Champions Trophy: ୧୪,୦୦୦ ରନ୍‌ ପୂରଣ କଲେ ବିରାଟ କୋହଲି; ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ଼

ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ବିରାଟ କୋହଲି ଏକାଧିକ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଦିନିକିଆ କ୍ରିକେଟରେ ୧୪,୦୦୦ ରନ୍‌ ପୂରଣ କରିଛନ୍ତି। ୧୨.୨ ଓଭରରେ ପାକିସ୍ତାନ ବୋଲର ହାରିସ୍‌ ରୌଫଙ୍କୁ ଚୌକା ମାରି ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି ।

ଏହି ରେକର୍ଡ଼ ସହ ସେ ଦିନିକିଆରେ ଭାରତର ଦ୍ୱିତୀୟ ସର୍ବାଧିକ ରନ୍‌ସ୍କୋରର ହୋଇପାରିଛନ୍ତି । ସଚିନ ତେନ୍ଦୁଲକର ୧୮,୪୨୬ ରନ୍‌କରି ପ୍ରଥମ ସ୍ଥାନରେ ରହିଛନ୍ତି ।

Virat Kohli

ବିରାଟ କୋହଲି ଦିନିକିଆରେ ଦ୍ରୁତ ତମ ୧୪୦୦୦ ରନ୍‌ ପୂରଣ କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସଚିନଙ୍କ ପରି, କୋହଲି ମଧ୍ୟ ପାକିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି। କୋହଲି ବିଶ୍ୱର ତୃତୀୟ ବ୍ୟାଟର ଯିଏକି, ଏକଦିବସୀୟ ମ୍ୟାଚ୍‌ରେ ୧୪୦୦୦ ରନ୍‌ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଏବଂ କୁମାର ସାଙ୍ଗାକାରା ଦିନିକିଆରେ ୧୪୦୦୦ ରନ୍‌ ପୂରଣ କରିଛନ୍ତି।

ସଚିନ ୨୦୦୬ରେ ଏହି ସଫଳତା ହାସଲ କରିଥିଲେ। ସେହି ସମୟରେ ସଚିନ ପେଶାୱରରେ ପାକିସ୍ତାନ ବିପକ୍ଷରେ ଏକ ଶତକୀୟ ଇନିଂସ ଖେଳିଥିଲେ।

କୋହଲିଙ୍କ କ୍ୟାଚ୍‌ ରେକର୍ଡ

ଏହି ମ୍ୟାଚ୍‌ରେ କୋହଲି ୨ଟି କ୍ୟାଚ୍‌ ନେଇଥିଲେ। ପ୍ରଥମେ ସେ ହର୍ଷିତ ରାଣାଙ୍କ ବଲ୍‌ରେ ଖୁସଦିଲ ଶାହାଙ୍କୁ ଏବଂ ପରେ କୁଲଦୀପ ଯାଦବଙ୍କ ବଲ୍‌ରେ ନସିମ ଶାହାଙ୍କୁ କ୍ୟାଚ୍‌ କରି ପାଭିଲିୟନ ପଥ ଦେଖାଇଥିଲେ । ଏଥିସହ ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ସବୁଠାରୁ ଅଧିକ କ୍ୟାଚ୍‌ ନେବାରେ ରେକର୍ଡ କରିଛନ୍ତି। ପୂର୍ବରୁ ମହମ୍ମଦ ଆଝାରୁଦ୍ଦିନ ୧୫୬ଟି କ୍ୟାଚ୍‌ ନେଇ ଭାରତୀୟ ରେକର୍ଡର ଅଧିକାରୀ ଥିବାବେଳେ କୋହଲିଙ୍କ କ୍ୟାଚ୍‌ ସଂଖ୍ୟା ୧୫୮ରେ ପହଞ୍ଚିଛି। ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ୨୧୮ ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୧୬୦ କ୍ୟାଚ୍‌ ନେଇ ଏହି ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+