Virat Kohli Birthday: ଫେରିଛି ଫର୍ମ, ବିଶ୍ୱକପରେ ଦେଖାଉଛନ୍ତି ଜଲୱା
ରନ ରେକର୍ଡର ପାହାଡ ଠିଆ କରିଥିବା ବିରାଟ କୋହଲିଙ୍କ ଶନିବାର ଜନ୍ମଦିନ । 34 ବର୍ଷରେ ପାଦ ଥାପିକୁ ଯାଉଛନ୍ତି ବିରାଟ୍ ।
ନୂଆଦିଲ୍ଲୀ: ମୁକଟ ବିହୀନ ସମ୍ରାଟ, ଭାରତୀୟ ସ୍କୋର ବୋର୍ଡର ରନ ମେସିନ, ବିଶ୍ୱ କ୍ରିକେଟର ବାଦାଶାହ, କିଙ୍ଗ କୋହଲି ଏମିତି କେତେ କଣ ଉପାଧି ରହିଛି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଖରେ । ରନ ରେକର୍ଡର ପାହାଡ ଠିଆ କରିଥିବା ବିରାଟ କୋହଲିଙ୍କ ଶନିବାର ଜନ୍ମଦିନ । 34 ବର୍ଷରେ ପାଦ ଥାପିକୁ ଯାଉଛନ୍ତି ବିରାଟ୍ ।

ଫେରିଛି ଫର୍ମ, ବିଶ୍ୱକପରେ କରୁଛନ୍ତି ଧମାଲ
କିଛି ମାସ ପୂର୍ବରୁ ବିରାଟ କୋହଲିଙ୍କ ଦଳରେ ସ୍ଥାନ ନେଇ ପ୍ରଶ୍ନ ଉଠିଥିଲା । ସେ ଏକ ବଡ଼ ଇନିଂସ ଖେଳିବାକୁ ସକ୍ଷମ ହୋଇ ପାରୁନଥିଲେ । କିନ୍ତୁ ଟି-20 ଏସିଆ କପରୁ ସେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ସେ ଆଫଗାନିସ୍ତାନ ବିପକ୍ଷରେ ଟି-20 ଆନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ସ୍କୋର କରିଥିଲେ ।
ବର୍ତ୍ତମାନ ସେ ମଧ୍ୟ ଟି-20 ବିଶ୍ୱକପରେ ଧମଲା ମଚାଇଛନ୍ତି । ସେ ଏପର୍ଯ୍ୟନ୍ତ 4 ଟି ମ୍ୟାଚ ମଧ୍ୟରୁ 3ଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ହାରାହାରି 220 ରେ 220 ରନ୍ ସ୍କୋର କରିଛନ୍ତି । ଏହି କାରଣରୁ ଭାରତୀୟ ଦଳର ପ୍ରଦର୍ଶନ ମଧ୍ୟ ଭଲ ହୋଇଛି। ସେମାନେ 4 ଟି ମ୍ୟାଚ୍ ମଧ୍ୟରୁ 3 ଟି ଜିତିଛନ୍ତି ଏବଂ ଗ୍ରୁପ୍ 2 ର ପଏଣ୍ଟ୍ ଟେବୁଲ୍ ଶୀର୍ଷରେ ଅଛନ୍ତି । ଦଳ ସେମିଫାଇନାଲର ନିକଟତର ହୋଇଛି।
ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ କୋହିଲ ଅପରାଜିତ 82 ରନର ପାଳି ଖେଳି ଦଳକୁ ରୋମାଞ୍ଚକର ବିଜୟ ପ୍ରଦାନ କରିଥିଲେ । 19ତମ ଓଭରରେ ଦ୍ରୁତ ବୋଲର ହରିସ ରୌଫଙ୍କ ଦୁଇଟି ବଲରେ ଦୁଇଟି ଛକା ସାରା କ୍ରିକେଟ ଜଗତରେ ସଦା ସ୍ମରଣୀୟ ହୋଇ ରହିବ । ସେହିପରି ସେହି ମ୍ୟାଚରେ କୋହଲିଙ୍କ ପାଳିକୁ ବାରମ୍ବାର ମନେ ପକାଇବେ କ୍ରିକେଟ ପ୍ରେମୀ । ତେବେ ବିରାଟ୍ ନିଜେ ମଧ୍ୟ ଏହାକୁ ତାଙ୍କର ସର୍ବୋତ୍ତମ ଇନିଂସ ବୋଲି ବର୍ଣ୍ଣନା କରିଛନ୍ତି । ସେ ଇଣ୍ଟରନ୍ୟାସନାଲ କ୍ରିକେଟରେ 71 ଶତକ ହାସଲ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ କେବଳ ସଚିନ ତେନ୍ଦୁଲକରଙ୍କ ପଛରେ ଅଛନ୍ତି । ରନ୍ ପଛରେ ଗୋଡ଼ାଇବା କ୍ଷେତ୍ରରେ, କୌଣସି ବ୍ୟାଟର ତାଙ୍କଠାରୁ ସର୍ବୋତ୍ତମ ରେକର୍ଡ କରିପାରି ନାହାନ୍ତି ।
ସେ 262ଟି ଦିନିକିଆରେ 12344 ରନ୍ ସ୍କୋର କରିଛନ୍ତି । 43 ଶତକ ଏବଂ 64 ଅର୍ଦ୍ଧଶତକ ହାସଲ କରିଛନ୍ତି । 183 ରନ୍ ହେଉଛି ସର୍ବୋତ୍ତମ ସ୍କୋର । ଏଥି ସହିତ, 113 ଟି-20 ଅନ୍ତର୍ଜାତୀୟରେ ହାରାହାରି 53 ରେ 3932 ରନ୍ ସ୍କୋର କରିଛନ୍ତି । ସାମଗ୍ରିକ ଟି-20 ବିଷୟରେ କହିବାକୁ ଗଲେ ସେ ହାରାହାରି 41 ରେ 358ଟି ମ୍ୟାଚରେ 11250 ରନ୍ ସଂଗ୍ରହ କରିଛନ୍ତି। 6ଟି ଶତକ ଏବଂ 84 ଅର୍ଦ୍ଧଶତକ ହାସଲ କରିଛନ୍ତି ।












Click it and Unblock the Notifications