ଟି-୨୦ ବିଶ୍ୱକପ ୨୦୨୨: ବର୍ଷିଲା ବିରାଟଙ୍କ ବ୍ୟାଟ, ଆଉ ଏକ ବିଶ୍ୱ ରେକର୍ଡର ଅଧିକାରୀ ହେଲେ କୋହଲି
ବୁଧବାର ଟି-୨୦ ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଚାଲିଛି । ଏହି ମ୍ୟାଚରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡ କରିଛନ୍ତି ।
ଆଡିଲେଡ୍: ବୁଧବାର ଟି-୨୦ ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଚାଲିଛି । ଏହି ମ୍ୟାଚରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡ କରିଛନ୍ତି ।

ବିରାଟ କୋହଲି ଟି-୨୦ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି । ଆଜି ମ୍ୟାଚରେ କୋହଲି ୬୪ ରନ କରିବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ମହେଲା ଜୟବର୍ଦ୍ଦନେଙ୍କୁ ପଛରେ ପକାଇ ସେ ଏହି ଇତିହାସ ରଚିଛନ୍ତି । ଜୟବର୍ଦ୍ଦନେ ୨୦୧୪ରେ ପୁରୁଷ ଟି-୨୦ ବିଶ୍ୱକପର ୧୦୧୬ ରନ କରିଥିଲେ। ଆଉ ଏହି ରେକର୍ଡକୁ ବିରାଟ କୋହଲି, ଆଡିଲେଡରେ ବାଲାଂଦେଶ ବିପକ୍ଷ ମ୍ୟାଚରେ ଭାଙ୍ଗିଛନ୍ତି।
କୋହଲି ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ୨୫ଟି ମ୍ୟାଚରୁ ୧୦୬୫ ରନ ସଂଗ୍ରହ କରିଛନ୍ତି । ଏହି ମ୍ୟାଚ ପୂର୍ବରୁ ତାଙ୍କୁ ବିଶ୍ୱରେକର୍ଡର ଲକ୍ଷ୍ୟ ହାସଲ ପାଇଁ ୧୬ ରନର ଆବଶ୍ୟକତା ରହିଥିଲା । ତେବେ ସେ ଏହାକୁ ଅତିକ୍ରମ କରି ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି ।
ସପ୍ତମ ଓଭର ତଥା ତାଙ୍କର ୧୩ତମ ବଲରେ କୋହଲି ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବତନ ସିଂହଳୀ କ୍ରିକେଟର ମାତ୍ର ୧୩ ଇଂନିସ ଆଉ ୭୫୪ ବଲରେ ୧୦୧୬ ରନ କରି ବିଶ୍ୱର ସର୍ବାଧିକ ଟି-୨୦ ବିଶ୍ୱକପ ସ୍କୋରର ପାଲଟିଥିଲେ। ବିରାଟ ତାଙ୍କ ୨୩ତମ ଇଂନିସ ତଥା ମୋଟ ୭୭୩ ବଲରେ ଜୟବଦ୍ଦନେଙ୍କ ଠାରୁ ଟାଇଚଲ ଛଡେଇ ନେଇଛନ୍ତି।
ବିରାଟଙ୍କ ଟି-୨୦ ବିଶ୍ୱକପରେ ୨୫ ମ୍ୟାଚରୁ ୮୮.୭୫ ଆଭରେଜରେ ୧୦୬୫ ରନ ସଂଗ୍ରହ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ୍ ରହିଛି ୧୩୨.୪୬ । ବିଶ୍ୱକପରେ ତାଙ୍କର ସର୍ବାଧକ ରନ୍ ହେଉଛି ୮୯ । ସେହିଭଳି ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି କ୍ରିସ ଗେଲ୍ । ୩୩ ମ୍ୟାଚରୁ ୯୬୫ ରନ ସଂଗ୍ରହ କରିଛନ୍ତି । ଗେଲଙ୍କ ପରେ ରହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଯିଏ ୩୭ଟି ମ୍ୟାଚରୁ ୯୨୧ ସଂଗ୍ରହ କରିଛନ୍ତି ।
ବିରାଟ କୋହଲି ଚଳିତ ବିଶ୍ୱକପରେ ନିଜର ଦମଦାର ପ୍ରଦର୍ଶନ ଜାରିରଖିଛନ୍ତି । ସେ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୮୨ ରନ ସଂଗ୍ରହ କରିଥିବା ବେଳେ ନେଦରଲାଣ୍ଡ ବିପକ୍ଷରେ ୬୨ ରନ ସଂଗ୍ରହ କରିଥିଲେ । ସେହିଭଳି ଦକ୍ଷିଣ ଆଫ୍ରିକା ବିରୋଧରେ ୧୨ ରନ କରିପାରିଥିଲେ । ତେବେ ବାଂଲାଦେଶ ବିପକ୍ଷରେ ୪୪ ବଲରୁ ସେ ୬୪ ରନର ଇନିଂସ ଖେଳିଥିଲେ । ଏଥିରେ ସେ ୮ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ ।
ଅନ୍ୟପଟେ ପାକିସ୍ତାନ ଓପନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ଯାଦବ, ଟି-୨୦ ଅନ୍ତର୍ଜାତୀୟ କ୍ରିକଟେର ଏକ ନମ୍ବର ବ୍ୟାଟରର ମାନ୍ୟତା ପାଇଛନ୍ତି। ଚଳିତ ଟି-୨୦ ବିଶ୍ୱକପରେ ସେ ଲଗାତର ଦୁଇଟି ଅର୍ଦ୍ଧଶତକ କରିଛନ୍ତି। ଦ୍ୱିତୀୟ ଭାରତୀୟ ବ୍ୟାଟର ଭାବେ ସୂଯ୍ୟକୁମାର, ଆଇସିସିର ଏହି କିର୍ତ୍ତିମାନ ଅର୍ଜନ କରିଛନ୍ତି। ବର୍ତ୍ତମାନ ସୂର୍ଯ୍ୟକୁମାର ୮୬୩ ପଏଣ୍ଟରେ ଥିବା ବେଳେ ରିଜୱାନ ୮୪୨ ଓ ନ୍ୟୁଜିଲାଣ୍ଡର ଡେଭନ କନୱେ ୭୯୨ରେ ଅଛନ୍ତି। ସୁର୍ଯ୍ୟକୁମାର ଯାଦବ ମୋଟ ୩୭ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ଗୋଟିଏ ଶତକ କରିଥିବା ବେଳେ ୧୧ଟି ଅର୍ଦ୍ଧଶତକ କରିଛନ୍ତି ।












Click it and Unblock the Notifications