ମହାରାଜଙ୍କୁ ଦର୍ଶନ କଲେ, ତଳେ ବସି କୀର୍ତ୍ତନ ଶୁଣିଲେ ବିରାଟ କୋହଲି ଅନୁଷ୍କା ଶର୍ମା
ସେଲିବ୍ରିଟି କପଲ । ଭାରି ସାଧାସିଧା ଜୀବନ ଶୈଳୀ । ଲାଇମ ଲାଇମ୍ଟରୁ ବହୁ ଦୂରରେ । ବହୁତ କମ୍ ନଜର ଆସନ୍ତି ସାମ୍ନାକୁ । ସେ ହେଉଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା । ଏବେ ସେ ସପରିବାର ରହୁଛନ୍ତି ଲଣ୍ଡନରେ । କାରଣ କୋହଲି ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି ଏବଂ କେବଳ ଦିନିକିଆ କ୍ରିକେଟ ଖେଳୁଛନ୍ତି । ସେ ବର୍ତ୍ତମାନ ତାଙ୍କ ପରିବାର ସହିତ କାର୍ଯ୍ୟରୁ ଦୂରରେ ସମୟ ବିତାଉଛନ୍ତି ।

ତଥାପି ଏହି କପଲ ଯେତେ ବି ବିଦେଶ ଢାଞ୍ଚାରେ ଚଳନ୍ତୁ ନା କାହିଁ ଭାରି ଇଶ୍ୱରବିଶ୍ୱାସୀ । ରହୁଛନ୍ତି ବିଦେଶରେ ମନ ତାଙ୍କର ଭାରତରେ । ବିଶେଷ କରି ଆଧ୍ୟାତ୍ମିକ ଗୁରୁ ପ୍ରେନାନନ୍ଦଜୀ ମହାରାଜ ପାଖରେ । ସେଥାପାଇଁ ସେ ବାରମ୍ୱାର ଧାଇଂ ଆସନ୍ତି ତାଙ୍କ ଦର୍ଶନ କରିବାକୁ । ନିକଟରେ ଦମ୍ପତ୍ତି ଆସିଛନ୍ତି ଭାରତ । ଆଉ ପହଞ୍ଚିଛନ୍ତି ଯାଇ ବୃନ୍ଦାବନରେ । ଏହା ପ୍ରଥମ ଥର ନୁହେଁ ଯେ ଏହି ଦମ୍ପତି ବୃନ୍ଦାବନ ଗସ୍ତ କରିଛନ୍ତି । ସେମାନଙ୍କୁ ଅନେକ ଥର ପ୍ରେନାନନ୍ଦଜୀ ମହାରାଜଙ୍କ ମନ୍ଦିର ପରିଦର୍ଶନ କରିବାର ଦେଖାଯାଇଛି ।
ମଙ୍ଗଳବାର ଭାରତୀୟ କ୍ରିକେଟର ବିରାଟ କୋହଲି ମଙ୍ଗଳବାର ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବୃନ୍ଦାବନରେ ପହଞ୍ଚିଥିଲେ । ସେମାନେ କେଲି କୁଞ୍ଜ ଆଶ୍ରମରେ ସନ୍ଥ ପ୍ରେନାନନ୍ଦଜୀ ମହାରାଜଙ୍କୁ ଦର୍ଶନ କରିଥିଲେ । ତେବେ ଦମ୍ପତିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେମାନେ ଏତେ ଭିଡ଼ ଭିତରେ ଥାଇ ବି ଭୂମିରେ ବସିଥିବା ମହାରାଜଙ୍କ କଥା ଶୁଣିଥିଲେ । କେବଳ ପ୍ରବଚନ ଶୁଣିନଥିଲେ ତ ରାଧା ପ୍ରେମରେ ଲୀନ ହୋଇଥିଲେ ।ତେବେ ଏଠିକୁ ଆସିବା ବେଳେ ତାଙ୍କ ଲୁକ୍ ଥିଲା ଭାରି ସିଧାସାଧା ।
ବିରାଟ ଧଳା ସାର୍ଟ ପିନ୍ଧିଥିବା ବେଳେ ଅନୁଷ୍କା ଏକ ନୀଳ ରଙ୍ଗର ସିମ୍ପଲ ସୁଟ ପିନ୍ଧିଥିଲେ । ଅନୁଷ୍କା ତାଙ୍କ ବେକରେ ତୁଳସୀ ମାଳା ମଧ୍ୟ ପିନ୍ଧିଥିଲେ । ଯାହାକୁ ସେ ସମ୍ପ୍ରତି ବିମାନବନ୍ଦରରେ ଦେଖାଯିବା ସମୟରେ ପିନ୍ଧିଥିଲେ। ଉଲ୍ଲେଖନୀୟ ଯେ ଏହି ଦମ୍ପତି ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ଥରେ ବୃନ୍ଦାବନ ଆସିଥିଲେ। ସେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏଠାକୁ ଆସିଛନ୍ତି।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍








Click it and Unblock the Notifications