ଟ୍ରାଭିସ ହେଡ୍‌ଙ୍କ ଉଇକେଟ୍‌ ପରେ ପଡ଼ିଆରେ ଖୁସିରେ ନାଚିଲେ ବିରାଟ କୋହଲି

ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ବିରାଟ କୋହଲିଙ୍କୁ ନାଚୁଥିବାର ଦେଖିବାକୁ ମିଳିଥିଲା। ବରୁଣ ଚକ୍ରବର୍ତ୍ତୀ ଚାମ୍ପିଅନ୍ସ ଟ୍ରଫିର ସେମି ଫାଇନାଲରେ ନିଜର ପ୍ରଥମ ବଲରେ ଟ୍ରାଭିସ ହେଡଙ୍କୁ ଆଉଟ୍ କରିଥିଲେ। ଏହି ୱିକେଟ ଭାରତୀୟ ଫ୍ୟାନ ମାନଙ୍କୁ ଖୁସି କରି ଦେଇଥିଲା।

virat kohliicc champions trophy 2025

ବରୁଣ ଭାରତକୁ ବହୁତ ବଡ଼ ସଫଳତା ଦେଇଥିବା ବେଳେ ଏହି ଓ୍ଵିକେଟ୍ କେବଳ ଭାରତୀୟ ଦଳକୁ ନୁହେଁ ବରଂ କ୍ରିକେଟ୍ ପ୍ରେମୀଙ୍କୁ ମଧ୍ୟ ଖୁସି କରିଥିଲା। ଆଇସିସି ଇଭେଣ୍ଟ ଗୁଡିକରେ ହେଡ ଭାରତୀୟ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ।

ମ୍ୟାଚରେ ପ୍ରଥମ ବଲ୍‌ରେ ମହମ୍ମଦ ଶାମି ଟ୍ରାଭିସ ହେଡ୍‌ଙ୍କ କ୍ୟାଚ ହାତଛଡ଼ା କରିଥିଲେ, ଯାହା ପରେ ହେଡ୍‌ ସତର୍କତାର ସହିତ ବ୍ୟାଟିଂ ଆରମ୍ଭ କରିଥିଲେ। କ୍ରିଜରେ ସ୍ଥିର ହେବା ପରେ, ସେ ତାଙ୍କ ଇନିଂସକୁ ତ୍ୱରାନ୍ବିତ କରିଥିଲେ। ଅଧିନାୟକ ରୋହିତ ଶର୍ମା ବରୁଣ ଚକ୍ରବର୍ତ୍ତୀଙ୍କୁ ୯ମ ଓଭର ଦେଇଥିଲେ। ଓଭରର ଦ୍ୱିତୀୟ ବଲ୍‌ରେ ହେଡ ଆଗକୁ ବଢ଼ି ଏକ ବଡ଼ ସଟ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ବଲ୍‌ଟି ଉଚ୍ଚକୁ ଚାଲିଯାଇଥିଲା ଏବଂ ଉପ-ଅଧିନାୟକ ଶବମନ ଗିଲ ଏକ ସହଜ କ୍ୟାଚ ନେଇଥିଲେ। ଏହି ଉଇକେଟ୍‌ ପରେ ବିରାଟ କୋହଲି ପଡ଼ିଆରେ ହିଁ ନାଚିବା ଆରମ୍ଭ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+