ଆଇପିଏଲ୍‌ ଖେଳିବାକୁ ବେଙ୍ଗାଲୁରୁରେ ବିରାଟ କୋହଲି

ଗତବର୍ଷ ପ୍ରଥମଥର ଆଇପିଏଲ୍‌ ଜିତିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ଏହି ଫ୍ରାଞ୍ଚାଇଜିର ଶିବିର ଏବେ ବେଙ୍ଗାଲୁରୁରେ ଚାଲିଛି। ଏହି ଶିବିରରେ ଯୋଗଦେବା ପାଇଁ ଦଳର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ବୁଧବାର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଗତବର୍ଷ କୋହଲି ଆର୍‌ସିବି ପାଇଁ ଚମତ୍କାର ପ୍ରଦର୍ଶନ କରି ଦଳକୁ ଚମ୍ପିଆନ୍‌ କରିଥିଲେ। ସେ ୧୪୪.୭୧ ଷ୍ଟ୍ରାଇକ୍‌ରେଟ୍‌ ଓ ୫୪.୭୫ ଆଭ୍‌ରେଜରେ ୮ଟି ଅର୍ଦ୍ଧଶତକ ସହ ୬୫୭ ରନ୍‌ କରିଥିଲେ। ଓପ୍‌ନର ଭାବେ କୋହଲି ନିୟମିତ ରନ୍‌ କରିବାରୁ ୧୮ ବର୍ଷ ଅପେକ୍ଷା କରି ଆର୍‌ସିିବି ଆଇପିଏଲ୍‌ ଟାଇଟଲ ଜିତିଥିଲା। ରଜତ ପଟିଦାରଙ୍କ ନେତୃତ୍ବରେ ଆଇପିଏଲ୍‌ର ୧୯ଶ ସଂସ୍କରଣରେ ଟାଇଟଲ ଜିତିବା ପାଇଁ କୋହଲି ପ୍ରୟାସ କରିବେ।

Virat Kohl

କୋହଲି ଟେଷ୍ଟ ଓ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରୁ ଅବସର ନେଇ ସାରିଥିବା ବେଳେ ଭାରତ ପାଇଁ କେବଳ ଦିନିକିଆ କ୍ରିକେଟ୍‌ ଖେଳୁଛନ୍ତି। ୩୭ ବର୍ଷ ବୟସରେ ମଧ୍ୟ କୋହଲି କ୍ରିକେଟ୍‌ ଦୁନିଆରେ ଅନ୍ୟତମ ଫିଟ୍‌ କ୍ରିକେଟର। ସେ ଓପ୍‌ନର ଭାବେ ଗତବର୍ଷ ଆର୍‌ସିବିର ଇନିଂସକୁ ଦୃଢ଼ତା ଦେବା ସହ ଦ୍ରୁତଗତିରେ ମଧ୍ୟ ରନ୍‌ କରିଥିଲେ। ନିକଟରେ ଭାରତ ପାଇଁ କୋହଲି ଦିନିକିଆରେ ନିୟମିତ ଭାବେ ଭାରତ ପାଇଁ ରନ୍‌ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ବିରାଟ ୧୨୦ ବଲ୍‌ରୁ ୧୩୫, ୯୩ ବଲ୍‌ରୁ ୧୦୨ ଓ ୪୫ ବଲ୍‌ରୁ ଅପରାଜିତ ୬୫ ରନ୍‌ କରିଥିଲେ। ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲି ୯୧ ବଲ୍‌ରୁ ୯୩ ଏବଂ ୧୦୮ ବଲ୍‌ରୁ ୧୨୪ ରନ୍‌ କରିଥିଲେ। ସୂଚନାଯୋଗ୍ୟ, ବିରାଟ କୋହଲି ଆଇପିଏଲ୍‌ରେ ସର୍ବକାଳୀନ ସର୍ବାଧିକ ରନ୍‌ ସ୍କୋରର୍। ସେ ୨୬୭ ମ୍ୟାଚ୍‌ରୁ ରେକର୍ଡ ୮ଟି ଶତକ ସହ ୮୬୬୧ ରନ୍‌ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+