Get Updates
Get notified of breaking news, exclusive insights, and must-see stories!

ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ, ସାଥିରେ ଥିଲେ ଧର୍ମପତ୍ନୀ ଅନୁଷ୍କା

ଟେଷ୍ଟ କ୍ରିକେଟରୁ ବିଦାୟ ନେବା ପରେ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ପତ୍ନୀଙ୍କ ସହିତ ବୃନ୍ଦାବନରେ ପହଞ୍ଚିଛନ୍ତି । ବିରାଟ ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ପହଞ୍ଚିଛନ୍ତି । ପ୍ରେମାନନ୍ଦ ମହାରାଜାଙ୍କ ସହିତ କୋହଲି ଏବଂ ଅନୁଷ୍କା ୧୫ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲେ ।

ବିରୁଷ୍କା ରାଧା କେଲୀ କୁଞ୍ଜ ଆଶ୍ରମରେ ସାଢେ ୩ ଘଣ୍ଟାରୁ ଅଧିକ ସମୟ ଯାଏଁ ଅଟକିଥିଲେ। ଏହି ସମୟରେ ଅନୁଷ୍କା ଏବଂ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ସହ ଆଧ୍ୟାତ୍ମିକ ଆଲୋଚନା କରିଛନ୍ତି । ଏହାର ଭିଡିଓ ସାମ୍ନାକୁ ଆସିଛି ।

ଅନୁଷ୍କା-ବିରାଟ ଏହା ପୂର୍ବରୁ ନିଜ ପିଲାଙ୍କୁ ଧରି ପ୍ରେମାନନ୍ଦଙ୍କଠାରୁ ଆଶୀର୍ବାଦ ନେବା ପାଇଁ ଯାଇଥିଲେ । ବିରାଟ ଏବଂ ଅନୁଷ୍କାଙ୍କ ପ୍ରେମାନନ୍ଦ ମହାରାଜଙ୍କ ସହ କଥା ହୋଇ ପ୍ରଥମେ ଭିଡିଓ ଭାଇରଲ ହେଉଥିଲା । ସର୍ବପ୍ରଥମେ ବିରାଟ କୋହଲି ୨୦୨୩ରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ ।

Virat Anushka

ସୂଚନାଯୋଗ୍ୟ, ବିରାଟ କୋହଲି ଗତକାଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ବିରାଟ ନିଜ ଟେଷ୍ଟ କ୍ୟାରିଅରରେ ମୋଟ ୧୨୩ଟି ମ୍ୟାଚ ଖେଳିଛନ୍ତି । ଏଥିରେ ୯,୨୩୦ ରନ୍ କରିଛନ୍ତି । ଏଥିରେ ୩୦ ଶତକ ଏବଂ ୩୧ଟି ଅର୍ଦ୍ଧଶତକ ରହିଛି । ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ କ୍ରିକେଟରେ ୪ର୍ଥ ସବୁଠାରୁ ସଫଳ ବ୍ୟାଟର । ତାଙ୍କ ଆଗରେ କେବଳ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୁନୀଲ ଗାଭାସ୍କର ରହିଛନ୍ତି ।

ବିରାଟ ଟେଷ୍ଟରୁ ବିଦାୟ ନେବା ପରେ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ କରିଥିଲେ । ବିରାଟଙ୍କ ଫଟୋରେ ଲେଖିଥିଲେ, ' ଲୁହ, ଯାହାକୁ ତୁମେ କେବେ ବି ଦେଖେଇନ, ଲୁହ.. ଯାହାକୁ ତୁମେ ଏକୁଟିଆ ଦେଖିଛ' । ଏହି ପୋଷ୍ଟ ଦେଖି ଭାବବିହ୍ବଳ ହୋଇପଡିଛନ୍ତି ବିରାଟଙ୍କ ଫ୍ୟାନ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+