ବେଶ୍ ଖାସ୍ ଅନ୍ଦାଜରେ ରୋହିତ ଶର୍ମାଙ୍କୁ ଭେଟିଲେ ବିରାଟ୍ କୋହଲି, ଦେଖନ୍ତୁ ଭିଡିଓ
Virat Kohli And Raohit Sharma Meet: ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ୍ ଖେଳିବା ବେଳେ କିଛି ଖାସ୍ ସ୍କୋର୍ କରି ପାରିନଥିଲେ । ୱାନଙ୍ଖଡେ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ୍ 2024 ର 25 ତମ ମ୍ୟାଚ୍ ଖେଳାଯାଇଥିଲା ।
Not a Rohirat ship fan but Video mast hei ye🤣#ViratKohli #RohitSharma pic.twitter.com/QinqmaoRAK
— Aayu sha #Ro45 (@45_ayusha) April 11, 2024
ଏହି ମ୍ୟାଚ୍ରେ କୋହଲି 9 ବଲରେ ମାତ୍ର 3 ରନ୍ କରିଥିଲେ । ୱେଲ୍ ଏହି ମ୍ୟାଚରେ କୋହଲିଙ୍କ ବ୍ୟାଣ୍ଟିଂର ଯାଦୁ ତ ଚାଲି ନଥିଲା ହେଲେ ସେ କ୍ରିକେଟ୍ ମୈଦାନରେ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାରେ କୌଣସି କମି ଛାଡି ନଥିଲେ । ଲାଇଭ ମ୍ୟାଚ୍ ସମୟରେ କୋହଲି ରୋହିତ ଶର୍ମାଙ୍କୁ ବେଶ୍ ଖାସ ଅନ୍ଦାଜରେ ଭେଟିଥିଲେ ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଫିଲ୍ଡିଂ କରୁଥିବା ବିରାଟ କୋହଲି ବ୍ୟାଟିଂ କରୁଥିବା ରୋହିତ ଶର୍ମାଙ୍କ ନିକଟକୁ ଯାଉଛନ୍ତି । ବିରାଟ ରୋହିତଙ୍କ ପାଖକୁ ଯିବା ସହ ତାଙ୍କୁ ସ୍ପର୍ଶ କରି ଆଗକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି । ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟରେ ଏକାଠି ଖେଳୁଥିବା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବନ୍ଧୁତା କେତେ ଖାସ୍ ତାହା ଏହି ଭିଡିଓ ହିଁ ବଖାଣୁଛି ।
ୱାଙ୍ଖଡେ ଷ୍ଟାଡିୟମରେ ବେଙ୍ଗାଲୁରୁ ପ୍ରଥମ ବ୍ୟାଣ୍ଟିଂ କରି 20 ଓଭରରେ 196 ରନ୍ ସଂଗ୍ରହ କରିଥିଲେ। ତା'ପରେ ଟାର୍ଗେଟ୍ ପୂରଣ କରିବା କରିବା ପାଇଁ ମୁମ୍ବାଇ ଇଣ୍ତିଆନ୍ସ 7 ୱିକେଟରେ ମ୍ୟାଚ୍ ଜିତିଥିଲା ।












Click it and Unblock the Notifications