କୋହଲିଙ୍କ ଆଉ ଏକ ମାଇଲଖୁଣ୍ଟ: ଭାଙ୍ଗିଲେ ସଚିନଙ୍କ ରେକର୍ଡ
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । ବିରାଟ କୋହଲି ୧୨ ରନ୍ କରିବା ପରେ ବିଶ୍ବର ଷଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ପୂରଣ କରିଛନ୍ତି ।

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । ଦ୍ୱିତୀୟ ଇନିଂସରେ ବିରାଟ କୋହଲି ୧୨ ରନ୍ କରିବା ପରେ ବିଶ୍ବର ଷଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ପୂରଣ କରିଛନ୍ତି । ଏହି ମାଇଲଖୁଣ୍ଟ ହାସଲ କରିବାରେ ସଚିନ ତେନ୍ଦୁଲକରଙ୍କ ପରେ କୋହଲି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଖେଳାଳି । ଏହାଛଡ଼ା ସେ ଦ୍ରୁତତମ ୨୫ ହଜାର ରନ୍ କରିବାର ରେକର୍ଡ କରିଛନ୍ତି ।
ଦିଲ୍ଲୀ ଟେଷ୍ଟ୍ର ଦ୍ବିତୀୟ ଇନିଙ୍ଗ୍ସ୍ରେ ଆଜି ୧୨ ରନ୍ ସଂଗ୍ରହ କରିବା ପରେ ଭାରତୀୟ କ୍ରିକେଟ୍ ଖେଳାଳି ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍ରେ ୨୫,୦୦୦ ରନ୍ ସମ୍ପୂର୍ଣ୍ଣ କରି ଦ୍ରୁତତ୍ତମ ବ୍ୟାଟ୍ସ୍ମ୍ୟାନ୍ ହେବାର ଗୌରବ ଅର୍ଜନ କରିଛନ୍ତି । ୫୪୯ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି କୋହଲି ଏହି ଗୌରବର ଅଧିକାରୀ ହୋଇ ପାରିଛନ୍ତି। ୨୫,୦୦୦ ଆନ୍ତର୍ଜାତିକ ରନ୍ ସଂଗ୍ରହ କରିବାରେ କୋହଲି ବିଶ୍ବରେ ହେଲେ ସପ୍ତମ ଓ ସଚିନ୍ ତେନ୍ଦୁଲ୍କର୍ଙ୍କ ପରେ ଦ୍ବିତୀୟ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍।
ତେନ୍ଦୁଲକର ତାଙ୍କର ୫୭୭ତମ ଇନିଂସରେ ୨୫,୦୦୦ ଅନ୍ତର୍ଜାତୀୟ ରନ୍ କରିଥିଲେ । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ୫୮୮ ଇନିଂସ ନେଇଥିଲେ । କୋହଲି ୩୧, ୩୧୩ ବଲର ସମ୍ମୁଖୀନ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ୨୫,୦୦୦ ରନ୍ ପୂରଣ କରିଛନ୍ତି ।
ମ୍ୟାଚ୍ ଦୃଷ୍ଟିରୁ ବିରାଟ କୋହଲି ସମସ୍ତ ତିନୋଟି ଫର୍ମାଟରେ ଏପର୍ଯ୍ୟନ୍ତ ୪୯୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । କୋହଲି ଏପର୍ଯ୍ୟନ୍ତ ଟେଷ୍ଟରେ ୮୧୯୫ ରନ୍ କରିଥିବାବେଳେ ଦିନିକିଆରେ ୧୨,୮୦୯ ରନ୍ କରିଛନ୍ତି। ସେହିପରି ଟି-୨୦ରେ କୋହଲି ଏପର୍ଯ୍ୟନ୍ତ ୪୦୦୮ ରନ୍ ସଂଗ୍ରହ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା କେବଳ ୬ ଜଣ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ପୂରଣ କରିଛନ୍ତି | ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରିକି ପଣ୍ଟିଂଙ୍କ ବ୍ୟତୀତ କୁମାର ସାଙ୍ଗାକାରା, ମାହେଲା ଜୟବର୍ଦ୍ଧନେ ଏବଂ ଜ୍ୟାକ କଲିସଙ୍କ ମଧ୍ୟ ଏହି ଏହି ମାଇଲଖୁଣ୍ଟର ଅଧିକାରୀ ହୋଇଛନ୍ତି ।












Click it and Unblock the Notifications