Get Updates
Get notified of breaking news, exclusive insights, and must-see stories!

Vinesh Phogat: ଭିନେଶ ଫୋଗାଟଙ୍କ ପଦକ ନେଇ ଆଜି ହୋଇପାରେ ନିଷ୍ପତ୍ତି

ପ୍ୟାରିସ ଅଲିମ୍ପିକ୍ସରୁ ବାହାରିବା ପରେ ଭିନେଶ ଫୋଗାଟ କୋର୍ଟ ଅଫ୍ ଆବ୍ରିଟ୍ରେସନ ଅଫ୍ ସ୍ପୋର୍ଟସ (ସିଏଏସ୍)ରେ ଲଢ଼େଇ ଜାରି ରଖିଛନ୍ତି । ଭିନେଶ ରୌପ୍ୟ ପଦକ ପାଇବେ କି ନାହିଁ ଏହାକୁ ନେଇ ଏବେ ବି ସନ୍ଦେହ ରହିଛି । ଆଜି ୧୩ ଅଗଷ୍ଟରେ ସିଏଏସ୍ ଏହାର ଅନ୍ତିମ ନିଷ୍ପତ୍ତି ଦେଇପାରନ୍ତି । ଭିନେଶଙ୍କର ୧୦୦ ଗ୍ରାମ ଅଧିକ ଓଜନ ଥିବାରୁ ତାଙ୍କୁ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ଦିଆଯାଇ ନ ଥିଲା। ତେବେ, ଭିନେଶଙ୍କ ଓଜନ କିପରି ବୃଦ୍ଧି ପାଇଲା? ବର୍ତ୍ତମାନ ନିଜେ ଭିନେଶ ଫୋଗେଟ୍ ଏହାର ଉତ୍ତର ଦେଇଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ,ଭିନେଶ ଫୋଗାଟଙ୍କ ଆଇନଜୀବୀ ସିଏଏସ୍ ସମ୍ମୁଖରେ ଓଜନ ବୃଦ୍ଧି ହେବାର କାରଣ ଉପସ୍ଥାପନ କରିଛନ୍ତି। ଚମ୍ପ ଡେ ମାର୍ସ ଆରେନାରେ କୁସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଭଳି ପରିସ୍ଥିତିରେ ଚମ୍ପ ଡେ ମାର୍ସ ଆରେନା ଏବଂ ଅଲିମ୍ପିକ ସ୍ପୋର୍ଟସ ଗ୍ରାମ ମଧ୍ୟରେ ଅଳ୍ପ ଦୂରତା ଯୋଗୁ ଭିନେଶ ତାଙ୍କ ଓଜନ ହ୍ରାସ କରିପାରି ନଥିଲେ ବୋଲି ଆଇନଜୀବୀ କୋର୍ଟଙ୍କୁ କହିଛନ୍ତି ।

Vinesh Phogat CAS V

ପ୍ରଥମ ଦିନରେ ଭିନେଶ ଲଗାତାର ତିନିଟି ଲଢ଼େଇ କରିଥିଲେ। ଏହି କାରଣରୁ ଭିନେଶଙ୍କ ଶରୀର ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇଯାଇଥିଲା। ସନ୍ଧ୍ୟା ସୁଦ୍ଧା ଭିନେଶଙ୍କ ଓଜନ ୨.୫ କିଲୋଗ୍ରାମରୁ ଅଧିକ ବୃଦ୍ଧି ପାଇ ୫୦ କିଲୋଗ୍ରାମରୁ ବଢ଼ି ୫୨.୭ କିଲୋଗ୍ରାମ ହୋଇଯାଇଥିଲା।

କୋର୍ଟରେ ଯୁକ୍ତି ଉପସ୍ଥାପନ କରିବାବେଳେ ଆଇନଜୀବୀ କହିଛନ୍ତି ପରଦିନ ସକାଳେ ଭିନେଶଙ୍କୁ ଓଜନ ହ୍ରାସ କରିବାକୁ କୌଣସି ସମୟ ମିଳି ନ ଥିଲା। ୧୦୦ ଗ୍ରାମର ଓଜନ ବୃଦ୍ଧି ଏକ ବଡ କଥା ନୁହେଁ। ଗ୍ରୀଷ୍ମ ଋତୁରେ ଶରୀରରେ ଜଳର ପରିମାଣ ଅଧିକ ଥାଏ। ଏହି କାରଣରୁ ଶରୀରର ଓଜନ ସହଜରେ ୧୦୦ ଗ୍ରାମ ବୃଦ୍ଧି ପାଇପାରେ। ଏହା ବ୍ୟତୀତ, ଗୋଟିଏ ଦିନରେ ୩ଟି ପ୍ରତିଯୋଗିତାରେ ଜିତିବା ପରେ ମଧ୍ୟ ଆଥଲେଟ୍‌ଙ୍କ ଶରୀରରେ ଅଧିକ ରକ୍ତ ସଞ୍ଚାଳନ ହୋଇଥିଲା। ଯେଉଁ କାରଣରୁ ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଥିଲା।

ଭିନେଶଙ୍କ ଆଇନଜୀବୀ ସିଏଏସ୍ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ ଯେ ଭିନେଶଙ୍କୁ ଫାଇନାଲରୁ ହଟାଯିବା ପରେ ଖେଳରେ ଅନେକ ପରିବର୍ତ୍ତନ ଘଟିଥିଲା। କିନ୍ତୁ କଠିନ ପରିଶ୍ରମ ପରେ ଭିନେଶ ସେମିଫାଇନାଲରେ ଜିତି ରୌପ୍ୟ ପଦକ ଜିତିଥିଲେ। ସେ ନିଶ୍ଚିତ ଭାବରେ ତାଙ୍କର ପରିଶ୍ରମର ଫଳ ପାଇବା ଉଚିତ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+