ନୂଆ ବିଶ୍ୱ ରେକର୍ଡ କଲେ କୋହଲି, ପ୍ରଥମ ଖେଳାଳୀ ଭାବେ ୩ଟି ଫର୍ମାଟରେ ବିଜୟର ଅର୍ଦ୍ଧଶତକ

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ବିଜୟ ସହ ନୂଆ ବିଶ୍ୱରେକର୍ଡ କରିଛନ୍ତି ବିରାଟ କୋହଲି । ପ୍ରଥମ ଖେଳାଳୀ ଭାବେ ୩ଟି ଫର୍ମାଟରେ ୫୦ରୁ ଅଧିକ ବିଜୟ ହାସଲ କରିଛନ୍ତି କୋହଲି ।

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ବିଜୟ ସହ ନୂଆ ବିଶ୍ୱରେକର୍ଡ କରିଛନ୍ତି ବିରାଟ କୋହଲି । ପ୍ରଥମ ଖେଳାଳୀ ଭାବେ ୩ଟି ଫର୍ମାଟରେ ୫୦ରୁ ଅଧିକ ବିଜୟ ହାସଲ କରିଛନ୍ତି କୋହଲି । ପୂର୍ବରୁ ଦିନିକିଆ ଓ ଟି-୨୦ରେ ବିରାଟ ବିଜୟର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ବିଜୟ ହାସଲ ସହ ଟେଷ୍ଟ କ୍ରିକେଟରେ ମଧ୍ୟ ୫୦ତମ ବିଜୟ ହାସଲ କରିଛନ୍ତି କ୍ୟାପଟେନ କୋହଲି । ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ମାତ୍ ଦେଇ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।

Virat Kohli

ଏପରିକି ମହେନ୍ଦ୍ର ସିଂ ଧୋନି ଓ ରିକି ପଣ୍ଟିଂ ମଧ୍ୟ ଏଭଳି କାରନାମା କରିପାରିନାହାନ୍ତି। ଟେଷ୍ଟ କ୍ରିକେଟରେ ରିକି ପଣ୍ଟିଂ ଖେଳାଳି ଭାବେ ସର୍ବାଧିକ ୧୦୮ ମ୍ୟାଚ୍ ଜିତିଛନ୍ତି। ଦିନିକିଆରେ ତାଙ୍କ ନାଁରେ ୨୬୨ ମ୍ୟାଚ୍ ଜିତିବାର ରେକର୍ଡ ରହିଛି। କିନ୍ତୁ ସେ ଟି-୨୦ରେ କେବଳ ୭ଟି ମ୍ୟାଚ୍ ଜିତିପାରିଛନ୍ତି। ସେହିପରି ବିରାଟ୍ କୋହଲି ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ୫୦ ମ୍ୟାଚ୍, ଦିନିକିଆରେ ୧୫୩ ଏବଂକ ଟି-୨୦ରେ ୫୯ ମ୍ୟାଚ୍ ଜିତିଛନ୍ତି। ଅର୍ଥାତ୍ ତିନୋଟି ଯାକ ଫର୍ମାଟରେ ୫୦ରୁ ଅଧିକ ମ୍ୟାଚ୍ ଜିତିବାରେ କୋହଲି ଦୁନିଆର ଏକମାତ୍ର ଖେଳାଳି।

ବିରାଟଙ୍କ ଏହି ସଫଳତା ପାଇଁ ବିସିସିଆଇ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛି । ଟ୍ୱିଟ୍ କରି ବିସିସିଆଇ କହିଛି, ପ୍ରଥମ ଖେଳାଳୀ ଭାବେ ପ୍ରତି ଫର୍ମାଟରେ ୫୦ରୁ ଅଧିକ ବିଜୟ ହାସଲ କରିଥିବା କ୍ୟାପଟେନ କୋହଲିଙ୍କୁ ଶୁଭେଚ୍ଛା । ଏଯାବତ୍ ବିରାଟ କୋହଲି, ମୋଟ ୯୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ସେଥିମଧ୍ୟରୁ ଭାରତ ୫୦ଟି ମ୍ୟାଚ୍ ଜିତିଛି। ବିରାଟ କୋହଲିଙ୍କ ଉପସ୍ଥିତିରେ ଭାରତ ମୋଟ ୨୮ଟି ଟେଷ୍ଟ ମ୍ୟାଚ ହାରିଥିବାବେଳେ ମୋଟ ୧୯ଟି ମ୍ୟାଚ ଡ୍ର ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+