ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ସ୍ବର୍ଣ୍ଣ ପାଇଁ ଖେଳିବେ ଭିନେଶ ଫୋଗଟ, ମା' କହିଲେ ଗୋଲ୍ଡ ଆଣିବାକୁ ହେବ... ଗୋଲ୍ଡ, ଦେଖନ୍ତୁ ଭିଡ଼ିଓ

ପ୍ୟାରିସ୍ ଅଲିମ୍ପିକ୍ସ ଆଜି ଭାରତୀୟ ପ୍ରତିଯୋଗୀମାନଙ୍କ ପାଇଁ ସବୁଠାରୁ ରୋମାଞ୍ଚକର ଏବଂ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ । ଅଲିମ୍ପିକ୍ ଗେମ୍ସରେ ଏକ କୁସ୍ତି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ହୋଇ ଭାରତର ଭିନେଶ ଫୋଗଟ୍ ଇତିହାସ ରଚନା କରିସାରିଛନ୍ତି । ତେବେ ଆଜି ଖେଳରେ ତାଙ୍କ ଲକ୍ଷ୍ୟ ସ୍ବର୍ଣ୍ଣ ପଦକ ଉପରେ ରହିବ ।

ପ୍ୟାରିସ ଅଲିମ୍ପିକ୍ସର ୫୦ କିଗ୍ରା ବର୍ଗ ମହିଳା ଫ୍ରିଷ୍ଟାଇଲ ରେସଲିଂରେ ଭିନେଶ ଫୋଗେଟ ଚମତ୍କାର ପ୍ରଦର୍ଶନ କରିଥିଲେ । ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ ଭିନେଶ। ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନ୍ର ଓକସାନା ଲିଭାଚ୍‌ଙ୍କୁ ହରାଇଥିଲେ ଭିନେଶ ।

Vinesh Phogat s Gold lana hai

ସେମି ଫାଇନାଲରେ କ୍ୟୁବାର ୟୁସନେୟୁସ ଗଜମାନଙ୍କୁ ୫-୦ରେ ଏକପାଖିଆ ଭାବରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଗଜମାନ ପ୍ରଥମ ୩ ମିନିଟରେ ଆକ୍ରମଣାତ୍ମକ ଖେଳିଥିବା ବେଳେ ଭିନେଶ ଡିଫେଣ୍ଡ କରିଥିଲେ । ତେବେ ଦ୍ୱିତୀୟ ସେଟରେ ଭିନେଶ କାଉଣ୍ଟର ଆଟାକ କରିବା ସହ ୪ ପଏଣ୍ଟ ଅର୍ଜନ କରିଥିଲେ । ଫଳରେ ଚଳିତ ଅଲିମ୍ପିକ୍ସରେ ଭାରତ ଆଉ ଏକ ପଦକ ପକ୍କା କରିଛି ।

ସେମିଫାଇନାଲରେ ପହଞ୍ଚିବା ପରେ ଭିନେଶ ତାଙ୍କ ମା ଏବଂ ପରିବାରଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ । ଭିନେଶ ହାତ ଯୋଡି ତାଙ୍କୁ ଅଭିବାଦନ ଜଣାଇଲେ ଏବଂ ତାଙ୍କ ମା ଏବଂ ପରିବାର ତାଙ୍କ ଝିଅକୁ ଆଶୀର୍ବାଦ କରିଥିଲେ । ଏହି ସମୟରେ ଭିନେଶ ଫୋଗାଟ ତାଙ୍କ ମାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଫାଇନାଲରେ ସ୍ବର୍ଣ୍ଣ ଜିତିବେ। ଭିଡିଓରେ ଭିନେଶ କହୁଥିବା ଶୁଣିବାକୁ ମିଳିଛି ଯେ ଗୋଲ୍ଡ ଆଣିବାକୁ ହେବ ... ଗୋଲ୍ଡ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+