Virat Kohli: ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦି ଇଅର୍ ହେଲେ ବିରାଟ କୋହଲି
Virat Kohli: ଇତିହାସ ରଚିଲେ ବିରାଟ କୋହଲି । ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୩ ହୋଇଛନ୍ତି ବିରାଟ କୋହଲି । ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ସେ ଚମତ୍କାର କ୍ରିକେଟ ଖେଳିଥିଲେ । ସେ ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ଆୱାର୍ଡ (POTM) ଜିତିଥିଲେ । ଭାରତରେ ଏକ ସ୍ମରଣୀୟ ଅଭିଯାନ ଥିଲା । ଫାଇନାଲରେ ପହଞ୍ଚିବା ପୂର୍ବରୁ ଟିମ୍ ଇଣ୍ଡିଆ ୧୦ ଟି ମ୍ୟାଚରେ ବିଜୟ ହୋଇଥିଲା ।
କୋହଲି କ୍ରୀଡା ଇତିହାସରେ ପ୍ରଥମ ଖେଳାଳି ଯିଏ ଚାରିଥର ପୁରସ୍କାର ଜିତିଛନ୍ତି । କୋହଲି ପୂର୍ବରୁ ୨୦୧୨,୨୦୧୭ ଏବଂ ୨୦୧୮ ରେ ଶୀର୍ଷ ପୁରସ୍କାର ଜିତିଥିଲେ । କୋହଲିଙ୍କ ବ୍ୟତୀତ ଏବି ଡି ଭିଲିୟର୍ସ ମଧ୍ୟ ତିନିଥର ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପାଇଥିଲେ ।

ରେସରେ ଥିବା ଅନ୍ୟତମ ଭାରତୀୟ ବ୍ୟାଟର ଶୁଭମନ ଗିଲ୍ ଏବଂ ମହମ୍ମଦ ଶାମୀଙ୍କୁ ପଛରେ ପକାଇ ୨୦୨୩ରେ ସେ ଏହି ସଫଳତା ପାଇଛନ୍ତି । ବିଶ୍ଵକପରେ ଗୋଟିଏ ଇଭେଣ୍ଟରେ ୭୦୦ ରନ୍ ମାର୍କ ଅତିକ୍ରମ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ ବିରାଟ । ବିଶ୍ୱକପ ବିରାଟ ୧୦୧.୫୭ ହାରାହାରିରେ ୭୬୫ ରନ୍ ଏବଂ ଷ୍ଟ୍ରାଇକ୍ ରେଟ୍ ୯୦.୬୮ ରହିଛି । ଯେଉଁଥିରେ ତିନି ଶତକ ଏବଂ ଛଅ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା । ଏହି ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ସେ ତାଙ୍କର ୫୦ ତମ ଦିନିକିଆ ଶତକ ମଧ୍ୟ ପୂରଣ କରିଥିଲେ । ବିରାଟ କୋହଲି ୨୦୨୩ରେ ଦିନିକିଆ କ୍ରିକେଟରେ ୧୩୭୭ ରନ ସଂଗ୍ରହ କରିଥିଲେ ।
Player of the tournament at the ICC Men’s @cricketworldcup 2023 😎
The extraordinary India batter has been awarded the ICC Men’s ODI Cricketer of the Year 💥 https://t.co/Ea4KJZMImE
— ICC (@ICC) January 25, 2024
ଆଇସିସି ODI ଟିମ୍ ଅଫ୍ ଦି ଇୟର
ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଟ୍ରାଭିସ୍ ହେଡ, ବିରାଟ କୋହଲି, ଡାରିଲ ମିଚେଲ, ହେନ୍ରିଚ କ୍ଲାସେନ, ମାର୍କୋ ଜନସେନ, ଆଦାମ ଜାମ୍ପା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି
ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ଦ୍ୱାରା ୨୦୨୩ ବର୍ଷ ପାଇଁ ଟି-୨୦ ପ୍ଲେୟାର ଅଫ୍ ଦି ଇୟର ଭାବେ ମନୋନୀତ କରାଯାଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟକୁମାର ଏହି ପୁରସ୍କାର ପାଇଛନ୍ତି । ସୂର୍ଯ୍ୟକୁମାର ମଧ୍ୟ ବର୍ଷର ଟି-୨୦ ଟିମରେ ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ତାଙ୍କୁ ଅଧିନାୟକ କରାଯାଇଥିଲା। କ୍ରମାଗତ ଦୁଇଥର ଟି-୨୦ ପ୍ଲେୟାର ଅଫ୍ ଦି ଇୟର ଭାବରେ ସୁର୍ଯ୍ୟ ହେଉଛନ୍ତି ପ୍ରଥମ ଖେଳାଳି । ଏହାପୂର୍ବରୁ ସେ ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ମଧ୍ୟ ପାଇଥିଲେ












Click it and Unblock the Notifications