ଦ୍ରାବିଡ଼ ଓ ସଚିନଙ୍କ ରେକର୍ଡ ଭାଙ୍ଗି‌ଲେ ବିରାଟ କୋହଲି

କୋହଲି ମଙ୍ଗଳବାର ଦୁଇଟି ନୂଆ ଫିଲ୍‌ଡିଂ ରେକର୍ଡର ଅଧିକାରୀ ହୋଇଛନ୍ତି। ରବୀନ୍ଦ୍ର ଜାଡ଼େଜାଙ୍କ ବୋଲିଂରେ ଅଷ୍ଟ୍ରେଲୀୟ ପାଳିର ୨୭ତମ ଓଭରରେ ଜୋସ୍ ଇଂଗ୍ଲିସ୍‌ଙ୍କ କ୍ୟାଚ୍ ନେଇ ଅଣୱିକେଟ୍‌ରକ୍ଷକ ଭାରତୀୟ ଭାବେ ସର୍ବାଧିକ ଅନ୍ତର୍ଜାତୀୟ କ୍ୟାଚ୍ ନେଇଛନ୍ତି।

କୋହଲି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ଟପିଛନ୍ତି। କୋହଲି ଏହି ମ୍ୟାଚ୍‌କୁ ଯିବା ପୂର୍ବରୁ ଦ୍ରାବିଡ଼ଙ୍କ ୩୩୪ କ୍ୟାଚ୍ ରେକର୍ଡର ସମକକ୍ଷ ଥିଲେ। ଇଂଗ୍ଲିସ୍‌ଙ୍କ ସହ ମହମ୍ମଦ ସାମିଙ୍କ ବୋଲିଂରେ ନାଥନ ଏଲିସ୍‌ଙ୍କ କ୍ୟାଚ୍ ନେଇ ଏବେ ଏହାକୁ ୩୩୬ରେ ପହଞ୍ଚାଇ ଦେଇଛନ୍ତି। ଏକଦିବସୀୟ କ୍ରିକେଟ୍‌ରେ ସର୍ବାଧିକ କ୍ୟାଚ୍ ନେବାରେ କୋହଲି (୧୬୧) ଏବେ କେବଳ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ (୨୧୮)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଂ(୧୬୦)ଙ୍କୁ ମଙ୍ଗଳବାର ତୃତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ (୧୫୬) ଏହି କ୍ରମରେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

Virat Kohli

୯୮ ବଲ୍‌ରୁ ୮୪ ରନ୍ କରି ଚେଜ ସମୟରେ ୮,୦୦୦ ଏକଦିବସୀୟ ରନ୍ ପୂରଣ କରିଥିଲେ। ୧୫୬ ପାଳିରେ ଏହି ମାଇଲ୍‌ଖୁଣ୍ଟ ଛୁଇଁଥିଲେ କୋହଲି। ଏବେ ୫୦ ଓଭରିଆ କ୍ରିକେଟ୍‌ରେ ପଶ୍ଚାତ୍‌ଧାବନରେ ସର୍ବାଧିକ ରନ୍ କରିବାରେ କେବଳ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ପଛରେ ଅଛନ୍ତି ସେ। ସଚିନ ୨୩୨ ପଶ୍ଚାତ୍‌ଧାବନ ପାଳି ଖେଳି ସର୍ବାଧିକ ୮୭୨୦ ରନ୍ କରିଛନ୍ତି।

ତେବେ ପଛୁଆ ବ୍ୟାଟିଂ କରି ୮,୦୦୦ ରନ୍‌ର ମାଇଲ୍‌ଖୁଣ୍ଟ ଛୁଇଁବାରେ କୋହଲିଙ୍କଠାରୁ ଯଥେଷ୍ଟ ଅଧିକ ପାଳି ନେଇଛନ୍ତି ସଚିନ। ୬୧୧୫ ରନ୍ କରି ରୋହିତ ଶର୍ମା ଏହି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛନ୍ତି। କୋହଲି ମଧ୍ୟ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ୍ କରିବାରେ ପୂର୍ବତନ ଓପନର୍ ଶିଖର ଧାୱନଙ୍କୁ ଟପିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ୍ କରିବାର ରେକର୍ଡ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ଙ୍କ ନାଁରେ ରହିଛି। କୋହଲି (୨୪) ମଧ୍ୟ ଭାରତୀୟ ଭାବେ ଆଇସିସି ଦିନିକିଆ ପ୍ରତିଯୋଗିତାରେ ସର୍ବାଧିକ ଅର୍ଦ୍ଧଶତକ ଅର୍ଜନ କରିବାରେ ସଚିନଙ୍କୁ ଟପି ଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+