ବିରାଟ କୋହଲି କରୋନା ପଜିଟିଭ: ଜାଣନ୍ତୁ, କେମିତି ରହିଛି ସ୍ବାସ୍ଥ୍ୟବସ୍ଥା ?
ଭାରତର ଇଂଲଣ୍ଡ ଗସ୍ତ ଆରମ୍ଭ ହେବା ପୂର୍ବରୁ କ୍ୟାମ୍ପରେ ପସିଲା କରୋନା । ପୂର୍ବତନ ଅଧିନାୟକ ବିରାଟ କୋହଲି କରୋନା ପଜିଟିଭ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଲଣ୍ଡନ: ଭାରତର ଇଂଲଣ୍ଡ ଗସ୍ତ ଆରମ୍ଭ ହେବା ପୂର୍ବରୁ କ୍ୟାମ୍ପରେ ପସିଲା କରୋନା । ପୂର୍ବତନ ଅଧିନାୟକ ବିରାଟ କୋହଲି କରୋନା ପଜିଟିଭ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ବିରାଟ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ସୂତ୍ରରୁ ପ୍ରକାଶ ଯେ ବିରାଟ ମାଳଦ୍ୱୀପରେ ଛୁଟି ସାରି ଫେରିବା ପରେ କୋଭିଡ ପଜିଟିଭ ହୋଇଥିଲେ । କିନ୍ତୁ ସେ ବର୍ତ୍ତମାନ ସୁସ୍ଥ ହୋଇ ସାରିଛନ୍ତି । ତେବେ ଆସନ୍ତା ଜୁନ୍ 24ରୁ ଆରମ୍ଭ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚରେ ବିରାଟ ଖେଳିବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା । କାରଣ କୋଭିଡ ପଜିଟିଭ ହେବା ପରେ ଖେଳାଳିଙ୍କୁ ଅଧିକ ଭାର ନଦେବା ପାଇଁ ଡାକ୍ତରୀ ପରାମର୍ଶ ଦେଇଛନ୍ତି । ଏଥି ସହିତ ଦଳରେ ଅଧିକ କୋଭିଡ୍ ମାମଲା ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।
ଗତ ବର୍ଷ ଭ୍ରମଣକାରୀଙ୍କ ଶିବିରରେ କୋଭିଡ -19 ମାମଲା ପଦାକୁ ଆସିବା ପରେ ଭାରତର ଇଂଲଣ୍ଡ ଗସ୍ତକୁ ଅକାଳରେ ସମାପ୍ତ କରିବାକୁ ପଡିଥିଲା । ଏପରିକି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଏହି ଭୂତାଣୁର ଶିକାର ହୋଇଥିଲେ । ଭାରତୀୟ ଦଳ ପୂନର୍ବାର ଇଂଲଣ୍ଡ ଆସାଇନମେଣ୍ଟ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପରିସ୍ଥିତିର ପୁନରାବୃତ୍ତି ଆଶଙ୍କା କରାଯାଉଛି ।
ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ତତ୍କାଳୀନ ଭାରତର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଉପସ୍ଥିତ ଥିଲେ । ଏପରିକି ବିରାଟ କୋହଲି ଅନ୍ୟ କିଛି ଖେଳାଳିଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତୀୟ ଶିବିରରେ ଶାସ୍ତ୍ରୀ ଏବଂ ସପୋର୍ଟ ଷ୍ଟାଫଙ୍କ କିଛି ସଦସ୍ୟ ଏହି ଭାଇରସ୍ ସଂକ୍ରମିତ ହେବା ସହିତ ମାମଲା ମଧ୍ୟ ବଢିବାର ଲାଗିଥିଲା । ଫଳରେ ଶେଷ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଗସ୍ତ ବାତିଲ ହୋଇଥିଲା ।












Click it and Unblock the Notifications