ଭକ୍ତିମାର୍ଗରେ ବିରାଟ୍ - ଅନୁଷ୍କା ! ବୃନ୍ଦାବନରେ ପହଞ୍ଚି ପ୍ରେମାନନ୍ଦ ମହାରାଜଙ୍କଠାରୁ ନେଲେ ଆଶିର୍ବାଦ, ଭିଡ଼ିଓ ଭାଇରାଲ୍

ଅଷ୍ଟ୍ରେଲିଆରୁ ଫେରିବା ପରେ ବୃନ୍ଦାବନ ଗସ୍ତରେ ବିରାଟ୍ କୋହଲୀ।ଧର୍ମପତ୍ନୀ ଅନୁଷ୍କା ଶର୍ମା ଏବଂ ନିଜ ୨ ସନ୍ତାନଙ୍କ ସହ ପ୍ରେମାନନ୍ଦ ଗୋବିନ୍ଦ ଶରଣଜୀ ମହାରାଜଙ୍କ ଆଶ୍ରମରେ ପହଂଚି ଆଶିର୍ବାଦ ନେଇଛନ୍ତି ବିରାଟ୍ ।

Virat Kohli

କୋହଲୀ ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପହଞ୍ଚିବା ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ମାତ୍ର ଘଣ୍ଟାଏରେ ଏହି ଭିଡ଼ିଓକୁ ଲକ୍ଷାଧିକ ଲୋକ ଲାଇକ୍ କରିସାରିଛନ୍ତି ।

ଭିଡିଓଟିକୁ ପ୍ରେମାନନ୍ଦ ମହାରାଜଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡଲରେ ପୋଷ୍ଟ୍ କରାଯାଇଛି । ଯେଉଁଥିରେ ବିରାଟ୍ , ଅନୁଷ୍କା ନିଜ ପୁଅ ଅକାୟ ଏବଂ ଝିଅ ଭାମିକାଙ୍କୁ ନେଇ ପହଂଚିଥିବାର ଦେଖାଯାଉଛି ।

ଆଗରୁ ମଧ୍ୟ ବିରୁଷ୍କା ତାଙ୍କ ଝିଅ ଭାମିକାଙ୍କୁ ନେଇ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବାକୁ ଯାଇଥିଲେ । କୋହଲୀ ଯେତେବେଳେ ପ୍ରେମାନନ୍ଦ ମହାରାଜଙ୍କୁ ମୁଣ୍ଡିଆ ମାରିଲେ , ପ୍ରଶ୍ନ ଆସିଲା ମନ ପ୍ରସନ୍ନ ଅଛି ତ ? ଏହି ପ୍ରଶ୍ନରେ କୋହଲୀ ମୁଣ୍ଡ ହଲାଇ ହଁ କରୁଥିବାର ଭିଡ଼ିଓରେ ନଜର ଆସୁଛନ୍ତି ।

ଭିଡ଼ିଓରେ ଅନୁଷ୍କା ମହାରାଜଙ୍କୁ କହୁଛନ୍ତି , ଆପଣ ମତେ ପ୍ରେମ , ଭକ୍ତିଭାବ ଦେଇଦିଅନ୍ତୁ। ଯେଉଁଥିରେ ପ୍ରେମାନନ୍ଦ ମହାରାଜ କହୁଛନ୍ତି , ଆପଣ ବହୁତ ସାହାସୀ କାରଣ ସଂସାରରେ ସମ୍ମାନର ସ୍ବାଦ ଚାଖିବା ପରେ ଭକ୍ତିମାର୍ଗ ଆଡ଼କୁ ଦିଗ ବଦଳାଇବା କଷ୍ଟକର ବ୍ୟାପାର । ଭଗବାନଙ୍କ ଉପରେ ବିଶ୍ବାସ ରଖ , ନାମଜପ କର ଏବଂ ପ୍ରେମଆନନ୍ଦର ସହ ରୁହ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+