Get Updates
Get notified of breaking news, exclusive insights, and must-see stories!

ଆଇପିଏଲରେ ନୂଆ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟର ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ ଚମତ୍କାର ରେକର୍ଡ ଯୋଡ଼ିଛନ୍ତି ।

କୋହଲି ଏହି ମ୍ୟାଚରେ ୫୪ ବଲରୁ ଅପରାଜିତ ୭୩ ରନ ସ୍କୋର କରି ତାଙ୍କ ଦଳକୁ ବିଜୟ ଆଡ଼କୁ ନେଇଥିଲେ। ଏହା ତାଙ୍କର ୫୯ତମ ଆଇପିଏଲ ଅର୍ଦ୍ଧଶତକ ଏବଂ ଟି20 ପ୍ରତିଯୋଗିତାରେ ତାଙ୍କର ୬୭ତମ ୫୦ ବା ତଦୁର୍ଦ୍ଧ୍ୱ ସ୍କୋର ଥିଲା। ଫଳସ୍ୱରୂପ, ସେ ଡେଭିଡ ଓ୍ୱାର୍ଣ୍ଣରଙ୍କୁ ଅତିକ୍ରମ କରି ଆଇପିଏଲ ଇତିହାସରେ ସର୍ବାଧିକ ୫୦+ ସ୍କୋର କରିଥିବା କ୍ରିକେଟର ହୋଇଛନ୍ତି। କୋହଲି ୫୯ ଅର୍ଦ୍ଧଶତକ ଓ ୮ ଶତକ ସହିତ ଏହି କୃତିତ୍ୱ ହାସଲ କରିଛନ୍ତି।

Virat Kohli achieves new milestone in IPL David Warner falls behind

ଆଇପିଏଲରେ ସର୍ବାଧିକ ୫୦+ ସ୍କୋର
୬୭ - ବିରାଟ କୋହଲି (୮ x ୧୦୦)
୬୬ - ଡେଭିଡ ଓ୍ୱାର୍ଣ୍ଣର (୪ x ୧୦୦)
୫୩ - ଶିଖର ଧାୱାନ (୨ x ୧୦୦)
୪୫ - ରୋହିତ ଶର୍ମା (୨ x ୧୦୦)
୪୩ - କେଏଲ ରାହୁଲ (୪ x ୧୦୦)
୪୩ - ଏବି ଡି ଭିଲିୟର୍ସ (୩ x ୧୦୦)

ମ୍ୟାଚ ବିଷୟରେ କହିବାକୁ ଗଲେ, ବିରାଟ କୋହଲି ଓ ଦେବଦତ୍ତ ପାଡିକ୍କଲ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ ମୁକାବିଲାରେ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଥିଲା।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ ଭଲ ଓପନିଂ କରିଥିଲେ ହେଁ ସମ୍ମାନଜନକ ସ୍କୋର କରିପାରି ନ ଥିଲା। କାରଣ ଅଧିକାଂଶ ବ୍ୟାଟର ଭଲ ଆରମ୍ଭ କରିଥିଲେ ମଧ୍ୟ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଦୁଇ ଓପନର ପ୍ରୀୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂ ଯଥାକ୍ରମେ ୨୨ ଓ ୩୩, ମିଡିଲ ଅର୍ଡରରେ ଜୋଶ ଇଙ୍ଗଲିଶ ୨୯ ରନକରି ଆଉଟ ହୋଇଥିଲେ। ଶଶାଙ୍କ ସିଂ ୩୩ ଓ ମାର୍କୋ ଜାନସେନ ୨୫ ରନରେ ଅପରାଜିତ ରହିବାରୁ ଦଳର ସ୍କୋର ୧୫୦ ଅତିକ୍ରମ କରିଥିଲା। ଆରସିବି ବୋଲରଙ୍କ ମଧ୍ୟରେ କୃନାଲ ପାଣ୍ଡ୍ୟା ଓ ସୂୟାସ ଶର୍ମା ୨ଟି ଲେଖାଏ ଓ ରୋମାରିଓ ଶେଫର୍ଡ ଗୋଟିଏ ଉଇକେଟ ନେଇଥିଲେ।

୧୫୮ ରନ ବିଜୟ ଲକ୍ଷ୍ୟରେ ଆରସିବି ମାତ୍ର ୬ ରନରେ ଫିଲ୍‌ ସଲ୍ଟଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ବିରାଟ କୋହଲି ଓ ଦେବଦତ୍ତ ପଡିକାଲ ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି (୬୯ ବଲ୍‌ରୁ ୧୦୩ ରନ) ଗଢ଼ି ଦଳକୁ ବିଜୟୀ କରିଥିଲେ। ପଡିକାଲ ୩୫ ବଲ୍‌ରୁ ୬୧ (୫ ଚୌକା, ୪ ଛକା) ରନକରି ଆଉଟ ହୋଇଥିବାବେଳେ କିଙ୍ଗ୍‌ କୋହଲି ୫୪ଟି ବଲ୍‌ର ସମ୍ମୁଖୀନ ହୋଇ ୭୩ (୭ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ, ହରପ୍ରୀତ ବ୍ରାର ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+