ବିରାଟଙ୍କ ରୁମ ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲା ପର୍ଥ ହୋଟେଲ, ଭିଡିଓ କରିଥିବା କର୍ମଚାରୀ ନିଲମ୍ବିତ

ଚଳିତ ଟି-୨୦ ବିଶ୍ବକପ ପାଇ ଅଷ୍ଟ୍ରେଲିଆରେ ଅଛି ଭାରତୀୟ ଦଳ । ତେବେ ପୂର୍ବତନ ଅଧିନାୟକ ବିରାଟ କୋହଲି ଯେଉଁ ହୋଟେଲରେ ଅଛନ୍ତି । ତାଙ୍କ ହୋଟଲେ ରୁମର ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପର୍ଥ: ଚଳିତ ଟି-୨୦ ବିଶ୍ବକପ ପାଇ ଅଷ୍ଟ୍ରେଲିଆରେ ଅଛି ଭାରତୀୟ ଦଳ । ତେବେ ପୂର୍ବତନ ଅଧିନାୟକ ବିରାଟ କୋହଲି ଯେଉଁ ହୋଟେଲରେ ଅଛନ୍ତି । ତାଙ୍କ ହୋଟଲେ ରୁମର ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ପରେ ଏବେ କ୍ରିକେଟ ଜଗତରେ ତୁମ୍ବି ତୋଫାନ ସୃଷ୍ଟି ହୋଇଛି ।

Virat Kohli

ଏହି ଭିଡିଓଟିକୁ ନିଜ ସୋସିଆଲ ହ୍ୟାଣ୍ଡଲରେ ମଧ୍ୟ ପୋଷ୍ଟ କରି ଚିନ୍ତା ପ୍ରକଟ କରିଛନ୍ତି ବିରାଟ୍ । ବିରାଟ ନିଜର ବ୍ୟକ୍ତିଗତ ଗୋପନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିରାଟ ଭିଡିଓ ଟି ପୋଷ୍ଟ କରି ଲେଖିଛନ୍ତି , 'ମୁଁ ଜାଣିଛି, ଫ୍ୟାନମାନେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ପରେ ଉତ୍ସାହିତ ହୋଇଯାଇଥାନ୍ତି । ତାଙ୍କୁ ଭେଟିବାକୁ ସବୁ ବେଳେ ଚାହିଁଥାନ୍ତି । ମୁଁ ସବୁବେଳେ ସେମାନଙ୍କୁ ଉତ୍ସାହିତ କରିଛି । ହେଲେ ଏ ଭିଡିଓ ଡରାଇ ଦେବା ଭଳି । ସେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତାରେ ପକାଇ ଦେଇଛି । ଯଦି ମୁଁ ହୋଟେଲ ରୁମରେ ନିଜ ବ୍ୟକ୍ତିଗତ ଜୀବନକୁ ସୁରକ୍ଷିତ ରଖି ପାରୁନି, ଅନ୍ୟ ସ୍ଥାନରେ ନିଜକୁ ସୁରକ୍ଷିତ କେମିତି ମଣିବି । ଦୟାକରି ଅନ୍ୟର ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ ଓ ଏହାକୁ ନିଜର ମନୋରଞ୍ଜନ ବୋଲି ଭାବନ୍ତୁ ନାହିଁ ।'

କହିରଖୁ କି, ବିରାଟ ଯେଉଁ ହୋଟେଲ୍‌ରେ ଅଟକିଥିଲେ ସେହି ହୋଟେଲଜଣେ କର୍ମଚାରୀ ତାଙ୍କ ରୁମର ଭିଡିଓ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥିଲେ। ସେଥିରେ ବିରାଟଙ୍କ ସାମଗ୍ରୀ ସବୁ ରଖା ଯାଇଥିବା ଦେଖିବାକୁ ମିଳଥିଲ। ଭିଡିଓଟି ତତକ୍ଷଣାତ୍‌ ଭାଇରାଲ୍‌ ହେବାଲେ ଲାଗିଲା।

ତେବେ ଏହି ଘଟଣା ପରେ ବିବାଦ ବଢ଼ୁଥିବାରୁ ହୋଟେଲ କର୍ତ୍ତୃପକ୍ଷ ଆଜି ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଏଥିସହ ବିରାଟଙ୍କ ରୁମର ଭିଡିଓ ରେକର୍ଡିଂ କରିଥିବା କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି। ଏହାବାଦ କର୍ମଚାରୀ ଜଣଙ୍କ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି । ପୂରା ଘଟଣା ପର୍ଥରେ ଥିବା କ୍ରାଉନ ରିସର୍ଟରେ ଘଟିଥିଲା । ହୋଟେଲ ପକ୍ଷରୁ ଆଜି କୁହାଯାଇଛି ଯେ ଏମିତି ବ୍ୟବହାର ପ୍ରତି କ୍ରାଉନ ସବୁବେଳେ ଶୂନ ସହନଶୀଳତା ଅବଲମ୍ବନ କରି ଆସିଛି । ଏହି ପ୍ରସଙ୍ଗର ଅଧିକ ତଦନ୍ତ ପାଇଁ ଆମେ ସବୁବେଳେ ଭାରତୀୟ କ୍ରିକେଟ ଟିମ୍‌ ଓ ଆଇସିସିକୁ ସବୁ ପ୍ରକାରର ସହଯୋଗ କରିବୁ ।

ସବୁଠାରୁ ଦୁଃଖର ବିଷୟ ହେଉଛି, ବ୍ୟକ୍ତି ଜଣକ ଏହି ଭିଡିଓ କରିବା ପାଇଁ ବିରାଟଙ୍କ ଅନୁମତି ନେଇନଥିଲେ। ସେ ବିରାଟଙ୍କ ରୁମର ଭିଡିଓ କରିବା ସହ ନିଜ ପେଜର ଭିୟୁ ବଢ଼ାଇବା ପାଇଁ ତାହାକୁ ସୋସିଆଲ୍‌ ମିଡିଆରେ ସେୟାର୍‌ ବି କରିଦେଲେ। ଯାହାକୁ ନେଇ ଖୁବ୍ ‌‌କ୍ଷୋଭ ପ୍ରକାଶ କରିଛନ୍ତି ପତ୍ନୀ ଅନୁଷ୍କା ।

ସେ ତାଙ୍କ ସୋସିଆଲ ମିଡିଆ ଷ୍ଟୋରିରେ ଲେଖିଛନ୍ତି, 'ପୂର୍ବରୁ ବି ଅନେକ ଥର ଫ୍ୟାନମାନଙ୍କ ପାଗଳାମୀର ସାମ୍ନା କରିଛୁ। ମାତ୍ର ଏଥର ଯାହା ଘଟିଛି ତାହା ନିହାତି ଭାବେ ସବୁଠାରୁ ଖରାପ । ସେଲିବ୍ରେଟି ହୋଇଛ ମାନେ ଡିଲ୍‌ କରିବାକୁ ପଡ଼ିବ ଭାବି ମାନବିକତା ଲଙ୍ଘୁ ଥିବା ବ୍ୟକ୍ତିମାନେ ଥରେ ଚିନ୍ତା କରନ୍ତୁ ଯଦି ତମ ବେଡ୍‌ରୁମର ଭିଡିଓ ଭାଇରାଲ୍ ହୁଏ ତ କିପରି ଲାଗିବ?'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+