Get Updates
Get notified of breaking news, exclusive insights, and must-see stories!

ଅବସର ନେଲେ ଆଉ ଦୁଇ ଭାରତୀୟ କ୍ରିକେଟର

ଭାରତୀୟ ବିସ୍ଫୋରକ ଅଲରାଉଣ୍ଡର ୟୁସୁଫ ପଠାନ ଶୁକ୍ରବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେହିପରି ଭାରତୀୟ ପେସର ବିନୟ କୁମାର ମଧ୍ୟ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

ନୂଆଦିଲ୍ଲୀ: ଶୁକ୍ରବାର ଏକା ସାଙ୍ଗରେ ଅବସର ଘୋଷଣା କରିଛନ୍ତି ଦୁଇ ଦୁଇ ଜଣ ଭାରତୀୟ କ୍ରିକେଟର । ଭାରତୀୟ ବିସ୍ଫୋରକ ଅଲରାଉଣ୍ଡର ୟୁସୁଫ ପଠାନ ଶୁକ୍ରବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେହିପରି ଭାରତୀୟ ପେସର ବିନୟ କୁମାର ମଧ୍ୟ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ବିନୟ କୁମାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିବାର କିଛି ସମୟ ପରେ ବରିଷ୍ଠ ଭାରତୀୟ କ୍ରିକେଟର ୟୁସୁଫ ପଠାନ ମଧ୍ୟ ତାଙ୍କ କ୍ୟାରିଅରର ପରଦା ଖସାଇ ଥିଲେ ।

Yusuf Pathan

କର୍ଣ୍ଣାଟକ କ୍ରିକେଟର ଜଣେ ଅନ୍ୟତମ ଶ୍ରେଷ୍ଠ ବୋଲର ବିନୟଙ୍କର ପ୍ରଥମ ଶ୍ରେଣୀ କ୍ୟାରିଅର୍ 16 ବର୍ଷ ଧରି ଚାଲିଥିଲା ​​ଏବଂ ଗତ ସିଜନରେ ସେ ପୁଡୁଚେରୀକୁ ପାଇଁ ଖେଳୁଥିଲେ । ତାଙ୍କ ଦୀର୍ଘ କ୍ୟାରିଅରରେ ବିନୟ 139 ମ୍ୟାଚରେ 504 ପ୍ରଥମ ଶ୍ରେଣୀ ୱିକେଟ୍ ଅକ୍ତିଆର କରିଥିଲେ । ଯେଉଁ ତାଲିକାରେ 442 ୱିକେଟ୍ ରଣଜୀ ଟ୍ରଫିର ଥିଲା । 2011-12 ମସିହାରେ ଭାରତୀୟ ଟେଷ୍ଟ ଦଳରେ ସେ ସ୍ଥାନ ପାଇଥିଲେ । ସେ ଅଷ୍ଟ୍ରେଲିଆର ପର୍ଥ ଷ୍ଟାଡିୟମରେ ଡେବ୍ୟୁ କରିଥିଲେ । ଯଦିଓ ଏହା ତାଙ୍କର ଏକମାତ୍ର ଟେଷ୍ଟ ପ୍ରଦର୍ଶନ ଥିଲା, ବିନୟ ଜାତୀୟ ଦଳ ପାଇଁ 31ଟି ଦିନିକିଆ ଏବଂ 9 ଟି-20 ଖେଳିଥିଲେ ଏବଂ ମୋଟ 48 ୱିକେଟ୍ ନେଇଥିଲେ ।

ସେହିପରି ଭାରତୀୟ କ୍ରିକେଟ ଦଳରେ ଜଣେ ପରିଚତ ଚେହେରା ପୂର୍ବତନ କ୍ରିକେଟର ଇର୍ଫାନ ପଠାନଙ୍କ ବଡ ଭାଇ ୟୁସୁଫ ପଠାନ । 2007 ରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରଠାରୁ ୟୁସୁଫ ଭାରତ ପାଇଁ 57 ଟି ଦିନିକିଆ ଏବଂ 22 ଟି-20 ଖେଳିଥିଲେ। ସେ ମଧ୍ୟ 2007 ଟି-20 ବିଶ୍ୱକପ ବିଜୟୀ ଓ 2011 ଦିନିକିଆ ବିଶ୍ୱକପ ବିଜୟୀ ଦଳ ସଦସ୍ୟ ଥିଲେ ।

ଜଣେ ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଭାବେ ସେ ଦିନିକିଆରେ 810 ରନ୍ ଏବଂ ଟି -20ରେ 236 ରନ୍ ସ୍କୋର କରିଥିଲେ । ସେ ସୀମିତ ଓଭର ଅନ୍ତର୍ଜାତୀୟ କ୍ରିକେଟରେ 46 ୱିକେଟ୍ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+