୁପ୍ ପର୍ଯ୍ୟାୟ ଏବଂ ସେମିଫାଇନାଲ୍ରେ ଭାରତୀୟ ଦଳ ବିଜୟୀ ହୋଇଥିଲା। ଏବେ ଚାପମୁକ୍ତ ମ୍ୟାଚ୍ ଥିବାରୁ ନ୍ୟୁଜିଲାଣ୍ଡ୍ ପ୍ରତିଶୋଧ ଆଶାରେ ରହିବ। ଭାରତୀୟ ଖେଳାଳି ମଧ୍ୟ ସମାନ ସମୟରେ ରୋହିତ ଶର୍ମା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେବା ଯୋଜନା କରିଛି। ରୋହିତ ନ ଖେଳିଲେ ଋଷଭ ପନ୍ତ୍ ପ୍ରଥମ ମ୍ୟାଚ୍ ସୁଯୋଗ ପାଇପାରନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ସଂଘର୍ଷ କରିଥିବାରୁ ସାମିଙ୍କ ବଦଳରେ ଅର୍ଶଦୀପ ସିଂହଙ୍କୁ ସୁଯୋଗ ମିଳିବ। ଆହତ ସମସ୍ୟାରୁ ଫେରିଥିବାରୁ କୁଲଦୀପ ୟାଦବଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀ ଖେଳିବା ସମ୍ଭାବନା ରହିଛି।












Click it and Unblock the Notifications