Get Updates
Get notified of breaking news, exclusive insights, and must-see stories!

ବିରାଟ କୋହଲିଙ୍କ ପାଖରେ ନାହିଁ କୌଣସି ଟ୍ୟାଲେଣ୍ଟ: ୱାସିମ ଜାଫର

ମୁମ୍ଵାଇ: ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫରଙ୍କ ବଡ଼ ବୟାନ । ୱାସିମ ଜାଫର କହିଛନ୍ତି ଯେ ବିରାଟ କୋହଲିଙ୍କ ପାଖରେ କୌଣସି ବିଶେଷ ଟାଲେଣ୍ଟ ନାହିଁ । କିନ୍ତୁ ଏହି ବ୍ୟାଟ୍ସମ୍ୟାନ୍ ନିଜର ନିଷ୍ଠା ଏବଂ ପରିଶ୍ରମ ସହିତ ନିଜକୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କରିପାରିଛନ୍ତି ।

ସେ କହିଛନ୍ତି ଯେ ବିରାଟ କୋହଲି ଆଜି ଯେଉଁ ସ୍ତରରେ ଅଛନ୍ତି । ତାହା ତାଙ୍କର ପରିଶ୍ରମର ଫଳ । ବିରାଟ କୋହଲିଙ୍କ ବ୍ୟତୀତ ୱାସିମ ଜାଫର ଆଗାମୀ ଦିନିକିଆ ବିଶ୍ୱକପ ବିଷୟରେ କହିଛନ୍ତି ।

Virat Kohli

ଅଣ୍ଡର-19 ପରେ ବିରାଟ କୋହଲି କିପରି ଥିଲେ ?

ୱାସିମ ଜାଫର ଅଣ୍ଡର-19 ବିଶ୍ୱକପ ଜିତିବା ପରେ ବିରାଟ କୋହଲି ଭାରତ ଫେରିଥିବା ସମୟକୁ ମନେ ପକାଇଥିଲେ । ସେ କହିଛନ୍ତି ଯେ ସେହି ସମୟ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ବ୍ୟାଟିଂରେ ଅନେକ ତ୍ରୁଟି ରହିଥିଲା । ତେବେ ବିରାଟ କୋହଲି ସେତେବେଳେ ବହୁତ ଛୋଟ ଥିଲେ । କିନ୍ତୁ ଏହି ବ୍ୟାଟ୍ସମ୍ୟାନ୍ ତାଙ୍କ ଦୁର୍ବଳତା ଉପରେ କଠିନ ପରିଶ୍ରମ କରିଥିଲେ । ଯାହାର ଫଳାଫଳ ହେଲା ମାତ୍ର 2-3 ବର୍ଷ ପରେ ସେ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ବ୍ୟାଟ୍ସମ୍ୟାନ୍ ପରି ଦେଖାଯିବା ଆରମ୍ଭ କଲେ ।

ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କୁ ପଛରେ ଛାଡିଦେବେ କି ?

ତେବେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଅପେକ୍ଷା ୱାସିମ ଜାଫର ବିରାଟ କୋହଲିଙ୍କୁ ଭଲ ମନେ କରନ୍ତି ନାହିଁ । ୱାସିମ ଜାଫରଙ୍କ ଅନୁଯାୟୀ ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କଠାରୁ ଟିକେ ଆଗରେ ଅଛନ୍ତି । ତେବେ ସଚିନ ତେନ୍ଦୁଲକରଙ୍କ ODI ରେକର୍ଡ ଭାଙ୍ଗିବାରେ ବିରାଟ କୋହଲି ବ୍ୟାଟ୍ସମ୍ୟାନଙ୍କ ରେସରେ ଆଗରେ ଅଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ କହିଛନ୍ତି । ୱାସିମ ଜାଫର ବିଶ୍ୱାସ କରନ୍ତି ଯେ ଆଗାମୀ ଦିନରେ ବିରାଟ କୋହଲି ODI ଫର୍ମାଟରେ ସଚିନ ତେନ୍ଦୁଲକରଙ୍କ ଅନେକ ରେକର୍ଡକୁ ପଛରେ ପକାଇ ପାରିବେ । ଏହା ବ୍ୟତୀତ ୱାସିମ ଜାଫର ବିରାଟ କୋହଲିଙ୍କ କଠିନ ପରିଶ୍ରମ ଏବଂ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+