Get Updates
Get notified of breaking news, exclusive insights, and must-see stories!

Vinesh Phogat: ଅପିଲ ଖାରଜ ପରେ ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ କଲେ ଭିନେଶ ଫୋଗଟ

Paris Olympics 2024: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ପରେ ଭାରତୀୟ ପ୍ରଶଂସକଙ୍କୁ ବଡ ଝଟକା ଲାଗିଛି । ରେସଲର ଭିନେଶ ଫୋଗଟ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟସ (ସିଏଏସ) ରେ ଡିସକ୍ୱାଲିଫିକେଶନ ପରେ ଆବେଦନ କରିଥିଲେ । ତେବେ ଭିନେଶଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହି ଆବେଦନ ପ୍ରତ୍ୟାଖ୍ୟାନ ହେବା ମାତ୍ରେ ରୌପ୍ୟ ପଦକ ଆଶା ମଧ୍ୟ ମଉଳି ଯାଇଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ ଭିନେଶ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଅନେକ ପ୍ରକାରର କମେଣ୍ଟ ମଧ୍ୟ ଆସିଛି ।

ସୂଚନାଯୋଗ୍ୟ, ଭିନେଶ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ସେ ଏଥିରେ ଭାବପ୍ରବଣ ହୋଇଥିବା ଦେଖାଯାଉଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଫଟୋ କ୍ୟାପଶନରେ ଭିନେଶ କିଛି ଲେଖି ନାହାଁନ୍ତି । କିନ୍ତୁ ଭିନେଶଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ପ୍ରଶଂସକ କମେଣ୍ଟ କରିଛନ୍ତି। ଭାରତୀୟ ଟେବୁଲ ଟେନିସ ଖେଳାଳି ମନିକା ବତ୍ରା ଏକ କମେଣ୍ଟରେ ଲେଖିଛନ୍ତି ଯେ ଆପଣ ପ୍ରେରଣାଦାୟକ । ତୁମେ ପ୍ରଶଂସା ପାଇବାକୁ ଯୋଗ୍ୟ। ତୁମେ ଭାରତର ରତ୍ନ। ମନିକାଙ୍କ ସହ ଅନ୍ୟ ୟୁଜର୍ସମାନେ ଭିନେଶଙ୍କ ପାଇଁ ମଧ୍ୟ କମେଣ୍ଟ ଦେଇଛନ୍ତି।

Vinesh Phogat

ଭିନେଶ ସିଏଏସରେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ। କିନ୍ତୁ ଏହାର ନିଷ୍ପତ୍ତି ତାରିଖ ବାରମ୍ବାର ସ୍ଥଗିତ ରଖାଗଲା। ତେବେ ଶେଷରେ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି। ଭିନେଶଙ୍କ ଆବେଦନକୁ ସିଏଏସ ପ୍ରତ୍ୟାଖ୍ୟାନ କଲା। ସ୍ବର୍ଣ୍ଣ ପଦକ ମ୍ୟାଚ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ କରାଯାଇଥିଲା। ତାଙ୍କର ଓଜନ ମାତ୍ର ୧୦୦ଗ୍ରାମ ଅଧିକ ଥିଲା। ରୌପ୍ୟ ପଦକ ପାଇଁ ଭିନେଶଙ୍କୁ ନିଶ୍ଚିତ କରାଯାଇଥିଲା। ହେଲେ ଅଯୋଗ୍ୟ ହେବା ପରେ ସେ ଅବସର ଘୋଷଣା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+