Get Updates
Get notified of breaking news, exclusive insights, and must-see stories!

ଏସିଆ କପ୍: 71 ତମ ଶତକକୁ ପତ୍ନୀ ଓ ଝିଅଙ୍କୁ ଉତ୍ସର୍ଗ କଲେ ବିରାଟ କୋହଲି

ଶତକ ସ୍କୋର କରିବା ପରେ କୋହଲି କହିଛନ୍ତି ଯେ, ଏହି ଶତକ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭମିକାଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି ।

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲି ତାଙ୍କ ଶତକର ଅପେକ୍ଷାକୁ ସମାପ୍ତ କରିଛନ୍ତି। 1021 ଦିନ ପରେ ସେ ଏକ ଶତକ ସ୍କୋର କରିଛନ୍ତି । ସେ ଟି-20 ଏସିଆ କପ୍ 2022 ର ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ 122 ରେ ଅପରାଜିତ ରହିଥିଲେ। ଶତକ ସ୍କୋର କରିବା ପରେ କୋହଲି କହିଛନ୍ତି ଯେ, ଏହି ଶତକ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭମିକାଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି ।

Virat Kohli

ତେବେ ଏହା ହେଉଛି ଟି-୨୦ ଇଣ୍ଟରନ୍ୟାସନାଲରେ ତାଙ୍କର ପ୍ରଥମ ଶତକ । ସେ ୩ ବର୍ଷ ପରେ ଏକ ଶତକ ହାସଲ କରିଛନ୍ତି । ସେ ଶେଷଥର ପାଇଁ ୨୦୧୯ ମସିହା ନଭେମ୍ବର ମାସରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଥିଲେ। ଏହା ପରଠାରୁ ସେ ନିଜର ଫର୍ମକୁ ନେଇ ଅନେକ ସମାଲୋଚନାର ଶିକାର ହୋଇ ଚାଲିଥିଲେ। ସେ ଆଜି ମାତ୍ର ୬୧ଟି ବଲରେ ଅପରାଜିତ ୧୨୨ ରନର ଇନିଂସ ଖେଳିଛନ୍ତି । ଏହି ଶତକୀୟ ଇନିଂସ ପରେ ବିରାଟ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି । ବିରାଟଙ୍କ ଭଳି ପଣ୍ଟିଂ ମଧ୍ୟ ୭୧ଟି ଶତକ ହାସଲ କରିଛନ୍ତି ।

ଅନ୍ୟପଟେ ଜଣେ ଭାରତୀୟ ଖେଳାଳି ହିସାବରେ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ବ୍ୟକ୍ତିଗତ ରନ ସ୍କୋର କରିଛନ୍ତି ।
ବିରାଟ ବିଶ୍ୱର ଦ୍ୱିତୀୟ ବ୍ୟାଟର ଭାବେ ଟି-୨୦ରେ ୩୫ଶହ ରନ ପୂରଣ କରିଛନ୍ତି । ସେହିପରି ତୃତୀୟ ବରିଷ୍ଠ ଭାରତୀୟ ଭାବେ ଟି-୨୦ରେ ଶତକ ହାସଲ କରିଛନ୍ତି । ବିରାଟ ୩୩ ବର୍ଷ ୩୦୭ ଦିନ ବୟସରେ ନିଜର ପ୍ରଥମ ଟି-୨୦ ଶତକ ହାସଲ କରିଛନ୍ତି । ତାଙ୍କ ତଳେ ସୂର୍ଯ୍ୟ କୁମାର ଯାଦବ ୩୧ ବର୍ଷ ୨୯୯ ଦିନ ବୟସ ଓ ରୋହିତ ଶର୍ମା ୩୧ ବର୍ଷ ୧୯୦ ଦିନ ବୟସରେ ନିଜ ନିଜର ପ୍ରଥମ ଟି-୨୦ ଶତକ ହାସଲ କରିଥିଲେ । ବିରାଟ ଟେଷ୍ଟ ମ୍ୟାଚରେ ୨୭ଟି, ଦିନିକିଆରେ ୪୩ଟି ଓ ଟି-୨୦ରେ ଗୋଟିଏ ଶତକ ହାସଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+